Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Dharmendra’s Farmhouse: ଧର୍ମେନ୍ଦ୍ରଙ୍କ 100 ଏକର ଫାର୍ମ ହାଉସ, ଭିତରେ ଥିଲା ଥେରାପି ସୁଇମିଂ ପୁଲ
ଜାତୀୟ ଖବର

Dharmendra’s Farmhouse: ଧର୍ମେନ୍ଦ୍ରଙ୍କ 100 ଏକର ଫାର୍ମ ହାଉସ, ଭିତରେ ଥିଲା ଥେରାପି ସୁଇମିଂ ପୁଲ

November 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dharmendra's Farmhouse:
Dharmendra's Farmhouse: ଧର୍ମେନ୍ଦ୍ରଙ୍କ 100 ଏକର ଫାର୍ମ ହାଉସ, ଭିତରେ ଥିଲା ଥେରାପି ସୁଇମିଂ ପୁଲ

Dharmendra’s Farmhouse: ଆଜି ପ୍ରଖ୍ୟାତ ଅବିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଯାଇଛି। ଯାହାକୁ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ତେବେ ତାଙ୍କ ପରଲୋକ ପରେ ଏବେ ଚର୍ଚ୍ଚାରେ ଆସିଛି ଧର୍ମେନ୍ଦ୍ରଙ୍କ 100 ଏକର ପରିମିତ ଫାର୍ମ ହାଉସ। କାରଣ ଏହି ଫାର୍ମ ହାଉସକୁ ବେଶ ଭଲ ପାଉଥିଲେ ଧର୍ମେନ୍ଦ୍ର। ବହୁ ସମୟ ସେ ଏହି ଫାର୍ମ ହାଉସରେ କଟାଉଥିଲେ।

ମୁମ୍ବାଇ ବାହାରେ ଥିଲା ଲୋନାଭାଲା ଠାରେ ଧର୍ମେନ୍ଦ୍ରଙ୍କ ରହିଛି 100 ଏକର ଫାର୍ମ ହାଉସ। ଧର୍ମେନ୍ଦ୍ର ମୁମ୍ବାଇରେ ରହୁଥିଲେ ମଧ୍ୟ ସେ ବିଭିନ୍ନ ସମୟରେ ଏହି ଫାର୍ମ ହାଉସକୁ ଯାଇ ସମୟ କଟାନ୍ତି। ଏଥିରେ ସେ ବହୁ ଅତ୍ୟାଧୁନିକ ଜିନିଷ ସ୍ଥାପନା କରି ଏହି ଫାର୍ମ ହାଉସ ନିର୍ମାଣ କରିଛନ୍ତି। ଏହି ଭିତରେ ରହିଛି ଏକ ବିରାଟ ସୁଇମିଂ ପୁଲ। ଏହି ସୁଇମିଂ ପୁଲରେ ଗରମ ପାଣି ରହୁଥିବା ଆକ୍ବା ଥେରାପି ବ୍ୟବସ୍ଥା କରାଯାଇଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର ଏହି ଫାର୍ମ ହାଉସକୁ ପ୍ରାୟ 17 କୋଟି ଟଙ୍କା ଦେଇ କିଣିଛନ୍ତି। ଏହାପରେ ସେ କୃଷି ପାଇଁ 88 ଲକ୍ଷ୍ୟ ଟଙ୍କା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ସେ 52 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହି ଫାର୍ମ ହାଉସ ନିକଟରେ ସେ ଏକ ରିସୋର୍ଟ ବ୍ୟବସାୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେ ବିଭିନ୍ନ ଏଜେନ୍ସି ସହିତ କଥାବାର୍ତ୍ତା କରିଥିଲେ। ଏଥିରେ 30 ଟି କଟେଜ ନିର୍ମାଣ କରିବା ପାଇଁ ନିଷ୍ପତି କରିଥିଲେ।

ସେହିପରି ଧର୍ମେନ୍ଦ୍ର ପ୍ରଥମେ ହୋଟେଲ ବ୍ୟବସାୟରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ସେ 2015 ମସିହାରେ ଦିଲ୍ଲୀରେ ଏକ ଢାବା ଖୋଲିଥିଲେ। ଯାହାର ନାମ ଥିଲା ଗରମ ଧରମ ଢାବା। ଏହାପରେ ସେ 2022 ମସିହାରେ ଆଉ ଏକ ଢାବା ଖୋଲିଥିଲେ ଯାହାର ନାମ ଥିଲା HI-Man। ସେହିପରି ସେ ବିଭିନ୍ନ ସୌଖିନ କାର କିଣିବାରେ ଆଗ୍ରହ ରଖିଥିଲେ ଧର୍ମେନ୍ଦ୍ର। ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ପାଖରେ ଭିନ୍ନ ଭିନ୍ନ ଦାମିକା କାର ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି Range Rover Evoque ଏବଂ Mercedes-Benz SL500।

dharmendra Dharmendra Death Dharmendra's Farmhouse ଅଭିନେତା ଧର୍ମେନ୍ଦ୍ର ଧର୍ମେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026
Latest News

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.