Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III କୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟ୍‌ ଅନୁମୋଦନ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III କୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟ୍‌ ଅନୁମୋଦନ

April 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋଦି ସରକାର
ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ କ୍ୟାବିନେଟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III (ପିଏମଜିଏସଓ୍ବାଇ-III)କୁ ମାର୍ଚ୍ଚ ୨୦୨୫ ଅବଧିରୁ ଆଗକୁ ବଢାଇ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମୋଦନ କରିଛନ୍ତି। ଏଥିରେ ଗ୍ରାମୀଣ କୃଷି ବଜାର (GrAM), ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହସ୍ପିଟାଲ ସହିତ ବାସିନ୍ଦାଙ୍କୁ ସଂଯୋଗ କରୁଥିବା ରାସ୍ତା ଏବଂ ପ୍ରମୁଖ ଗ୍ରାମୀଣ ରାସ୍ତାଗୁଡ଼ିକର ସୁଦୃଢୀକରଣ ଅନ୍ତର୍ଭୁକ୍ତ। ଏହି ଯୋଜନାର ସଂଶୋଧିତ ବ୍ୟୟ ଅଟକଳ ୮୩,୯୭୭ କୋଟି ଟଙ୍କା ହେବ।

କ୍ୟାବିନେଟ୍ ନିମ୍ନଲିଖିତ ବିଷୟଗୁଡ଼ିକୁ ମଧ୍ୟ ଅନୁମୋଦନ କରିଛନ୍ତି:

  • ସମତଳ ଅଞ୍ଚଳରେ ରାସ୍ତା ଏବଂ ସେତୁ ଏବଂ ପାହାଡ଼ି ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
  • ପାହାଡ଼ି ଅଞ୍ଚଳରେ ସେତୁ ନିର୍ମାଣର ଶେଷ ତାରିଖ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
  • ୩୧.୦୩.୨୦୨୫ ପୂର୍ବରୁ ମଞ୍ଜୁର ହୋଇଥିବା କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ନଥିବା କାର୍ଯ୍ୟଗୁଡ଼ିକୁ ଟେଣ୍ଡର/ କାର୍ଯ୍ୟାଦେଶ ପାଇଁ ନିଆଯାଇପାରେ।
  • ମଂଜୁରୀ ଅପେକ୍ଷାରେ ଥିବା ମୋଟ ୯୬୧ କୋଟି ଟଙ୍କା ମୂଲ୍ୟର ୧୬୧ଟି ଲମ୍ବା ସେତୁର ଟେଣ୍ଡର କାର୍ଯ୍ୟାଦେଶ ଏବେ ଜାରି କରାଯାଇପାରିବ, କାରଣ ସେଗୁଡ଼ିକ ଆସୁଥିବା ରାସ୍ତାଗୁଡ଼ିକ ମଂଜୁର ହୋଇସାରିଛି।
  • ୮୦,୨୫୦ କୋଟି ଟଙ୍କାର ମୂଳ ବ୍ୟୟ ଅଟକଳକୁ ସଂଶୋଧିତ କରି ୮୩,୯୭୭ କୋଟି ଟଙ୍କା କରାଯାଇଛି।

ଉପଯୋଗିତା

ପିଏମଜିଏସଓ୍ବାଇ-III ର ସମୟସୀମା ବୃଦ୍ଧି କରିବା ଦ୍ୱାରା ଗ୍ରାମୀଣ ରାସ୍ତାଗୁଡ଼ିକର ଯୋଜନାବଦ୍ଧ ଉନ୍ନତି ସମାପ୍ତ ହେବା ସହଜ ହେବ, ଯାହା ଫଳରେ ଏହାର ନିର୍ଦ୍ଦିଷ୍ଟ ସାମାଜିକ-ଅର୍ଥନୈତିକ ଉଦ୍ଦେଶ୍ୟଗୁଡ଼ିକ ସଂପୂର୍ଣ୍ଣଭାବେ ସାକାର ହୋଇପାରିବ। ଏହା କୃଷି ଏବଂ ଅଣ-କୃଷି ଉତ୍ପାଦ ପାଇଁ ବଜାର ପ୍ରବେଶକୁ ବୃଦ୍ଧି କରି ଗ୍ରାମୀଣ ଅର୍ଥନୀତି ଏବଂ ବାଣିଜ୍ୟକୁ ଏକ ଜରୁରୀ ପ୍ରୋତ୍ସାହନ ପ୍ରଦାନ କରିବ। ଏହା ବ୍ୟତୀତ, ପରିବହନ ସମୟ ଏବଂ ଖର୍ଚ୍ଚ ହ୍ରାସ ହେବା ଦ୍ୱାରା ଗ୍ରାମୀଣ ଆୟରେ ଉନ୍ନତି ଆସିବ। ଉନ୍ନତ ସଂଯୋଗୀକରଣ ମାଧ୍ୟମରେ ଗ୍ରାମାଞ୍ଚଳରେ, ବିଶେଷକରି ଦୂରନ୍ତ ଏବଂ ଅନୁନ୍ନତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକର ପ୍ରବେଶ ଅଧିକ ସୁଗମ ହେବ, ଯାହା ଅତ୍ୟାବଶ୍ୟକ ସେବାଗୁଡ଼ିକର ସମୟାନୁସାରେ ଉପଲବ୍ଧତା ସୁନିଶ୍ଚିତ କରିବ।

ଏହି ଯୋଜନାର ନିରନ୍ତର କାର୍ଯ୍ୟାନ୍ୱୟନ ମଧ୍ୟ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ରତ୍ୟକ୍ଷଭାବେ ନିର୍ମାଣ କାର୍ଯ୍ୟକଳାପ ମାଧ୍ୟମରେ ଏବଂ ପରୋକ୍ଷଭାବରେ ଗ୍ରାମୀଣ ଉଦ୍ୟୋଗ ଏବଂ ସେବାଗୁଡ଼ିକୁ ପ୍ରୋତ୍ସାହିତ କରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସାମଗ୍ରିକଭାବେ ଏହି ସଂପ୍ରସାରଣ ଗ୍ରାମୀଣ ଏବଂ ସହରାଞ୍ଚଳ ମଧ୍ୟରେ ଥିବା ବିଭାଜନକୁ ଦୂର କରି ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ବିକାଶରେ ଯୋଗଦାନ କରିବ ଓ ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ଆଡକୁ ଆଗେଇନେବ।

କ୍ୟାବିନେଟ୍ କ୍ୟାବିନେଟ୍ ଅନୁମୋଦନ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.