Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: 126 ରୁ 11 କୁ ଖସିଲା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା
ଜାତୀୟ ଖବର

ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: 126 ରୁ 11 କୁ ଖସିଲା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା

December 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନକ୍ସଲ ମୁକ୍ତ ଭାରତ
ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ: 2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ବାମପନ୍ଥୀ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ପ୍ରତିରକ୍ଷା ରଣନୀତି ଆପଣାଇଛନ୍ତି। ଯୋଜନାବଦ୍ଧ ହସ୍ତକ୍ଷେପ ଏବଂ ସୁରକ୍ଷାବାହିନୀର ସମନ୍ୱିତ କାର୍ଯ୍ୟାନୁଷ୍ଠାନ କାରଣରୁ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 2014ରେ 126ରୁ 2025ରେ ମାତ୍ର 11କୁ ଖସି ଆସିଛି। ସେହିପରି ସବୁଠୁ ପ୍ରଭାବିତ ଜିଲ୍ଲାଗୁଡ଼ିକର ସଂଖ୍ୟା 36ରୁ ମାତ୍ର 3କୁ ହ୍ରାସ ପାଇଛି। ପୂର୍ବରୁ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କିଛି ଭାଗକୁ ଲାଲ୍‌ କରିଡର କୁହାଯାଉଥିଲା। ବର୍ତ୍ତମାନ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ ହୋଇଯାଇଛି।

ମାଓ ହିଂସା ଘଟଣା 2004-14 ମଧ୍ୟରେ 16,463 ଥିବା ବେଳେ 2014–2024 ଅବଧିରେ 53% ହ୍ରାସ ପାଇ 7,744ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ସଂଖ୍ୟା 1851ରୁ 73% ହ୍ରାସ ପାଇ 509ରେ ପହଞ୍ଚିଛି । ସେହିପରି ନାଗରିକଙ୍କ ମୃତ୍ୟୁ ସଂଖ୍ୟା 70% ହ୍ରାସ ପାଇ 4,766ରୁ 1495ରେ ପହଞ୍ଚିଛି।

କେବଳ 2025ରେ 317 ନକ୍ସଲ ନିହତ ହୋଇଥିବା ବେଳେ 862 ଜଣ ଗିରଫ ଏବଂ 1973 ଜଣ ଆତ୍ମସମର୍ପଣ କରିଛନ୍ତି। 2024ରେ 290 ଜଣ ନିହତ, 1090 ଜଣ ଗିରଫ ଏବଂ 881 ଜଣ ଆତ୍ମସମର୍ପଣ କରିଥିଲେ। ମୋଟ୍‌ 28 ଜଣ ଶୀର୍ଷ ମାଓନେତା ନିହତ ହୋଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ 6 ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ନିହତ ହୋଇନ୍ତି। 23 ମେ 2025ରେ 27 ଜଣ ହାର୍ଡକୋର ନକ୍ସଲ ଅପରେସନ ବ୍ଲାକ ଫରେଷ୍ଟରେ ନିହତ ହୋଇଥିଲେ। ଗତ ଅକ୍ଟୋବର ମାସରେ ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ 270ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଥିଲେ।

କେନ୍ଦ୍ର ସରକାର ନକ୍ସଲ ମୁକାବିଲା ପାଇଁ ଗତ 10 ବର୍ଷ ମଧ୍ୟରେ 586ଟି ସୁରକ୍ଷିତ ପୁଲିସ ଷ୍ଟେସନ ନିର୍ମାଣ କରିଛନ୍ତି। 2013ରେ 76ଟି ଜିଲ୍ଲାର 330 ଥାନାଞ୍ଚଳ ନକ୍ସଲ ପ୍ରଭାବିତ ଥିଲା। ଏହି ସଂଖ୍ୟା ଏବେ 22ଟି ଜିଲ୍ଲାର 52ଟି ଥାନାଞ୍ଚଳକୁ ଖସି ଆସିଛି। ଏହାବ୍ୟତୀତ ଗତ 6 ବର୍ଷ ମଧ୍ୟରେ 361ଟି ନୂଆ ସୁରକ୍ଷା ଶିବିର ଏବଂ ରାତ୍ରିକାଳୀନ ଅବତରଣ ଲାଗି 68ଟି ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି ।

