Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରି
ଜାତୀୟ ଖବର

ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରି

October 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କ୍ୟାବିନେଟ
‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ମିଳିଛି।

ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଏକ ଅସ୍ଥାୟୀ ସଂସ୍ଥା ରୂପେ ଗଠିତ ହେବ। ଆୟୋଗରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ (ଅସ୍ଥାୟୀ) ଏବଂ ଜଣେ ସଦସ୍ୟ-ସଚିବ ରହିବେ। ଆୟୋଗ ଗଠନ ତାରିଖ ଠାରୁ 18 ମାସ ମଧ୍ୟରେ ଆବଶ୍ୟକ ସୁପାରିସ କରିବେ। ସୁପାରିସ ଚୂଡ଼ାନ୍ତ ହେବା କ୍ଷେତ୍ରରେ ଆବଶ୍ୟକ ପଡ଼ିଲେ ଆୟୋଗ ଯେକୌଣସି ପ୍ରସଙ୍ଗରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପଠାଇବା ଉପରେ ବିଚାର କରିପାରନ୍ତି। ସୁପାରିସ କରିବା ସମୟରେ ଆୟୋଗ ନିମ୍ନଲିଖିତ ବିଷୟଗୁଡ଼ିକୁ ଧ୍ୟାନରେ ରଖିବେ:

୧- ଦେଶର ଆର୍ଥିକ ସ୍ଥିତି ଏବଂ ଆର୍ଥିକ ବିଚକ୍ଷଣତାର ଆବଶ୍ୟକତା;

୨- ବିକାଶମୂଳକ ବ୍ୟୟ ଏବଂ କଲ୍ୟାଣମୂଳକ ପଦକ୍ଷେପ ପାଇଁ ପର୍ଯ୍ୟାପ୍ତ ସମ୍ବଳ ଉପଲବ୍ଧ ହେବା ସୁନିଶ୍ଚିତ କରିବାର ଆବଶ୍ୟକତା;

ଅଣ-ଯୋଗଦାନକାରୀ ପେନସନ ଯୋଜନାର ପାଣ୍ଠିହୀନ ବ୍ୟୟ;

୧- ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଉପରେ ଏହି ସୁପାରିସଗୁଡ଼ିକର ସମ୍ଭାବ୍ୟ ପ୍ରଭାବ, ଯାହା ସାଧାରଣତଃ କେତେକ ସଂଶୋଧନ ସହିତ ସୁପାରିସଗୁଡ଼ିକୁ ଗ୍ରହଣ କରିଥାଏ; ଏବଂ

୨- କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଉପଲବ୍ଧ ପ୍ରଚଳିତ ପାରିଶ୍ରମିକ ଢାଞ୍ଚା, ଲାଭ ଏବଂ କାର୍ଯ୍ୟ ସ୍ଥିତି।

ପୃଷ୍ଠଭୂମି

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାରିଶ୍ରମିକ ଢାଞ୍ଚା, ଅବସରକାଳୀନ ସୁବିଧା ଏବଂ ଅନ୍ୟାନ୍ୟ ସେବା ସର୍ତ୍ତାବଳୀ ଆଦି ବିଭିନ୍ନ ପ୍ରସଙ୍ଗରେ ଅନୁଧ୍ୟାନ କରିବା ଏବଂ ସେଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ ସଂକ୍ରାନ୍ତରେ ସୁପାରିସ କରିବା ପାଇଁ କେନ୍ଦ୍ରୀୟ ବେତନ ଆୟୋଗ ନିୟମିତ ବ୍ୟବଧାନରେ ଗଠନ କରାଯାଇଥାଏ। ସାଧାରଣତଃ, ବେତନ ଆୟୋଗଙ୍କ ସୁପାରିସ ପ୍ରତି ଦଶ ବର୍ଷର ବ୍ୟବଧାନ ପରେ କାର୍ଯ୍ୟକାରୀ ହୋଇଥାଏ। ଏହି ଧାରାକୁ ଦୃଷ୍ଟିରେ ରଖି, ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସର ପ୍ରଭାବ ସାଧାରଣତଃ ଜାନୁୟାରୀ ୧ ତାରିଖ ୨୦୨୬ ରୁ ଲାଗୁ ହେବ ବୋଲି ଆଶା କରାଯାଏ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକ ଅନୁଧ୍ୟାନ ଏବଂ ଆବଶ୍ୟକ ସୁପାରିସ କରିବା ପାଇଁ ସରକାର ଜାନୁଆରୀ, ୨୦୨୫ ରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରିବାକୁ ଘୋଷଣା କରିଥିଲେ।

ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ କେନ୍ଦ୍ର କ୍ୟାବିନେଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026
Latest News

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.