Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ
ଜାତୀୟ ଖବର

ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

January 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ
ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ଏକ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଜାମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ, ସି.ଏ.ପି.ଏଫ୍ ର ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ ଶ୍ରୀ ଶାହ କହିଛନ୍ତି ଯେ ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଇକୋ-ସିଷ୍ଟମ ପଙ୍ଗୁ ହୋଇଯାଇଛି।

ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରୟାସକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଶଂସା କରିଛନ୍ତି। ସେ କହିଥିଲେ ଯେ ମିଶନ ମୋଡରେ ଆତଙ୍କବାଦୀ ଭିତ୍ତିଭୂମି ଏବଂ ଆତଙ୍କବାଦୀ ପାଣ୍ଠିକୁ ଟାର୍ଗେଟ କରୁଥିବା କାଉଣ୍ଟର ଟେରର (ସିଟି) ଅପରେସନ ଜାରି ରହିବା ଉଚିତ।

କେନ୍ଦ୍ର ଗୃହ ମନ୍ତ୍ରୀ ସମସ୍ତ ସୁରକ୍ଷା ସଂସ୍ଥାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଧାରା ୩୭୦ ଉଚ୍ଛେଦ ପରେ ହାସଲ ହୋଇଥିବା ଲାଭକୁ ବଜାୟ ରଖିବା ଏବଂ ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ କାଶ୍ମୀର’ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରୟାସରେ ସମସ୍ତ ସମ୍ବଳ ଉପଲବ୍ଧ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।

ଅମିତ ଶାହ ଜାମ୍ମୁ କାଶ୍ମୀର ନରେନ୍ଦ୍ର ମୋଦୀ ସୁରକ୍ଷା ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ, ଏଥିରେ ଭୁଲ୍ କଣ?: ସୋନିଆଙ୍କୁ ଜବାବ ଦେଲେ ଝିଅ ଶର୍ମିଷ୍ଠା

November 10, 2026

ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ: ଭତ୍ତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 10, 2026

ଇତିହାସ ରଚିଲା ‘ରାମାୟଣ’: ୟୁକେ-ଆୟାରଲ୍ୟାଣ୍ଡ ବକ୍ସ ଅଫିସରେ ନମ୍ବର ୱାନ୍

November 10, 2026

୫୦୦ ଟଙ୍କିଆ ନୋଟ୍ ବନ୍ଦ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁନର୍ବାର ଦାବି

November 10, 2026
Latest News

ଚିଲିକାକୁ ବେଆଇନ ଘେରିମୁକ୍ତ କରିବା ପାଇଁ ଭଙ୍ଗାଗଲା ଶହ ଶହ ଚିଙ୍ଗୁଡ଼ି ଘେରି

November 10, 2026

ରାସ୍ତା ପ୍ରଶସ୍ତିକରଣ ପାଇଁ ଅର୍ଥ ମଞ୍ଜୁର: ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

November 10, 2026

ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ, ଏଥିରେ ଭୁଲ୍ କଣ?: ସୋନିଆଙ୍କୁ ଜବାବ ଦେଲେ ଝିଅ ଶର୍ମିଷ୍ଠା

November 10, 2026

ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଖୋଲିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପୋର୍ଟାଲ୍

November 10, 2026

ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ: ଭତ୍ତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.