Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ଫଳାଫଳ ଘୋଷଣା
ଜାତୀୟ ଖବର

ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ଫଳାଫଳ ଘୋଷଣା

December 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧୀରୁଭାଇ ଅମ୍ବାନୀ
ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ଫଳାଫଳ ଘୋଷଣା

ମୁମ୍ବାଇ: ରିଲାଏନ୍ସର ପ୍ରତିଷ୍ଠାତା ଏବଂ ପୂର୍ବ ଅଧ୍ୟକ୍ଷ ଶ୍ରୀ ଧୀରୁଭାଇ ଅମ୍ବାନୀଙ୍କ ୯୩ତମ ଜନ୍ମବାର୍ଷିକୀ ପୂର୍ବ ସନ୍ଧ୍ୟାରେ, ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଏହାର ପ୍ରତିଷ୍ଠିତ ସ୍ନାତକ (ଅଣ୍ଡର ଗ୍ରାଜୁଏଟ) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରବୃତ୍ତିର ଫଳାଫଳ ଘୋଷଣା କରାଯାଇଛି। ଏହି ବର୍ଷ, ସାରା ଦେଶରୁ ୫,୦୦୦ ସ୍ନାତକ ଏବଂ ୧୦୦ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।

ଚୟନ ହୋଇଥିବା ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ପିଜି ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। ଏହି ପଦକ୍ଷେପ ୨୦୨୨ରେ ଘୋଷିତ ପ୍ରତିଶୃତିର ଏକ ଅଂଶ, ଯାହା ଅଧୀନରେ ରିଲାଏନ୍ସ ଫାଉଣ୍ଡେସନ ୧୦ ବର୍ଷ ମଧ୍ୟରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ। ଏପର୍ଯ୍ୟନ୍ତ, ରିଲାଏନ୍ସ ଫାଉଣ୍ଡେସନ ୩୩,୪୭୧ ଛାତ୍ରବୃତ୍ତି ପ୍ରଦାନ କରିଛି।

ସାରା ଦେଶରୁ ବ୍ୟାପକ ଅଂଶଗ୍ରହଣ

୨୦୨୫-୨୬ ବ୍ୟାଚ୍ ପାଇଁ ଚୟନ ପ୍ରକ୍ରିୟା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଥିଲା। ୧ ଲକ୍ଷ ୨୫ ହଜାରରୁ ଅଧିକ ଆବେଦନପତ୍ର ମଧ୍ୟରୁ ମନୋନୀତ ୫,୧୦୦ ଜଣ ଛାତ୍ରଛାତ୍ରୀ ୨୮ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ଏବଂ ୧୫,୫୪୪ ଶିକ୍ଷାନୁଷ୍ଠାନର ପ୍ରତିନିଧିତ୍ୱ କରୁଛନ୍ତି, ଯାହା ଏହି କାର୍ଯ୍ୟକ୍ରମର ସର୍ବଭାରତୀୟ ଉପଲବ୍ଧତାକୁ ପ୍ରତିଫଳିତ କରୁଛି।

ରିଲାଏନ୍ସ ଫାଉଣ୍ଡେସନର ମୁଖପାତ୍ର କହିଛନ୍ତି, “ଭାରତର ଯୁବପିଢ଼ି ଅସାଧାରଣ ପ୍ରତିଭା ଏବଂ ଦୃଢ଼ ସଂକଳ୍ପର ଅଧିକାରୀ। ଆମର ଛାତ୍ରବୃତ୍ତି କେବଳ ଆର୍ଥିକ ସହାୟତା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ପରାମର୍ଶ, ଦୃଢ଼ ସହକର୍ମୀ ନେଟୱାର୍କ ଏବଂ ନେତୃତ୍ୱ ବିକାଶ ସୁଯୋଗ ମଧ୍ୟ ପ୍ରଦାନ କରେ। ଆମେ ନୂତନ ମେଧାବୀ ମାନଙ୍କୁ ପୂରୁଣା ସୀମାକୁ ଅତିକ୍ରମ କରିବା, ବଡ଼ ସ୍ୱପ୍ନ ଦେଖିବା ଏବଂ ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରୁଛୁ।”

