Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି
ଜାତୀୟ ଖବର

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି
କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

ଦିଲ୍ଲୀ: ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅସାଧୁ ଉପାୟ ଦ୍ୱାରା କଳାବଜାରୀ ଏବଂ ଡିଜେଲ ହୋ ହୋର୍ଡିଙ୍ଗକୁ ରୋକିବା ପାଇଁ ‘ମୋଟର ସ୍ପିରିଟ୍ ଏବଂ ହାଇ-ସ୍ପିଡ୍ ଡିଜେଲ୍ (ଖୁଚୁରା ଆଉଟ୍‌ଲେଟ୍ ମାଧ୍ୟମରେ ଯୋଗାଣର ଅସ୍ଥାୟୀ ନିୟନ୍ତ୍ରଣ) ଆଦେଶ ୨୦୨୬’ ଜାରି କରିଛି।

ଏହି ନିୟମଗୁଡିକ ଅସ୍ଥାୟୀ ପଦକ୍ଷେପ, ଯାହା ପ୍ରାରମ୍ଭରେ ୯୦ ଦିନ ପର୍ଯ୍ୟନ୍ତ ବୈଧ ରହିବ ଏବଂ ସମସ୍ତ ଖୁଚୁରା ଗ୍ରାହକଙ୍କ ପାଇଁ ଡିଜେଲ ଉପଲବ୍ଧତା ସୁନିଶ୍ଚିତ କରିବ।

ବର୍ତ୍ତମାନ ପରିସ୍ଥିତିରେ ମାତ୍ରାଧିକ ପରିମାଣରେ ଡିଜେଲ ବିକ୍ରି ପିଏସ୍‌ୟୁ ତୈଳ ମାର୍କେଟିଂ କମ୍ପାନୀର ଖୁଚୁରା ଆଉଟ୍‌ଲେଟ୍‌କୁ ସ୍ଥାନାନ୍ତରିତ ହେଉଥିବାରୁ କେତେକ ଖୁଚୁରା ଆଉଟ୍‌ଲେଟ୍‌ରେ ଅସାଧାରଣ ଚାହିଦା ବୃଦ୍ଧି ପାଉଛି। ଏହା ଔଦ୍ୟୋଗିକ, ପ୍ରତ୍ୟକ୍ଷ କିମ୍ବା ସଂସ୍ଥାଗତ ଏବଂ ବାଣିଜ୍ୟିକ ଗ୍ରାହକମାନଙ୍କ ଯୋଗୁଁ ହେଉଛି। ବଲ୍କ ଏବଂ ଖୁଚୁରା ଡିଜେଲ ମୂଲ୍ୟରେ ପାର୍ଥକ୍ୟ ଯୋଗୁଁ ସେମାନେ ଖୁଚୁରା ଆଉଟ୍‌ଲେଟ୍‌କୁ ଯିବାକୁ ଆଗ୍ରହୀ ହେଉଛନ୍ତି। ଏହାର ଅନ୍ୟ ଏକ କାରଣ ହେଉଛି ଯେ, ଘରୋଇ ତୈଳ ବିତରଣକାରୀ କମ୍ପାନୀଗୁଡିକ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଉଚ୍ଚ ଦର ଯୋଉଁ ମେ ୨୦୨୬ରେ ତାଙ୍କର ଏଚ୍‌ଏସ୍‌ଡି (ହାଇ-ସ୍ପିଡ୍ ଡିଜେଲ୍‌) ବିକ୍ରି ପ୍ରାୟ ୫୮% ହ୍ରାସ ପାଇଛି।

ମେ ୨୦୨୬ରେ ଗତ ବର୍ଷ ସମାନ ସମୟ ତୁଳନାରେ ପିଏସ୍‌ୟୁ ଓଏମ୍‌ସି ଖୁଚୁରା ଦୋକାନ ମାଧ୍ୟମରେ ଡିଜେଲ ବିକ୍ରରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହୋଇଛି ଯେଉଁଠାରେ ୩୨୭ ଜିଲ୍ଲାରେ ୧୦%ରୁ ଅଧିକ ଅଭିବୃଦ୍ଧି ରେକର୍ଡ କରାଯାଇଛି, ୮୦ଟି ଜିଲ୍ଲାରେ ୩୦%ରୁ ଅଧିକ ଅଭିବୃଦ୍ଧି ହୋଇଛି।

