Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ
ଜାତୀୟ ଖବର

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ଭାରତର ଲଜ୍ଜାଜନକ ପରାଜୟ
ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ଭାରତର ଲଜ୍ଜାଜନକ ପରାଜୟ

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପର ସୁପର-୮ ରେ ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ। ଦକ୍ଷିଣ ଆଫ୍ରିକାଠାରୁ ଭାରତ ୭୬ ରନରେ ପରାସ୍ତ ହୋଇଛି। ଏତେ ବଡ ବ୍ୟବଧାନରେ ପରାଜୟ ଟିମ ଇଣ୍ଡିଆକୁ ସେମିଫାଇନାଲ ଯୋଗ୍ୟତା ପାଇଁ ସମସ୍ୟା ସୃଷ୍ଟି କରିଛି। ଏବେ ଟିମ ଇଣ୍ଡିଆକୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଭଲ ରନ ରେଟରେ ଜିତିବାକୁ ପଡ଼ିବ।

ତେବେ ଆଜି ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୮୮ ରନର ଟାର୍ଗେଟ ଦେଇଥିଲା। ଜବାବରେ ଭାରତୀୟ ଦଳ ମାତ୍ର ୧୧୧ ରନରେ ସମସ୍ତ ୱିକେଟ ହରାଇଥିଲା। ଦକ୍ଷିଣ ଆଫ୍ରିକାର ଆରମ୍ଭ ଖରାପ ଥିଲେ ମଧ୍ୟ ଡେଭିଡ ମିଲର, ବ୍ରେଭିସ ଏବଂ ଷ୍ଟବ୍ସ ବିସ୍ଫୋରକ ପାଳି ଖେଳିଥିଲେ। ଡେଭିଡ ମିଲର ୩୫ ବଲରେ ୬୩ ରନ କରିଥିବା ବେଳେ ବ୍ରେଭିସ ୨୯ ବଲରେ ୪୫ ରନ ଏବଂ ଷ୍ଟବ୍ସ ୨୪ ବଲରେ ଅପରାଜିତ ୪୪ ରନ କରିଥିଲେ। ଏହିପରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୮୭ ରନ କରିବାରେ ସଫଳ ହୋଇଥିଲା।

ଭାରତୀୟ ଦଳ ପକ୍ଷରୁ ଜସପ୍ରିତ ବୁମରା ସଫଳ ବୋଲର ଭାବରେ ୪ ଓଭରରେ ବୋଲିଂ କରି ମାତ୍ର ୧୫ ରନ ଦେଇଥିଲେ ଏବଂ ୩ ଟି ୱିକେଟ ନେଇଥିଲେ। ସେହିଭଳି ବ୍ୟାଟିଂରେ ଶିବମ ଦୁବେ ଶେଷ ପର୍ଯ୍ୟନ୍ତ ଲଢି ୪୨ ରନ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟ କୁମାର ୧୮ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରିଥିଲେ।

ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲର ଚମତ୍କାର ବୋଲିଂ କରିଥିଲେ। ମାର୍କୋ ଜାନସେନ ୩.୫ ଓଭରରେ ୨୨ ରନ ଦେଇ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ କେଶବ ମହାରାଜ ୩ ଓଭରରେ ୨୪ ରନ ଦେଇ ୩ ଟି ୱିକେଟ ନେଇଥିଲେ ଏବଂ କର୍ବିନ ବୋଶ ୩ ଓଭରରେ ୧୨ ରନ ଦେଇ ୨ ଟି ୱିକେଟ ନେଇଥିଲେ।

Abhishek Sharma Aiden Markram cricket world cup IND VS SA India Vs South Africa Mens T20 World Cup Suryakumar Yadav. T20 World Cup 2026
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.