Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଆଜି ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
PM Modi
ଆଜି ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ (ଇଏସ୍‌ଟିଆଇସି) ୨୦୨୫ର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଦେଶରେ ଗବେଷଣା ଏବଂ ବିକାଶ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର ଗବେଷଣା ବିକାଶ ଏବଂ ନବାଚାର (ଆର୍‌ଡିଆଇ) ଯୋଜନା ପାଣ୍ଠିର ଶୁଭାରମ୍ଭ କରିବେ। ଏହି ଯୋଜନା ଦେଶରେ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଗବେଷଣା ଏବଂ ବିକାଶ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି।
ଇଏସ୍‌ଟିଆଇସି ୨୦୨୫ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ନୋବେଲ ପୁରସ୍କାର ବିଜେତା, ପ୍ରଖ୍ୟାତ ବୈଜ୍ଞାନିକ, ନବପ୍ରବର୍ତ୍ତକ ଏବଂ ନୀତି ନିର୍ଦ୍ଧାରକଙ୍କ ସହିତ ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ଶିଳ୍ପ ଏବଂ ସରକାରଙ୍କ ୩,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଏକତ୍ରିତ ହେବେ। ଏହି ଆଲୋଚନାରେ ୧୧ଟି ପ୍ରମୁଖ ବିଷୟଗତ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ, ଯେଉଁଥିରେ ଉନ୍ନତ ସାମଗ୍ରୀ ଏବଂ ଉତ୍ପାଦନ, କୃତ୍ରିମ ବୁଦ୍ଧିମତ୍ତା, ଜୈବ-ଉତ୍ପାଦନ, ସାମୁଦ୍ରିକ ଅର୍ଥନୀତି, ଡିଜିଟାଲ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ, ଉଦୀୟମାନ କୃଷି ପ୍ରଯୁକ୍ତିବିଦ୍ୟା, ଶକ୍ତି, ପରିବେଶ ଏବଂ ଜଳବାୟୁ, ସ୍ୱାସ୍ଥ୍ୟ ତଥା ଚିକିତ୍ସା ପ୍ରଯୁକ୍ତିବିଦ୍ୟା, କ୍ୱାଣ୍ଟମ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟା ଅର୍ନ୍ତଭୁକ୍ତ।

ଇଏସଟିଆଇସି ୨୦୨୫ରେ ପ୍ରମୁଖ ବୈଜ୍ଞାନିକଙ୍କ ଦ୍ୱାରା ଆଲୋଚନା, ପ୍ୟାନେଲ ଆଲୋଚନା, ଉପସ୍ଥାପନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରାଯିବ। ଏହା ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଗବେଷକ, ଶିଳ୍ପ ଏବଂ ଯୁବ ଉଦ୍ଭାବକଙ୍କ ମଧ୍ୟରେ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।

BJP Ads
ଆର୍‌ଡିଆଇ ଇଏସ୍‌ଟିଆଇସି ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ପ୍ରାଚୀନ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ: ଓଡ଼ିଶାରେ ରହିଛି ଏହି ଗଛ

November 3, 2025

ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାନ୍ତ୍ରିକ ତ୍ରୁଟି: ମଙ୍ଗୋଲିଆରେ କଲା ଅବତରଣ

November 3, 2025
BJP Ads
Latest News

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.