Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”
ଜାତୀୟ ଖବର

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ "ଖେତ ବଚାଓ  ଅଭିଯାନ"
ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ "ଖେତ ବଚାଓ  ଅଭିଯାନ"

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ “ଖେତ ବଚାଓ ଅଭିଯାନ”କୁ କେବଳ ଏକ ସଚେତନତା କାର୍ଯ୍ୟକ୍ରମ ନୁହେଁ ବରଂ ଚାଷ, ଚାଷୀ ଏବଂ ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ଏକ ବ୍ୟାପକ ଜାତୀୟ ଅଭିଯାନ କରିବାର ବାର୍ତ୍ତା ଦେଇଛନ୍ତି। ଦିଲ୍ଲୀରେ ପ୍ରସ୍ତୁତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରି ଶିବରାଜ ସିଂହ କହିଛନ୍ତି ଯେ, ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରର ସନ୍ତୁଳିତ ଏବଂ ବିଚାରବନ୍ତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ସମସ୍ୟାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ସରକାରୀ ଯୋଜନାର ଲାଭକୁ ସିଧାସଳଖ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବା।

ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଏକ ମାସବ୍ୟାପୀ ‘ଖେତ ବଞ୍ଚାଅ ଅଭିଯାନ’କୁ ପ୍ରଭାବଶାଳୀ ଓ ଫଳଦାୟକ କରିବା ପାଇଁ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଧିକାରୀମାନଙ୍କୁ ଖେତ ସୁରକ୍ଷା, ଖର୍ଚ୍ଚର ସମତୁଳନ ଏବଂ କୃଷକମାନଙ୍କୁ ସମୟୋପଯୋଗୀ ଓ ସଠିକ୍ ମାର୍ଗଦର୍ଶନ ଦେବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯାନ ଉପରୁ-ତଳକୁ(top-down) ମଡେଲ୍‌ରେ ଚାଲିବ ନାହିଁ, ବରଂ ପଞ୍ଚାୟତରୁ ଆରମ୍ଭ କରି ରାଜ୍ୟ ଏବଂ କେନ୍ଦ୍ର ପର୍ଯ୍ୟନ୍ତ ଏକ ସହଭାଗୀତା ଆଧାରିତ ମଡେଲ୍‌ରେ ପରିଚାଳିତ ହେବ।

ବୈଠକରେ, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଗୁରୁତ୍ୱାରୋପ କରିଥିଲେ ଯେ ରାସାୟନିକ ସାରର ଅନିୟନ୍ତ୍ରିତ ବ୍ୟବହାରକୁ କମେଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେବ। ଏହାର ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ମାଟି ପରୀକ୍ଷା ଆଧାରରେ ସାର ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀର ସନ୍ତୁଳିତ ବ୍ୟବହାର ବିଷୟରେ ସଚେତନ କରିବା, ସେମାନଙ୍କୁ ସବୁଜ ସାର, ଜୈବିକ ଏବଂ ବାୟୋ-ପ୍ରଡକ୍ଟ୍‌ର ବ୍ୟବହାର ବୃଦ୍ଧି କରିବାକୁ ପ୍ରେରଣା ଦେବା। ଏହା ସହିତ ସମନ୍ୱିତ ପୋଷକ ପରିଚାଳନା (Integrated Nutrient Management – INM) ର ପ୍ରଦର୍ଶନ ଆୟୋଜନ କରିବାର ଲକ୍ଷ୍ୟ ରଖାଯାଇଛି।

କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ ଆଗାମୀ ଦିନରେ ପାଣିପାଗ ସମ୍ବନ୍ଧୀୟ ଚିନ୍ତାକୁ ଧ୍ୟାନରେ ରଖି କୃଷକମାନଙ୍କୁ ବ୍ୟବହାରିକ ପରାମର୍ଶ ଦିଆଯିବ। ସେମାନଙ୍କୁ କଣ କରିବା ଉଚିତ ଓ କଣ ନୁହେଁ ଏବଂ ଏଠି ସହିତ  ସଠିକ୍ ଫସଲ ବିକଳ୍ପ, ଫସଲ ବିବିଧତା ଓ ଜଳ ଅଭାବ କିମ୍ବା ବିପଦ କ୍ଷେତ୍ରରେ ଚାଷ କରିବା ବିଷୟରେ ଗଠନମୂଳକ ପରାମର୍ଶ ଦିଆଯିବ। ଅଭିଯାନର ଉଦ୍ଦେଶ୍ୟ କେବଳ ବାର୍ତ୍ତା ଦେବା ନୁହେଁ, ବରଂ ପରିସ୍ଥିତି ଅନୁଯାୟୀ କୃଷି ସ୍ତରରେ ଚାଷୀମାନଙ୍କୁ ସଠିକ୍ ପରାମର୍ଶ ଦେବା।

ବୈଠକ ସମୟରେ, କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ପଞ୍ଚାୟତ ସ୍ତରରେ ଏହି ଅଭିଯାନ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରାଯିବ। ଏହି ଅଭିଯାନ ଅଧୀନରେ ପଞ୍ଚାୟତ ସ୍ତରରେ ଯାନ୍ତ୍ରିକୀକରଣ ମେସିନ ବଣ୍ଟନ ଏବଂ ଯୋଜନା ଏବଂ ସରକାରୀ କାର୍ଯ୍ୟକ୍ରମର ଲାଭଗୁଡିକୁ  ସାମିଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେ କହିଛନ୍ତି ଯେ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କୁ ଏଥିରେ ସମ୍ମିଳିତ କରିବା ପାଇଁ ଅନୁରୋଧ କରାଯିବ ଏବଂ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଜନପ୍ରତିନିଧିମାନଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ପ୍ରୟାସ ହେବ। ଯାହା ଫଳରେ ଏହି ଅଭିଯାନ କେବଳ ପ୍ରଶାସନିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହି ଜନସହଭାଗିତାର ଏକ ଦୃଢ଼ ମଡେଲ୍ ହେବ। ସେ କହିଛନ୍ତି ଯେ ଏହି ଆଭିମୁଖ୍ୟ ଅଭିଯାନକୁ ପ୍ରାରମ୍ଭିକ ଦିନରୁ ରାଜନୈତିକ, ସାମାଜିକ ଏବଂ ସ୍ଥାନୀୟ ଶକ୍ତି ପ୍ରଦାନ କରିବ।

ବୈଠକରେ ସୂଚନା ଦିଆଯାଇଥିଲା ଯେ କେଭିକେ ଗୁଡ଼ିକୁ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥା ପାଇଁ ପ୍ରମୁଖ ସଂଯୋଜକ ଭୂମିକା ଦିଆଯାଇଛି। ୧୬୦୦ ରୁ ଅଧିକ ଦଳ ଗଠନ କରାଯାଇଛି। ଅତ୍ୟଧିକ ସାର ବ୍ୟବହାର କରୁଥିବା ୧୦୦   ଜିଲ୍ଲା ପାଇଁ ମୋଟ ୫୦୦ଟି  ଦଳ ଗଠନ କରାଯାଇଛି। ଏହି ଦଳଗୁଡ଼ିକରେ କେଭିକେ, ଆଇସିଏଆର୍ ପ୍ରତିଷ୍ଠାନ, ଏଆଇସିଆରପି  କେନ୍ଦ୍ରର ବୈଜ୍ଞାନିକ ଏବଂ କୃଷି ବିଭାଗର ଅଧିକାରୀମାନେ ଅନ୍ତର୍ଭୁକ୍ତ ହେବେ। ଏହା ବ୍ୟତୀତ, ଆଇସିଏଆର୍  ପ୍ରତିଷ୍ଠାନ ଏବଂ କେଭିକେ  ଗୁଡ଼ିକର ୧୧୫୦ ରୁ ଅଧିକ ବହୁବିଧ ଦଳ ମଧ୍ୟ ଏକକାଳୀନ କାର୍ଯ୍ୟ କରିବେ।

