Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
modi criticized maamta
ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବା ଏବଂ ସାନ୍ତାଳ ସଂସ୍କୃତି ପ୍ରତି ଅବହେଳା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ଲଜ୍ଜାଜନକ ଏବଂ ପୂର୍ବରୁ କେବେ ଏଭଳି ଘଟିନାହିଁ। ସେ କହିଛନ୍ତି, ଗଣତନ୍ତ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣରେ ବିଶ୍ୱାସ କରୁଥିବା ଯେକୌଣସି ବ୍ୟକ୍ତି ଏହି ଘଟଣା ଦ୍ୱାରା ଗଭୀର ଭାବରେ ନିରାଶ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ନିଜେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ଏବଂ ସେ ଯେଉଁ ଯନ୍ତ୍ରଣା ଏବଂ କଷ୍ଟ ପରିପ୍ରକାଶ କରିଛନ୍ତି ତାହା ଭାରତର ଜନସାଧାରଣଙ୍କୁ ଗଭୀର ଦୁଃଖ ଦେଇଛି।

ଶ୍ରୀ ମୋଦୀ କହିଛନ୍ତି ଯେ ପଶ୍ଚିମବଙ୍ଗର ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଏହି ଅପମାନ ପାଇଁ ଏହାର ପ୍ରଶାସନ ଦାୟୀ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ସାନ୍ତାଳ ସଂସ୍କୃତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଏତେ ଅବହେଳା ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦବୀର ପବିତ୍ରତାକୁ ସର୍ବଦା ସମ୍ମାନ କରାଯିବା ଉଚିତ। ପଶ୍ଚିମବଙ୍ଗ ସରକାର ଏବଂ ଟିଏମସିକୁ ସଦ୍‌ବୁଦ୍ଧି ଆସିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି;

‘‘ଏହା ଲଜ୍ଜାଜନକ ଏବଂ ଅଭୂତପୂର୍ବ। ଯେଉଁମାନେ ଗଣତନ୍ତ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣରେ ବିଶ୍ୱାସ କରନ୍ତି, ସେମାନେ ନିରାଶ ହୋଇଛନ୍ତି।

ରାଷ୍ଟ୍ରପତି ନିଜେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ଏବଂ ସେ ଯେଉଁ ଯନ୍ତ୍ରଣା ଏବଂ କଷ୍ଟ ପରିପ୍ରକାଶ କରିଛନ୍ତି ତାହା ଭାରତର ଜନସାଧାରଣଙ୍କୁ ଗଭୀର ଦୁଃଖ ଦେଇଛି।

ପଶ୍ଚିମବଙ୍ଗର ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଏହି ଅପମାନ ପାଇଁ ଏହାର ପ୍ରଶାସନ ଦାୟୀ।

ପଶ୍ଚିମବଙ୍ଗ ସରକାର ସାନ୍ତାଳ ସଂସ୍କୃତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଏତେ ଅବହେଳା ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ଏବଂ ଏହି ପଦବୀର ପବିତ୍ରତାକୁ ସର୍ବଦା ସମ୍ମାନ କରାଯିବା ଉଚିତ। ଆଶା କରୁଛି ଯେ ପଶ୍ଚିମବଙ୍ଗ ସରକାର ଏବଂ ଟିଏମସିକୁ ସଦ୍‌ବୁଦ୍ଧି ଆସିବ।’’

ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ରାଷ୍ଟ୍ରପତିଙ୍କ ଅପମାନ
Share. Facebook Twitter LinkedIn Email WhatsApp Copy Link

Related Posts

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

‘ମହିଳାମାନଙ୍କୁ ମାସିକ ୨୫୦୦ ସହାୟତା…’: ଟିଭିକେ ମୁଖ୍ୟ ବିଜୟଙ୍କ ବଡ଼ ପ୍ରତିଶ୍ରୁତି

April 18, 2026

“ମୁଁ ସମ୍ପର୍କରେ ଥିବା ତିକ୍ତତାକୁ ଶେଷ କରିବାକୁ ଚେଷ୍ଟା କରିବି:” କାହାକୁ ଏଭଳି କହିଲେ ରାଘବ ଚଢା?

April 18, 2026

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.