Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଆ ସମେତ ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ସମୃଦ୍ଧି ପାଇଁ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ
ଜାତୀୟ ଖବର

ଓଡ଼ିଆ ସମେତ ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ସମୃଦ୍ଧି ପାଇଁ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ

January 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ
ଓଡ଼ିଆ ସମେତ ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ସମୃଦ୍ଧି ପାଇଁ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ଭାଷାଗତ ଐତିହ୍ୟକୁ ସୁଦୃଢ଼ କରିବା ଏବଂ ଶାସ୍ତ୍ରୀୟ ଭାଷାଗୁଡ଼ିକୁ ଶିକ୍ଷା ଓ ଅନୁସନ୍ଧାନର କେନ୍ଦ୍ରବିନ୍ଦୁରେ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀର କୌଶଳ ଭବନରେ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଗୁଡ଼ିକ ଓଡ଼ିଆ, କନ୍ନଡ, ତେଲୁଗୁ, ମାଲାୟାଲମ, ତାମିଲ ଏବଂ ସାଙ୍କେତିକ ଭାଷାରେ ପ୍ରକାଶିତ ହୋଇଛି। ଏହି ସମସ୍ତ ପୁସ୍ତକ ଆଗାମୀ ପିଢ଼ି ପାଇଁ ଓଡ଼ିଶା ତଥା ଭାରତର ବୌଦ୍ଧିକ ଓ ସାଂସ୍କୃତିକ ବିଭବକୁ ବୁଝିବାରେ ଏକ ଅମୂଲ୍ୟ ସମ୍ପତ୍ତି ସଦୃଶ ହେବ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଅନୁଯାୟୀ ଭାରତର ସମସ୍ତ ଭାଷା ହେଉଛି ରାଷ୍ଟ୍ରଭାଷା। ଭାଷା ବିଭାଜନ ନୁହେଁ ବରଂ ସମସ୍ତଙ୍କ ମଧ୍ୟରେ ଏକତା ତିଆରି କରେ। ‘ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦’ ଅଧୀନରେ ଭାରତୀୟ ଭାଷାଗୁଡ଼ିକୁ ଶିକ୍ଷା ଓ ଗବେଷଣାର କେନ୍ଦ୍ରବିନ୍ଦୁରେ ରଖିବା ପାଇଁ ପ୍ରୟାସ ଜାରି ରହିଛି। ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ସୁଦୃଢ଼ କରିବାରେ ଏହି ପୁସ୍ତକଗୁଡ଼ିକ ଏକ ମୂଲ୍ୟବାନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଉନ୍ମୋଚିତ ପୁସ୍ତକଗୁଡ଼ିକ ମଧ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନ କେନ୍ଦ୍ର (ସିଇଏସସିଓ) ର ୧୦ଟି ବହୁମୂଲ୍ୟ ଗବେଷଣାତ୍ମକ ପୁସ୍ତକ ଅନ୍ତର୍ଭୁକ୍ତ, ଯାହା ଓଡ଼ିଆ ଭାଷାର ପ୍ରାଚୀନତା ଓ ଶାସ୍ତ୍ରୀୟ ମାନ୍ୟତାକୁ ଆହୁରି ସୁଦୃଢ଼ କରିବ। ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ସୁଦୃଢ଼ କରିବା ଏବଂ ଏହାର ସମୃଦ୍ଧ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନ କେନ୍ଦ୍ର ପକ୍ଷରୁ ୧୦ଟି ପ୍ରାଚୀନ ଓ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ ସ୍ୱାଗତଯୋଗ୍ୟ। ଚର୍ଯ୍ୟାପଦ ଠାରୁ ଆରମ୍ଭ କରି ମାଦଳାପାଞ୍ଜି ପର୍ଯ୍ୟନ୍ତ, ଓଡ଼ିଆ ଭାଷାର ସମୃଦ୍ଧ ଶବ୍ଦ ସମ୍ଭାରକୁ ନେଇ ଏହି ପୁସ୍ତକଗୁଡ଼ିକ ଏକ ନୂତନ ପରିଚୟ ସୃଷ୍ଟି କରିବ। ବିଶେଷ କରି ‘ମାଦଳାପାଞ୍ଜି’ର ଇଂରାଜୀ ଓ ହିନ୍ଦୀ ଅନୁବାଦ ଏବଂ ‘ରୁଦ୍ରସୁଧାନିଧି’ର ଇଂରାଜୀ ଅନୁବାଦ ଓଡ଼ିଶାର ଇତିହାସ ଓ ଦର୍ଶନକୁ ଅଣ-ଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବ। ଏହି ପ୍ରକାଶନଗୁଡ଼ିକ ଆଗାମୀ ପିଢ଼ିର ଗବେଷକ ଓ ଭାଷାପ୍ରେମୀଙ୍କ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ହୋଇ ରହିବ।