ଶିବରାଜ ସିଂହ କହିଛନ୍ତି ଯେ ଏହି ଅଭିଯାନ କେବଳ ସାର ପରିଚାଳନା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ବିଭିନ୍ନ ଯୋଜନାର ଲାଭକୁ ମଧ୍ୟ ଚାଷଜମି ପର୍ଯ୍ୟନ୍ତ ପହଞ୍ଚାଯିବ। କିଷାନ କ୍ରେଡିଟ୍ କାର୍ଡ ଏବଂ ପିଏମ୍-କିଷାନ, ଡାଲି-ତୈଳବୀଜ ମିଶନ,ପାମ୍ ତେଲ , କପା ମିଶନ, ସନ୍ତୁଳିତ ପୁଷ୍ଟିସାର, ମୃତ୍ତିକା ସ୍ୱାସ୍ଥ୍ୟ, ଜଳ ସଂରକ୍ଷଣ ଏବଂ କ୍ଷେତ୍ର-ନିର୍ଦ୍ଦିଷ୍ଟ କୃଷି ପରାମର୍ଶର ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ଯୋଡ଼ିବା ଭଳି କାର୍ଯ୍ୟକଳାପର ସମନ୍ୱିତ ଆଭିମୁଖ୍ୟ ଏହି  ଅଭିଯାନକୁ ବହୁମୁଖୀ ଏବଂ ପ୍ରଭାବଶାଳୀ କରିବ।

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ବୈଠକରେ କହିଥିଲେ ଯେ ଅଭିଯାନର ସଫଳତାର ଚାବିକାଠି ହେଉଛି ବାର୍ତ୍ତାଟି ବ୍ୟବହାରିକ, ଭୂମିରେ ଦୃଶ୍ୟମାନ ଏବଂ ସ୍ଥାନୀୟ ଭିତ୍ତିଭୂମି ସହିତ ଜଡିତ ହେବା। ଏହି ଅଭିଯାନ ମୁଖ୍ୟ ବିଷୟ ହେଉଛି  ସ୍ୱଳ୍ପ ସାର ଏବଂ ସନ୍ତୁଳିତ ବ୍ୟବହାର, ପାଣିପାଗ ଅନୁସାରେ ଚାଷ ଉପରେ ପରାମର୍ଶ, ପଞ୍ଚାୟତ ସ୍ତରୀୟ ସକ୍ରିୟତା, ଯନ୍ତ୍ରପାତି ଓ  ଯୋଜନାର ଲାଭକୁ ଅନ୍ତର୍ଭୁକ୍ତ କରିବା ଏବଂ ଏଠି ସହିତ  ଜନପ୍ରତିନିଧିଙ୍କ ଅଂଶଗ୍ରହଣ। ଏହି ଅଭିଯାନର ଦିଗ ସମ୍ପୂର୍ଣ୍ଣ ସ୍ପଷ୍ଟ: ଚାଷଜମି ସଂରକ୍ଷଣ କରିବା, ସ୍ୱଳ୍ପ ଖର୍ଚ୍ଚ କରିବା, ମାଟିକୁ  ଉନ୍ନତ କରିବା, ଚାଷୀ ସଚେତନତା ବୃଦ୍ଧି କରିବା ଏବଂ ଗ୍ରାମ ସ୍ତରରେ କୃଷି ପରିଚାଳନାର ଏକ ନୂତନ ସଂସ୍କୃତି ବିକଶିତ କରିବା।

ଉଚ୍ଚସ୍ତରୀୟ ବୈଠକ ଖେତ ବଚାଓ ଅଭିଯାନ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026

PM Modi Speech in Odia: ମୟୁରଭଂଜରେ ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ, ପଢନ୍ତୁ ପୁରା ଭାଷଣ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.