Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ
ଜାତୀୟ ଖବର

ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ

January 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶର ଦୁଇଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ
ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶର ଦୁଇଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରକୁ ପଶ୍ଚିମ ଓଡିଶା ସହ ଯୋଡିବା ପାଇଁ ପରିକଳ୍ପନା କରାଯାଇଥିଲା ଖୋର୍ଦ୍ଧା-ବଲାଙ୍ଗିର ବ୍ରଡଗେଜ ରେଳ ପ୍ରକଳ୍ପ। ଯାହା ଥିଲା ରାଜ୍ୟର ପୂର୍ବ ଓ ପଶ୍ଚିମକୁ ଯୋଡିବା ପାଇଁ ଏକ ରଣନୀତିକ ଯୋଜନା। 301 କିଲୋମିଟର ଦୂରତା ବିଶିଷ୍ଟ ଏହି ରେଳ ପ୍ରକଳ୍ପ ପାଇଁ 5 ହଜାର 89 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ରେଳ ଲାଇନ 6ଟି ଜିଲ୍ଲା- ପୁରୀ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗିରକୁ ସଂଯୋଗ କରିବ। ଏହି ପ୍ରକଳ୍ପକୁ 1994ରେ ମଞ୍ଜୁରୀ ମିଳିଥିଲା। କିନ୍ତୁ ପ୍ରାୟ ତିନି ଦଶନ୍ଧି ଧରି ବିଭିନ୍ନ କାରଣରୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ୱିତ ହୋଇ ପଡିରହିଥିଲା।

ଏହି ରେଳ ପ୍ରକଳ୍ପ ବିଳମ୍ୱିତ ହେବାରେ ମୁଖ୍ୟ କାରଣ ଭୂମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଷ ମଞ୍ଜୁରୀ, ବିଜୁଳି, ବିସ୍ଥାପନ ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟର ଅଭାବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ 2015ରୁ ଆରମ୍ଭ ହୋଇଥିବା ପ୍ରଗତି ବୈଠକରେ ଏହି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। 2020ରେ ପୁଣିଥରେ ପ୍ରଗତି ବୈଠକରେ ଏହାର ସମୀକ୍ଷା କରାଗଲା। ଏହା ବ୍ୟତୀତ ପ୍ରକଳ୍ପ ତଦାରଖ ଗୋଷ୍ଠୀ 2 ଥର ଓ କ୍ୟାବିନେଟ ସଚିବ 8 ଥର ସମୀକ୍ଷା କରିଥିଲେ। ଫଳ ସ୍ୱରୁପ ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ 90 ପ୍ରତିଶତ ଶେଷ ହୋଇଛି। ଏବେଯାଏଁ ବଲାଙ୍ଗୀର ପାର୍ଶ୍ୱରୁ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଯାଏ ଏବଂ ଖୋର୍ଦ୍ଧା ପାର୍ଶ୍ୱରୁ ଦଶପଲ୍ଲା ଯାଏ ମଧ୍ୟ ଟ୍ରେନ ଚଳାଚଳ କରୁଛି । ବିଗତ ବର୍ଷଗୁଡିକରେ ବିଭିନ୍ନ ଷ୍ଟେସନକୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଏହି ବହୁ ଆକାଂକ୍ଷିତ ରେଳ ପ୍ରକଳ୍ପ ଚଳିତ ବର୍ଷ ଶେଷ ହେବାର ଆଶା କରାଯାଉଛି।

ପ୍ରଗତିର ସମୀକ୍ଷା ଓ ନିର୍ଦ୍ଦେଶ ପରେ 4900 ଏକର ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ମଞ୍ଜୁରୀ, କ୍ଷେତ୍ର ସର୍ବେକ୍ଷଣ ଆଦି ବିଭିନ୍ନ ସମସ୍ୟାକୁ ଜିଲ୍ଲା ସ୍ତରରେ ସମାଧାନ କରାଯାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏହି ପ୍ରକଳ୍ପ ଶେଷ ହେବା ଦ୍ୱାରା ଗ୍ରାମୀଣ ତଥା କୃଷି ପ୍ରଧାନ ଅଞ୍ଚଳକୁ ଉନ୍ନତ ଯୋଗାଯୋଗ ମିଳିପାରିବ। ରାଜ୍ୟର ଅର୍ଥବ୍ୟବସ୍ଥାକୁ ନୂଆ ଗତି ମିଳିବ।

ପ୍ରଗତି ଏପରି ଏକ ମଞ୍ଚ ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲମ୍ୱା ସମୟ ଧରି ବିଳମ୍ୱିତ ପ୍ରକଳ୍ପକୁ ଶେଷ କରିବା ପାଇଁ ନିଜେ ସମୀକ୍ଷା କରିଥାନ୍ତି। ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ କଥା ହୋଇ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଲଗାତାର ତଦାରଖ କରିଥାନ୍ତି। ବର୍ତ୍ତମାନ ପ୍ରଗତି ଅନେକ ବିଳମ୍ୱିତ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବାର ବିଶ୍ୱାସଯୋଗ୍ୟ ମଞ୍ଚ ପାଲଟିଛି।

ପଶ୍ଚିମ ଓଡିଶା ରାଜଧାନୀ ଭୁବନେଶ୍ୱର ର୍ଦ୍ଧା-ବଲାଙ୍ଗିର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.