Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ
ଜାତୀୟ ଖବର

କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

January 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ
କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟକୁ ସୂଚିତ କରୁଥିବା ‘ହାଲୱା ଉତ୍ସବ’ ଆଜି ନର୍ଥ ବ୍ଲକସ୍ଥିତ ବଜେଟ୍ ପ୍ରେସରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ  କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ର ବଜେଟ୍ ପ୍ରସ୍ତୁତିରେ ସାମିଲ ହୋଇଥିବା ଅଧିକାରୀମାନଙ୍କର ‘ଲକ୍-ଇନ୍’ ପୂର୍ବରୁ ‘ହାଲୱା ଉତ୍ସବ’ ଅନୁଷ୍ଠିତ ହୋଇଥାଏ। କେନ୍ଦ୍ର ବଜେଟ୍ ୨୦୨୬-୨୭  ଆସନ୍ତା ଫେବୃଆରୀ ୦୧ ରେ ଉପସ୍ଥାପିତ ହେବ।

ହାଲୱା ଉତ୍ସବରେ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହିତ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ସମସ୍ତ ବିଭାଗର ସଚିବ ଏବଂ ବଜେଟ୍ ପ୍ରସ୍ତୁତିରେ ସାମିଲ ହୋଇଥିବା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ, କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ପ୍ରେସ୍ ପରିଦର୍ଶନ ଏବଂ ପ୍ରସ୍ତୁତି ସମୀକ୍ଷା କରିବା ସହ ସମଗ୍ର ବଜେଟ୍ ଦଳକୁ ଶୁଭେଚ୍ଛା ଜଣାଇଥିଲେ।

ସମସ୍ତ ପ୍ରକାରର କେନ୍ଦ୍ର ବଜେଟ୍ ଦସ୍ତାବିଜ, ଯାହା ମଧ୍ୟରେ ବାର୍ଷିକ ଆର୍ଥିକ ବିବରଣୀ (ସାଧାରଣତଃ ବଜେଟ୍ ଭାବରେ ଜଣାଶୁଣା), ଅନୁଦାନ ଦାବି (ଡିଜି), ଅର୍ଥ ବିଲ୍ ଇତ୍ୟାଦି ଅନ୍ତର୍ଭୁକ୍ତ, ସେସବୁ “ୟୁନିୟନ୍ ବଜେଟ୍ ମୋବାଇଲ୍ ଆପ୍” ରେ ଉପଲବ୍ଧ ହେବ। ଯାହା ଦ୍ୱାରା ସଂସଦର ସଦସ୍ୟ (ସାଂସଦ) ଏବଂ ସାଧାରଣ ଜନତା ଡିଜିଟାଲ୍ ମାଧ୍ୟମରେ ବଜେଟ୍ ଦସ୍ତାବିଜ ଗୁଡ଼ିକୁ ସୁବିଧାରେ ପାଇପାରିବେ। ଏହି ଆପ୍ ଦ୍ୱିଭାଷୀ (ଇଂରାଜୀ ଏବଂ ହିନ୍ଦୀ) ଏବଂ ଏହା ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଉଭୟ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ଆପ୍ ୟୁନିୟନ୍ ବଜେଟ୍ ୱେବ୍ ପୋର୍ଟାଲ (www.indiabudget.gov.in)ରୁ ମଧ୍ୟ ଡାଉନଲୋଡ୍ କରାଯାଇପାରିବ।

୧ ଫେବୃଆରୀ, ୨୦୨୬ରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ସମାପ୍ତ ହେବା ପରେ ବଜେଟ୍ ଦସ୍ତାବିଜ ମୋବାଇଲ୍ ଆପ୍ ଏବଂ ୱେବସାଇଟରେ ଉପଲବ୍ଧ ହେବ।

ଅନ୍ତିମ ପର୍ଯ୍ୟାୟ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ବଜେଟ୍ ୨୦୨୬-୨୭ ନିର୍ମଳା ସୀତାରମଣ ହାଲୱା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026
Latest News

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.