ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଏହି ସମୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି। ଆଜି ସକାଳେ ମୁମ୍ବାଇରୁ ବାରାମତୀ ଯାଉଥିବା ଏକ ଛୋଟ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଅଜିତ ପାୱାରଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।
ମମତା ବାନାର୍ଜୀଙ୍କ ତଦନ୍ତ ଦାବି:
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, କାରଣ ନିର୍ଣ୍ଣୟ କରିବା ପାଇଁ ଏହି ଦୁଃଖଦ ଦୁର୍ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯିବା ଉଚିତ। ଦୁର୍ଘଟଣାକୁ ଅତ୍ୟନ୍ତ ଗମ୍ଭୀର ବର୍ଣ୍ଣନା କରି ସେ ଦାୟିତ୍ୱ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।


