Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Kharif Paddy Procurement: ଖରିଫ୍ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କଲେ ୧୯.୬୮ ଲକ୍ଷ ଚାଷୀ
ଜାତୀୟ ଖବର

Kharif Paddy Procurement: ଖରିଫ୍ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କଲେ ୧୯.୬୮ ଲକ୍ଷ ଚାଷୀ

November 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Kharif Paddy Procurement
Kharif Paddy Procurement: ଖରିଫ୍ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କଲେ ୧୯.୬୮ ଲକ୍ଷ ଚାଷୀ

Kharif Paddy Procurement:: ୨୦୨୪-୨୫ ଖରିଫ୍ ମାର୍କେଟିଂ ଋତୁରେ ୭୩  ଲକ୍ଷ ୪୫  ହଜାର ୭୦୭  ମେଟ୍ରିକ୍ ଟନ୍ ଖରିଫ ଧାନ ଏବଂ ରବିରେ ୧୯ ଲକ୍ଷ ୧୮ ହଜାର ୫୨୮ ମେଟ୍ରିକ୍ ଟନ୍ ଧାନ ସଂଗୃହିତ ହୋଇଥିଲା ଏବଂ ସେହି ଅନୁପାତରେ ଯେତେ ପରିମାଣର ଚାଉଳ ସଂଗ୍ରହ ହେବା କଥା, ସେଥିରୁ ୭୨ ପ୍ରତିଶତ ସଂଗ୍ରହ ହୋଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି। ଗତ ୨୦୨୩ -୨୪  ବର୍ଷରେ ୮୫ ପ୍ରତିଶତ ଚାଉଳ ସଂଗ୍ରହ ହୋଇଥିଲା ।

୨୦୨୫-୨୬  ବର୍ଷ ପାଇଁ ୧୯.୬୮ ଲକ୍ଷ ଚାଷୀ ଧାନ ବିକ୍ରୟ ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ଗତ ବର୍ଷ ଏହି ସଂଖ୍ୟା ୧୭.୫୦ ଲକ୍ଷ ଥିଲା। ଏ ବର୍ଷ ୯୩  ଲକ୍ଷ ମେଟ୍ରିକ୍ ଟନ ଧାନ ଉଭୟ ଖରିଫ ଓ ରବି ଋତୁ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଗତ ଖରିଫ୍ ଋତୁରେ ଧାନ କ୍ରୟ ବାବଦକୁ ୯୮ପ୍ରତିଶତ ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ସିଧାସଳଖ ପ୍ରଦାନ କରାଯାଇଛି।

ଖରିଫ୍ ମାର୍କେଟିଂ ଋତୁ  ପାଇଁ ଖାଦ୍ୟ ଓ କ୍ରୟ ନୀତି ୨୦୨୫-୨୬ ଗତ ଅକ୍ଟୋବରରେ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଥିଲା । ଖରିଫ୍ ଧାନ କ୍ରୟ ସମୟ ୨୦୨୫ ନଭେମ୍ବର ୧ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି। କ୍ଷୁଦ୍ର, ଛୋଟ ଚାଷୀ, ପ୍ରକୃତ ଚାଷୀ, ଭାଗଚାଷୀମାନଙ୍କ ଠାରୁ ଧାନ କ୍ରୟ ପାଇଁ ବିଶେଷଗୁରୁତ୍ୱ ରହିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କ୍ରୟ ପ୍ରକ୍ରିୟାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଅର୍ଥି ପ୍ରେରଣ ବ୍ୟବସ୍ଥା ରହିଛି। ଧାନ ସଂଗ୍ରହ ପରିଚାଳନା ସଂପର୍କିତ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇ ସାରିଛି।

୨୦୨୪-୨୫  ଖରିଫ୍ ମାର୍କେଟିଂ ଋତୁ ଏବଂ ପୂର୍ବରୁ ରାଜ୍ୟ ସରକାରଙ୍କ ସଂସ୍ଥା ସହିତ କଷ୍ଟମ ମିଲ ଚାଉଳ ଡେଲିଭରି ସମ୍ପର୍କିତ ବକେୟା ନଥିବା  ଏଜେନ୍ସିମାନେ (କେବଳ  ରବି ଋତୁ ୨୦୨୪-୨୫  ବ୍ୟତୀତ) ଖରିଫ୍ ମାର୍କେଟିଂ ଋତୁ ୨୦୨୫-୨୬  ରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଧାନ ଚାଷ ହୋଇଥିବା ସଂପର୍କିତ ଶତ ପ୍ରତିଶତ ସାଟେଲାଇଟ୍ ଯାଂଚ ସମସ୍ତ ଜିଲ୍ଲାରେ କରାଯାଇଛି।

ଆଧାରଭିତ୍ତିକ ପ୍ରମାଣ ଜରିଆରେ ଚାଷୀମାନଙ୍କର ଧାନ ସଂଗ୍ରହ ନେଇ ପ୍ରମାଣିତ(ଅଥେଣ୍ଟିକେସନ) କରାଯିବ। ଚାଷୀ ପଞ୍ଜୀକରଣ ପାଇଁ ଇ-କେଓ୍ୱାଇସି ବାଧ୍ୟତାମୂଳକ ରହିଛି। ଧାନର ମାନ ଭାରତ ସରକାରଙ୍କ ନିର୍ଦ୍ଧାରିତ ଗୁଣାତ୍ମକ ମାନ ହିସାବରେ ରହିବା ଆବଶ୍ୟକ। ସାଧାରଣ ପ୍ରକାର ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ଇନପୁଟ ସହାୟତା ମିଶାଇ ୩୧୦୦  ଟଙ୍କା ରହିଛି ।

Kharif Paddy Procurement ଖରିଫ ଧାନ ସଂଗ୍ରହ ଧାନ ସଂଗ୍ରହ
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.