ବିଶେଷ କରି ‘ତିରୁକ୍କୁରଲ’ର ସାଙ୍କେତିକ ଭାଷା ସଂସ୍କରଣ ଏକ ଅନ୍ତର୍ଭୁକ୍ତ ଓ ସମାବେଶୀ ଭାରତର ଚିତ୍ର ଉପସ୍ଥାପନ କରିଛି। ଏହି ଅବସରରେ ମନ୍ତ୍ରୀ ଭାରତୀୟ ଭାଷା ସମିତି, ସିଆଇଆଇଏଲ, ସିଆଇସିଟି ଏବଂ ସମସ୍ତ ସେଣ୍ଟର ଅଫ୍ ଏକ୍ସଲେନ୍ସର ବିଦ୍ୱାନମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ, ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନ କେନ୍ଦ୍ର (ସିଇଏସସିଓ) ର ୧୦ଟି ଗବେଷଣାତ୍ମକ ପୁସ୍ତକମାନ ହେଉଛି – ଜ୍ୟୋତିପ୍ରଭା ମହାନ୍ତିଙ୍କ ‘ଓଡ଼ିଆ ଲୋକଭାଷା ଓ ସାହିତ୍ୟ ଭାଷା ; ସ୍ୱରୂପ ଓ ସମ୍ପର୍କ’ ହିମାଦ୍ରୀ ତନୟା ମିଶ୍ରଙ୍କ ‘ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ସ୍ୱରୂପ’, ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇଙ୍କ ପ୍ରାଚୀନ ଓଡ଼ିଆ ଶବ୍ଦ ସମ୍ଭାର: ଚର୍ଯ୍ୟାପଦ, ପ୍ରାଚୀନ ଓଡ଼ିଆ ଶବ୍ଦ ସମ୍ଭାର: ରୁଦ୍ରସୁଧାନିଧି ଓ ପ୍ରାଚୀନ ଓଡ଼ିଆ ଶବ୍ଦ ସମ୍ଭାର: ଶିଳାଲେଖ, ଜେ. କେ. ନାୟକ ଏବଂ ଏ. ମହାପାତ୍ରଙ୍କ ମାଦଳାପାଞ୍ଜି (ଇଂରାଜୀ ଅନୁବାଦ), ସୁରେନ୍ଦ୍ର ପାଣିଗ୍ରାହୀଙ୍କ ମାଦଳାପାଞ୍ଜି (ହିନ୍ଦୀ ଅନୁବାଦ), ଗଙ୍ଗାଧର ପଣ୍ଡା ଏବଂ ପ୍ରମୋଦିନୀ ପଣ୍ଡାଙ୍କ ରୁଦ୍ରସୁଧାନିଧି (ଇଂରାଜୀ ଅନୁବାଦ), ଦେବୀ ପ୍ରସନ୍ନ ନନ୍ଦଙ୍କ ଶିଳ୍ପ ଶବ୍ଦାବଳୀ ଏବଂ ସନ୍ତୋଷ କୁମାର ମହାପାତ୍ରଙ୍କ ଦ୍ୱାରା ରଚିତ ଚର୍ଯ୍ୟାପଦ – ଏକ ଆଲୋଚନା ଉନ୍ମୋଚନ ହୋଇଯାଇଛି।

ଓଡ଼ିଆ ଭାଷା ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ ଧର୍ମେନ୍ଦ୍ର ପ୍ରଧାନ ମାଦଳାପାଞ୍ଜି ରୁଦ୍ରସୁଧାନିଧି ଶାସ୍ତ୍ରୀୟ ଭାଷା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026
Latest News

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.