କେନ୍ଦ୍ର ସରକାର ନକ୍ସଲ ସମ୍ପତ୍ତି ଉପରେ ଅଙ୍କୁଶ ଲଗାଇବାକୁ ସମନ୍ୱିତ ପଦକ୍ଷେପ ନେଇଛନ୍ତି। ଏନଆଇଏ 40 କୋଟି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 12 କୋଟି ଏବଂ ରାଜ୍ୟ ସୁରକ୍ଷା ବାହିନୀ 40 କୋଟି ଟଙ୍କାକୁ ମିଶାଇ ନକ୍ସଲମାନଙ୍କର 92 କୋଟିରୁ ଅଧିକ ସମ୍ପତ୍ତି ଜବତ କରାଯାଇଛି। ଗତ 11 ବର୍ଷ ମଧ୍ୟରେ ମାଓ ପ୍ରଭାବିତ ରାଜ୍ୟରେ ସୁରକ୍ଷା ସଂକ୍ରାନ୍ତ ବ୍ୟୟ ବାବଦରେ କେନ୍ଦ୍ର ସରକାର 3331 କୋଟି ଟଙ୍କା ଜାରି କରିଛନ୍ତି, ଯାହାକି ପୂର୍ବ ଦଶ ବର୍ଷ ତୁନରେ 155% ଅଧିକ। ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ କେନ୍ଦ୍ର ସରକାର 371 କୋଟି ଟଙ୍କା ଏବଂ ସୁରକ୍ଷିତ ପୁଲିସ ଷ୍ଟେସନ ପାଇଁ 620 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାବ୍ୟତୀତ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନାରେ 3,817.59 କୋଟି ଟଙ୍କା ଯୋଗାଇ ଦିଆଯାଇଛି। କେନ୍ଦ୍ରୀୟ ଏଜେନ୍ସିକୁ ସହାୟତା ଯୋଜନା ଅଧୀନରେ ଗତ ଦଶ ବର୍ଷ ମଧ୍ୟରେ 125.53 କୋଟି ଟଙ୍କା ଏବଂ ଡାକ୍ତରଖାନା ଉନ୍ନତିକରଣ ଲାଗି 12.56 କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି।

ମାଓ ପ୍ରଭାବିତ ଅଞ୍ଚଳରେ ସଡ଼କ ନିର୍ମାଣ ପାଇଁ 20,815 କୋଟି ଟଙ୍କା ବ୍ୟୟରେ 12,000 କିମି ସଡ଼କ ନିର୍ମାଣ କରାଯାଇଥିବା ବେଳେ 17,589 କିମି ରାସ୍ତାକୁ ମଞ୍ଜୁରି ମିଳିଛି । 4,080 କୋଟି ଟଙ୍କା ବ୍ୟୟରେ 2,343 ମୋବାଇଲ ଟାୱାର ନିର୍ମାଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 2,210 କୋଟି ଟଙ୍କା ବ୍ୟୟରେ 2,542ଟି ଟାୱାର ନିର୍ମାଣ କରାଯାଇଛି। ସେହିପରି ଆକାଂକ୍ଷୀ ଜିଲ୍ଲା ଏବଂ ଫୋର୍‌ ଜି ସମ୍ପୂର୍ଣ୍ଣକରଣ ଯୋଜନାରେ 8,527 ଫୋର୍‌ ଜି ଟାୱାରକୁ ମଞ୍ଜୁରି ମିଳିଥିବା ବେଳେ ଏବେ ସୁଦ୍ଧା ଯଥାକ୍ରମେ 2,596 ଏବଂ 2,761 ଟାୱାର କାର୍ଯ୍ୟକ୍ଷମ ହୋଇଛି।

ନକ୍ସଲ ପ୍ରଭାବିତ ଅଞ୍ଚଳରେ 1804 ବ୍ୟାଙ୍କ ଶାଖା, 1321 ଏଟିଏମ ଏବଂ 37850 ବ୍ୟାଙ୍କ ପ୍ରତିନିଧିଙ୍କୁ ନିଯୁକ୍ତି ମିଳିଥିବା ବେଳେ 90ଟି ଜିଲ୍ଲାରେ 5,899 ଡାକ ଘର ଖୋଲାଯାଇଛି। ସେହିପରି 495 କୋଟି ଟଙ୍କା ବ୍ୟୟରେ 48ଟି ଆଇଟିଆଇକୁ ମଞ୍ଜୁରି ମିଳଛି। ଏହାଛନା 61ଟି ଦକ୍ଷତା ବିକାଶ କେନ୍ଦ୍ରକୁ ଅନୁମୋଦନ କରାଯାଇଛି। ଏବେ ସୁଦ୍ଧା 46ଆଇଟିଆଇ ଏବଂ 49ଟି ଦକ୍ଷତା ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି।

ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା ଓ ଜୀବିକା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। ଆତ୍ମସର୍ପଣ କରୁଥିବା ଶୀର୍ଷ ନକ୍ସଲ 5 ଲକ୍ଷ ଟଙ୍କା, ମଧ୍ୟମ ଓ ନିମ୍ନ କ୍ୟାଡର ନକ୍ସଲଙ୍କୁ 2.5 ଲକ୍ଷ ଟଙ୍କା ସହିତ 36 ମାସ ପାଇଁ ମାସିକ 10 ହଜାର ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା କରାଯାଇଛି । ଫଳରେ ବହୁସଂଖ୍ୟାରେ ନକ୍ସଲ ଆତ୍ମସର୍ପଣ କରି ମୁଖ୍ୟଧାରାକୁ ଫେରୁଛନ୍ତି।

ବାମପନ୍ଥୀ ଆତଙ୍କବାଦ ମାଓ ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ଡେବ୍ୟୁ କରିବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ!: ଟିମ୍ ଇଣ୍ଡିଆରେ କାହାର ସ୍ଥାନ ନେବେ?

April 8, 2026

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୩୪୩୫ ସିଲିଣ୍ଡର ଜବତ

April 8, 2026
Latest News

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.