ନୂତନ ନିୟାମକ ପଦକ୍ଷେପଗୁଡିକ ଖୁଚୁରା ଦୋକାନରେ ଅସ୍ଥାୟୀ ଯୋଗାଣ ସମସ୍ୟା ଯୋଗୁଁ ହେବାକୁଥିବ ଅସୁବିଧାରୁ ଖୁଚୁରା ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ବିଶେଷ ଭାବରେ ଡିଜାଇନ୍ କରାଯାଇଛି। ଏହି ପଦକ୍ଷେପଗୁଡିକ ନାଗରିକମାନଙ୍କୁ ପ୍ରଭାବିତ କରିବ ନାହିଁ କାରଣ କାର୍ କିମ୍ବା ଦୁଇ ଚକିଆ ଯାନ ଚଲାଉଥିବା ବ୍ୟକ୍ତିଙ୍କ ପାଇଁ ୨୦୦ ଲିଟରର ସୀମିତ ସୀମା ଯେକୌଣସି ଘରୋଇ ଯାନର ଆବଶ୍ୟକତାରୁ ବହୁତ ଅଧିକ।

ଏହି ପଦକ୍ଷେପଗୁଡିକ ବଡ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଖୁଚୁରା ଆଉଟଲେଟଗୁଡିକରୁ ଡିଜେଲ କ୍ର୍ରୟ କରି ମୂଲ୍ୟ ମଧ୍ୟସ୍ଥତାର ଅଯଥା ଲାଭ ଉଠାଇବା ଉଚିତ ନୁହେଁ । ଜେରି କ୍ୟାନରେ ବହୁ ପରିମାଣରେ ଡିଜେଲ କ୍ରୟ ଏବଂ ଏହାର ପୁନଃବିକ୍ରୟ ପରି କେତେକ ଉଦାହରଣ ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହି ନିର୍ଦ୍ଦେଶ କଳାବଜାରୀ ଏବଂ ଡିଜେଲ ଗଚ୍ଛିତ କରିବାରେ ସମ୍ପୃକ୍ତ କ୍ରେତା/ଅପରେଟର, ଡିଲର ଏବଂ ଅଧିକାରୀଙ୍କ ବିୁରଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହେବ।

ପଶ୍ଚିମ ଏସିଆରେ ଚାଲିଥିବା ଆର୍ଥିକ ସଂକଟ ସମୟରେ ଖୁଚୁରା ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ପିଏସ୍‌ୟୁ ତୈଳ ବିତରଣକାରୀ କମ୍ପାନୀଗୁଡିକ (ଓଏମ୍‌ସି) ଏବେ ପେଟ୍ରୋଲ, ଡିଜେଲ ଏବଂ ଘରୋଇ ଏଲ୍‌ପିଜି ବିକ୍ରି ଉପରେ ପ୍ରତିଦିନ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଏହି କ୍ରମିକ ମୂଲ୍ୟ ସମର୍ଥନ ଖୁଚୁରା ଗ୍ରାହକମାନଙ୍କୁ ସୁରକ୍ଷା ଦେବା ଏବଂ ପରିବାର, ଚାଷୀ ତଥା ଅନ୍ୟାନ୍ୟ ଉପଭୋକ୍ତାଙ୍କ ପାଇଁ ଇନ୍ଧନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ଉଦ୍ଦିଷ୍ଟ। ଏହା ଶିଳ୍ପ ଏବଂ ଅଧିକ ଯୋଗାଣ ପାଇଁ ଉଦ୍ଦିଷ୍ଟ ନୁହେଁ, ଯେଉଁଠାରେ ମୂଲ୍ୟ ନିର୍ଦ୍ଧାରଣ ଅନ୍ତର୍ଜାତୀୟ ବଜାର ମୂଲ୍ୟ ଅନୁରୂପ ସ୍ଥିର କରାଯାଇଥାଏ, ଯାହାର ପରିଣାମସ୍ୱରୂପ ଖୁଚୁରା ଡିଜେଲ ବଲ୍କ ଡିଜେଲ ଅପେକ୍ଷା ଲିଟର ପିଛା ପ୍ରାୟ ୪୦ ଟଙ୍କା ଶସ୍ତା ହୋଇଥାଏ।

ବଲ୍କ ଗ୍ରାହକଙ୍କ ଦ୍ୱାରା ହାଇ-ସ୍ପିଡ୍ ଡିଜେଲ (ଏଚ୍‌ଏସ୍‌ଡି)ର ବିନିଯୋଗ ସ୍ଥାନୀୟ ଯୋଗାଣ ସମସ୍ୟା ଏବଂ ପ୍ରକୃତ ଖୁଚୁରା ଗ୍ରାହକ ଏବଂ ଅତ୍ୟାବଶ୍ୟକ ସେବା ପାଇଁ ସମ୍ଭାବ୍ୟ ବାଧା ସୃଷ୍ଟି କରିଛି।

ଏହି ନିର୍ଦ୍ଦେଶ ଅନୁଯାୟୀ, ଏବେ କେନ୍ଦ୍ର ସରକାର ସାର୍ବଜନୀନ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡିକୁ ଯଥା – ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ନିର୍ଦ୍ଦେଶ ଜାରି କରିଛନ୍ତ ଯାହା ଦ୍ୱାରା ନିମ୍ନଲିଖିତ କାର୍ଯ୍ୟଗୁଡିକ ସୁନିଶ୍ଚିତ ହୋଇପାରିବ:

