Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧରତୀ ଆବା ଜନଭାଗିଦାରୀ ଅଭିଯାନ: ଶ୍ରେଷ୍ଠ ଜିଲ୍ଲା ଭାବରେ କେନ୍ଦୁଝର ସମ୍ମାନିତ
ଜାତୀୟ ଖବର

ଧରତୀ ଆବା ଜନଭାଗିଦାରୀ ଅଭିଯାନ: ଶ୍ରେଷ୍ଠ ଜିଲ୍ଲା ଭାବରେ କେନ୍ଦୁଝର ସମ୍ମାନିତ

October 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Keonjhar awarded as best performing district under Dharti Aba Jan Bhagidari Abhiyan
Keonjhar awarded as best performing district under Dharti Aba Jan Bhagidari Abhiyan

ଭୁବନେଶ୍ଵର: ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅନୁକରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲାକୁ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀଯୁକ୍ତ ବିଭୁ ନାୟାରଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦ ସହକାରେ ଏହି ସମ୍ମାନ ସମଗ୍ର କେନ୍ଦୁଝରବାସୀଙ୍କର ବୋଲି କହିଛନ୍ତି। ଏଥିସହ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମାନ ଆମର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକର ସାମୂହିକ ପ୍ରୟାସର ପ୍ରମାଣ ବୋଲି କହିଛନ୍ତି। ଆହୁରିମଧ୍ୟ ଶ୍ରୀ ସିଂହ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଓ ଯେଉଁମାନେ ଏହାର ସର୍ବାଧିକ ଆବଶ୍ୟକତା ରଖିଛନ୍ତି ସେମାନଙ୍କୁ କିପରି ଲାଭ ମିଳିବ ତାହା ଆମର ଲକ୍ଷ୍ୟ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅନ୍ତର୍ଭୁକ୍ତିକରଣ ଶାସନର ଦୃଷ୍ଟିକୋଣ ସହିତ ସଂଯୁକ୍ତ ହୋଇ ଆଦିବାସୀ ଅଞ୍ଚଳରେ ସକ୍ରିୟ ସମାବେଶୀ ଅଂଶଗ୍ରହଣ ଏବଂ ବିକାଶର ସ୍ଥାୟୀ ମଡେଲଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ଜିଲ୍ଲା ଉଲ୍ଲେଖନୀୟ ପ୍ରଗତି ଦେଖାଇଛି।

ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଭାରତ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ଆରମ୍ଭ ହୋଇଥିବା ଧରତୀ ଆବା ଜନଭାଗୀଦାରୀ ଅଭିଯାନ, ଶାସନରେ ଜନଜାତି ସମ୍ପ୍ରଦାୟାର ଲୋକଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଏବଂ ଆଦିବାସୀ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ଏହି ପଦକ୍ଷେପ ଅଧୀନରେ, କେନ୍ଦୁଝର ଜିଲ୍ଲା ଏହାର ଲୋକାଭିମୁଖୀ ଯୋଜନା ପ୍ରଣୟନର ଆଭିମୁଖ୍ୟ, ଅଭିନବ ଯୋଜନା ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ କଲ୍ୟାଣକାରୀ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ କରିବାରେ ସ୍ୱତନ୍ତ୍ର ଛାପ ଛାଡ଼ି ପ୍ରଶଂସା ସାଉଁଟି ପାରିଛି। ଜାତୀୟ ସ୍ତରରେ ଏଭଳି ମାନ୍ୟତା ପାଇବା ଶିକ୍ଷା, ଜୀବିକା ବୃଦ୍ଧି, ମହିଳା ସଶକ୍ତିକରଣ ଏବଂ ଡିଜିଟାଲ୍ ଅନ୍ତର୍ଭୁକ୍ତି ମାଧ୍ୟମରେ ଆଦିବାସୀ ଅଞ୍ଚଳରେ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ ପ୍ରଶାସନ, ବିଭିନ୍ନ ବିଭାଗ ଏବଂ ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ଜିଲ୍ଲାର ସଫଳତା ସମ୍ଭବ ହୋଇପାରିଛି ଯେଉଁମାନେ ବିକାଶକୁ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଚାଲିଛନ୍ତି।

ଏହି ସଫଳତା କେବଳ କେନ୍ଦୁଝରକୁ ଜାତୀୟ ମାନ୍ୟତା ଆଣିନାହିଁ ବରଂ ଧରତୀ ଆବା ଜନଭାଗୀଦାରୀ ଅଭିଯାନ ଅଧୀନରେ ପରିକଳ୍ପିତ ଅଂଶଗ୍ରହଣମୂଳକ ବିକାଶର ପଥ ଅନୁସରଣ କରିବା ପାଇଁ ଅନ୍ୟ ଜିଲ୍ଲାଗୁଡ଼ିକୁ ପ୍ରେରଣା ପ୍ରଦାନ କରୁଛି।

କେନ୍ଦୁଝର ଧରତୀ ଆବା ଜନଭାଗିଦାରୀ ଅଭିଯାନ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.