Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Nuapada ByElection: ବିଜେଡିକୁ ଟାର୍ଗେଟ କଲା ବିଜେପି, ବରିଷ୍ଠ ନେତା ବସନ୍ତ ପଣ୍ଡା କହିଲେ….
ଜାତୀୟ ଖବର

Nuapada ByElection: ବିଜେଡିକୁ ଟାର୍ଗେଟ କଲା ବିଜେପି, ବରିଷ୍ଠ ନେତା ବସନ୍ତ ପଣ୍ଡା କହିଲେ….

November 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Nuapada ByElection
Nuapada ByElection: ବିଜେଡିକୁ ଟାର୍ଗେଟ କଲା ବିଜେପି, ବରିଷ୍ଠ ନେତା ବସନ୍ତ ପଣ୍ଡା କହିଲେ....

Nuapada ByElection:ନୂଆପଡା ଉପନିର୍ବାଚନର ପ୍ରଚାରରେ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ବିଜେପି। ଆଜି ନୂଆପଡାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ଟାର୍ଗେଟ କରିଛି । ଦଳ କହିଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ନୂଆପଡା ଆସିଥିଲେ। ନୂଆପଡା ମାଟିରେ ଛିଡା ହୋଇ ନୂଆପଡାବାସୀଙ୍କୁ ଗାଳି ଦେଲେ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ନବୀନ ପଟ୍ଟନାୟକଙ୍କ ଏଭଳି ଭାଷାକୁ ସ୍ଥାନୀୟ ଅଂଚଳବାସୀ କେବେବି କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ନବୀନ ପଟ୍ଟନାୟକ।

ନୂଆପଡାରେ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନୀ ସଭାରେ ଯେଉଁ ଅଶାଳୀନ ଭାଷାର ପ୍ରୟୋଗ କରିଛନ୍ତି, ଯାହା ତାଙ୍କ ରୁଗ୍‌ଣ ମାନସିକତାକୁ ସ୍ପଷ୍ଟ କରୁଛି । ନବୀନ ବାବୁ ମଂଚରେ ଛିଡା ହୋଇ ନୂଆପଡାବାସୀଙ୍କୁ ନିଜ ଶାସନ କାଳର ଉପଲବ୍ଧି ନକହି ଓଲଟା ପ୍ରଶ୍ନ ପଚାରିବା ଦ୍ୱାରା ନିଜ ୨୪ ବର୍ଷ ଶାସନର ବିଫଳତାକୁ ପରିପ୍ରକାଶ କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନବୀନ ଯେଉଁ ଭାଷା ପ୍ରୟୋଗ କରିଛନ୍ତି ଏବଂ ଯାହାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ତା ପୂର୍ବରୁ ସେ ନିଜେ ଆତ୍ମସମୀକ୍ଷା କରିବା ଉଚିତ ଥିଲା। ଆମେ ତାଙ୍କୁ ମନେ ପକାଇବା ପାଇଁ ପ୍ରଶ୍ନ କରୁଛୁ ଯେ; ତାଙ୍କୁ ରାଜନୀତିକୁ ଆଣିଥିବା ତତ୍କାଳୀନ ଏବଂ ବିଜେଡି ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ଅନେକ ନେତାଙ୍କ ସହ ନବୀନ ବାବୁ ଯେଉଁ ବ୍ୟବହାର ଓ ଆଚରଣ ପ୍ରଦର୍ଶନ କରିଛନ୍ତି, ତାକୁ କ’ଣ କୁହାଯିବ ବୋଲି ଶ୍ରୀ ବସନ୍ତ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଜୁକ୍ତ କରାଇବା ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ବିକଶିତ ଭାରତ ଏବଂ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ ବିକଶିତ ଭାରତ ବିକଶିତ ଓଡିଶାରେ ସାମିଲ ହେବା ପାଇଁ ନୂଆପଡାବାସୀ ମନ ସ୍ଥିର କରିସାରିଛନ୍ତି ।

ଜୟ ଢୋଲକିଆଙ୍କ ବିଜୟ ସୁନିଶ୍ଚିତ ଏବଂ ତାଙ୍କ ବିଜୟ ରାଜ୍ୟ ବିଧାନସଭାରେ ବିଜେପିର ଶକ୍ତିିକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ମାନସ ବକ୍ସି ଉପସ୍ଥିତ ଥିଲେ।

Nuapada Byelection ନବୀନ ପଟ୍ଟନାୟକ ନୂଆପଡା ଉପନିର୍ବାଚନ ବସନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.