ଖୁଚୁରା ବିକ୍ରୟ କେନ୍ଦ୍ରଗୁଡିକ ଡିଜେଲ କେବଳ ଯାନବାହାନ ଟାଙ୍କି କିମ୍ବା ପିଇଏସ୍‌ଓ ଅନୁମୋଦିତ ପାତ୍ରରେ ବିତରଣ କରିବେ, ଯାହାର ସର୍ବାଧିକ ସୀମା ପ୍ରତ୍ୟେକ ଗ୍ରାହକ/ଯାନ ପାଇଁ ପ୍ରତିଦିନ ସର୍ବାଧିକ ୨୦୦ ଲିଟର ରହିବ। ଖୁଚୁରା ଦୋକାନରୁ କିଣାଯାଇଥିବା ଡିଜେଲ ପୁନଃବିକ୍ରି କରାଯାଇପାରିବ ନାହିଁ।

ଶିଳ୍ପ ଏବଂ ପ୍ରତ୍ୟକ୍ଷ କିମ୍ବା ଅନୁଷ୍ଠାନିକ ତଥା ବାଣିଜ୍ୟିକ ଗ୍ରାହକମାନେ ଖୁଚୁରା ଦୋକାନରୁ ଇନ୍ଧନ କ୍ରୟ କରିବା ନିଷେଧ ଏବଂ ସେମାନେ ଉପଭୋକ୍ତା ପମ୍ପ ମାଧ୍ୟମରେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ।

ତୈଳ ବିତରଣକାରୀ କମ୍ପାନୀ (ଓଏମ୍‌ସି) ଏବଂ ଖୁଚୁରା ଦୋକାନ ଡିଲରମାନେ ନିର୍ଦ୍ଧାରିତ କଟକଣାର ପାଳନ ସୁନିଶ୍ଚିତ କରିବା ଏବଂ ଆଦେଶର ବ୍ୟବସ୍ଥାକୁ ଏଡ଼ାଇ ଦେବା ପାଇଁ ଯେକୌଣସି ପ୍ରୟାସକୁ ରୋକିବା ନିମନ୍ତେ ଦାୟୀ ରହିବେ।

ସାଧାରଣ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନକୁ କଳାବଜାରୀ କିମ୍ବା ଅନଧିକୃତ ଦିଗ ପରିବର୍ତ୍ତନ ଭଳି ଯେକୌଣସି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଆଦେଶର ଉଲ୍ଲଂଘନ ଉପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫ ଏବଂ ପ୍ରଯୁଜ୍ୟ ଆଇନ ଅଧୀନରେ ଜରିମାନା ଏବଂ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

“ମୋଟର ସ୍ପିରିଟ ଏବଂ ହାଇ-ସ୍ପିଡ ଡିଜେଲ (ଖୁଚୁରା ବିକ୍ରି କେନ୍ଦ୍ର ମାଧ୍ୟମରେ ଯୋଗାଣର ଅସ୍ଥାୟୀ ନିୟନ୍ତ୍ରଣ) ଆଦେଶ, ୨୦୨୬” ସ୍ପଷ୍ଟ ଭାବରେ ଏକ ଅସ୍ଥାୟୀ ଉପାୟ ରୂପରେ ପରିଭାଷିତ କରାଯାଇଛି ଯାହାକୁ, ନିର୍ଦ୍ଦିଷ୍ଟ, ବଜାର ଆହ୍ୱାନର ସମାଧାନ କରିବା ପାଇଁ ଡିଜାଇନ୍ କରାଯାଇଛି।

ଏହା କୌଣସି କୋଟା ଆଧାରିତ ପଦକ୍ଷେପ ନୁହେଁ, ଏବଂ ଦେଶର ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ। ଉଲ୍ଲେଖନୀୟ ଯେ, ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ବିଶୋଧନକାରୀ ଏବଂ ବିଶୋଧିତ ପେଟ୍ରୋଲିୟମ ଉତ୍ପାଦର ପଞ୍ଚମ ବୃହତ୍ତମ ରପ୍ତାନିକାରୀ ଦେଶ। ସରକାର ଉପଭୋକ୍ତାମାନଙ୍କ ସ୍ୱାର୍ଥ ରକ୍ଷା କରିବା ସହ ଶକ୍ତି ସୁରକ୍ଷା ବଜାୟ ରଖିବା ପାଇଁ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ।

କଳାବଜାରୀ ନିର୍ଦ୍ଦେଶ ଜାରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ବେଆଇନ
Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ବର୍ଷାରେ ଧୋଇଗଲା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତିମ ଟି-୨୦: ସିରିଜ୍ ୨-୨ରେ ବରାବର

October 18, 2026
Latest News

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.