Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ ସଫଳତା, ଓଡିଶାକୁ ଆଣିଲେ ୪୨,୮୯୯ କୋଟି ଟଙ୍କାର ସଡକ ପ୍ରକଳ୍ପ
ଜାତୀୟ ଖବର

ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ ସଫଳତା, ଓଡିଶାକୁ ଆଣିଲେ ୪୨,୮୯୯ କୋଟି ଟଙ୍କାର ସଡକ ପ୍ରକଳ୍ପ

December 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ ସଫଳତା, ଓଡିଶାକୁ ଆଣିଲେ ୨୯,୮୩୦ କୋଟି ଟଙ୍କାର ସଡକ ପ୍ରକଳ୍ପ

ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ରାସ୍ତା ପ୍ରକଳ୍ପ ନେଇ ମଙ୍ଗଳବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରିଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ଏହି ଅବସରରେ ଓଡ଼ିଶାର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ସୁଦୃଢ଼ୀକରଣ କରିବା ପାଇଁ ବିଭିନ୍ନ ପ୍ରକଳ୍ପକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ଅନୁମୋଦନ କରାଇଛନ୍ତି। ସେଗୁଡିକ ମଧ୍ୟରେ ରହିଛି

  • ଜାତୀୟ ରାଜପଥ-୧୬ର ଭୁବନେଶ୍ବର-ପୁରୀକୁ ୮ ଲେନ୍ ବିଶିଷ୍ଟ ରାସ୍ତା
  • ଟାଙ୍ଗୀ-ପୁଇଁତଳା-ଇଚ୍ଛାପୁରମ୍ (ଓଡ଼ିଶା -ଆନ୍ଧ୍ରପ୍ରଦେଶ)ବର୍ଡର ରାସ୍ତାକୁ ୬ ଲେନ୍ ବିଶିଷ୍ଟ
  • ରାଉରକେଲା-ବଡ଼ବିଲ୍-ପାରଦ୍ବୀପ ଭାୟା ଡ଼ୁବରୀକୁ ୮ ଲେନ୍ କରିଡ଼ର
  • ଜାତୀୟ ରାଜପଥ ୧୪୯ ର ପାଲଲହଡ଼ା ପିତିରି ସେକ୍ସନ ରାସ୍ତା ୪ ଲେନ୍ ବିଶିଷ୍ଟ

ସମୁଦାୟ ୨୯,୮୩୦ କୋଟି ଟଙ୍କାର ପ୍ରକଳ୍ପକୁ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କେନ୍ଦ୍ରମନ୍ତ୍ରୀଙ୍କର ଅନୁମୋଦନ କରାଇଛନ୍ତି। ସେହିପରି

  • Central Road Infrastructure Fund (CRIF)  ଅଧିନରେ ରୋଡ଼ ନେ‌ଟୱାର୍କ ନିମନ୍ତେ ୧୫୦୦ କୋଟି ଟଙ୍କା ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି।
  • ରାଜ୍ୟ ରାଜପଥ ଅଧିନସ୍ଥ ବରପାଲି -ବଲାଙ୍ଗୀର-କେସିଙ୍ଗା-ଭବାନୀପାଟଣା ରାସ୍ତାକୁ ପ୍ରଶସ୍ତିକରଣ କରି ୪ ଲେନ ବିଶିଷ୍ଟ ରାସ୍ତା
  • ବଲାଙ୍ଗୀର ରୁ ନୟାଗଡ଼ ରାସ୍ତା ନିର୍ମାଣ, ବ୍ରହ୍ମପୁରରୁ କାଳଷଣ୍ଢପୁର ରାସ୍ତାକୁ ୪ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ କରିଡ଼ର
  • ମୋହନା ରୁ ପାରଳାଖେମୁଣ୍ଡି ରାସ୍ତାର ପ୍ରଶସ୍ତିକରଣ
  • NH ୨୬ ରାସ୍ତାର ପ୍ରଶସ୍ତିକରଣ
  • ସମୁଦାୟ ୧୩୦୬୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଏହିପରି ମୋଟ ୪୨୮୯୯ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ପାରାଦୀପକୁ ଅର୍ଥନୈତିକ ଓ ସାମଗ୍ରିକ ବିକାଶ କରିବା ପାଇଁ ଭୁବନେଶ୍ବରରୁ ପାରାଦୀପ ବନ୍ଦରକୁ‌ ଏକ ଗ୍ରୀନଫିଲ୍ଡ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ନୂତନ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।  କେନ୍ଦ୍ରମନ୍ତ୍ରୀ ଉକ୍ତ ପ୍ରସ୍ତାବକୁ ପ୍ରଶଂସା କରିବା ସହ ଏହାରି ଉପରେ ପୁଣିଥରେ ସବିଶେଷ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ କହିଛନ୍ତି।

ଏହି ଆଲୋଚନାରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ଏଡ଼ିଜେ ଶ୍ରୀ ଅତୁଲ କୁମାର ଏବଂ ଇଆଇସି (ସିଭିଲ୍) ତଥା ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଏନ୍ଏଚ୍ଏଆଇର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Harichandan Meets Gadakari Nitin Gadakari କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ନୀତିନ ଗଡକରୀ ମନ୍ତ୍ରୀ ନୀତିନ ଗଡକରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.