ବିବିଧତା ଏବଂ ଉତ୍କର୍ଷତା ଉପରେ ବିଶେଷ ଧ୍ୟାନ

ଚୟନିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିବିଧତା ଏବଂ ପ୍ରତିଭା ଉଭୟ ପରିଲକ୍ଷିତ ହୋଇଛି। ମୋଟ ଚୟନିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୩ ପ୍ରତିଶତ ଏଭଳି ପରିବାରରୁ ଆସିଛନ୍ତି ଯାହାର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ରହିଛି। ଶିକ୍ଷାଗତ ପ୍ରଦର୍ଶନକୁ ଦେଖିବାକୁ ଗଲେ ୯୭ ପ୍ରତିଶତ ସ୍ନାତକ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଛନ୍ତି। ସ୍ନାତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪୮ ପ୍ରତିଶତ ଝିଅ ଏବଂ ୫୨ ପ୍ରତିଶତ ପୁଅ ରହିଛନ୍ତି। ଏହି ବର୍ଷ, ୧୪୬ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚୟନ କରାଯାଇଛି। ୧୦୦ ଜଣ ମନୋନୀତ ପିଜି ଛାତ୍ରଛାତ୍ରୀ କୃତ୍ରିମ ବୁଦ୍ଧିମତ୍ତା, କମ୍ପ୍ୟୁଟର ବିଜ୍ଞାନ, ନବୀକରଣୀୟ ଶକ୍ତି ଏବଂ ଲାଇଫ ସାଇନ୍ସ ଭଳି ଭବିଷ୍ୟତ-ମୁଖୀ କ୍ଷେତ୍ରଗୁଡ଼ିକରେ ଅଧ୍ୟୟନ କରୁଛନ୍ତି।

ଅନୁଦାନ ସହିତ ଅଧିକ ସହଯୋଗ

ସ୍କଲାରସିପ୍ ସହିତ, ମନୋନୀତ ଛାତ୍ରଛାତ୍ରୀମାନେ ବିଶ୍ୱବ୍ୟାପୀ ପୂର୍ବରୁ ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ନେଟୱାର୍କ ଏବଂ ବିଶେଷଜ୍ଞମାନଙ୍କ ଦ୍ୱାରା ପରିଚାଳିତ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମରୁ ଉପକୃତ ହୋଇଥାନ୍ତି। ଅନେକ ପୂର୍ବ ମେଧାବୀ ଭାରତ ଏବଂ ବିଦେଶରେ ମର‌୍ୟ୍ୟାଦାଜନକ ନିଯୁକ୍ତି ପାଇଛନ୍ତି, ଗବେଷଣା କରୁଛନ୍ତି ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ପାଇଁ ଗୌରବ ଆଣିଛନ୍ତି।

ଫଳାଫଳ କିପରି ଦେଖିବେ:

ଆବେଦକମାନେ scholarships.reliancefoundation.org କୁ ଯାଇ ଏବଂ ସେମାନଙ୍କର ୧୭-ଅଙ୍କ ବିଶିଷ୍ଟ ଆବେଦନ ନମ୍ବର କିମ୍ବା ପଞ୍ଜିକୃତ ଇମେଲ୍ ଆଇଡି ଦେଇ ଫଳାଫଳ ଦେଖିପାରିବେ।

Reliance Foundation ଧୀରୁଭାଇ ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026

ଆଜି ଫେବୃୟାରୀ ୮ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

February 8, 2026

ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ

February 7, 2026

ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ? 

February 7, 2026
Latest News

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ପୁସ୍ତକକୁ ଲୋକାର୍ପଣ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

February 8, 2026

ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.