Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି
ଜାତୀୟ ଖବର

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ହାରରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ବୁଧବାର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ସହ ନୂଆଦିଲ୍ଲୀରେ ବୈଠକ କରି ଆଗାମୀ କାର୍ଯ୍ୟଯୋଜନା ଉପସ୍ଥାପନ କରିଛି। କମିଟି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ପ୍ରାଥମିକ ସ୍ତରରେ ତଥ୍ୟ ସଂଗ୍ରହ କରିବା ସହ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା କରିବ ବୋଲି ଜଣାଇଛି।

କମିଟି ପକ୍ଷରୁ ଗୃହମନ୍ତ୍ରୀଙ୍କୁ କୁହାଯାଇଛି ଯେ, ରାଜ୍ୟ ଗସ୍ତକୁ ଅଧିକ ଫଳପ୍ରଦ କରିବା ପାଇଁ ପୂର୍ବରୁ ତଥ୍ୟ ସଂଗ୍ରହ ନିମନ୍ତେ ଏକ ସମନ୍ୱିତ ଓ ବିସ୍ତୃତ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇଛି। ଏହା ଆଧାରରେ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସହ ବିସ୍ତୃତ ଆଲୋଚନା କରାଯିବ।

ଅମିତ ଶାହ କମିଟିର କାର୍ଯ୍ୟଯୋଜନାକୁ ପ୍ରଶଂସା କରି ଗୃହ ସଚିବଙ୍କୁ କମିଟିର କାର୍ଯ୍ୟ ଏବଂ ରାଜ୍ୟ ଗସ୍ତ ସମୟରେ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କମିଟିକୁ ଯଥାଶୀଘ୍ର ନିଜର ସୁପାରିଶ ସରକାରଙ୍କୁ ଦାଖଲ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଅଗଷ୍ଟ ୧୫ରେ ‘ଉଚ୍ଚ କ୍ଷମତା ସମ୍ପନ୍ନ ଜନସଂଖ୍ୟା ହାର ପରିବର୍ତ୍ତନ ସଂକ୍ରାନ୍ତୀୟ ମିଶନ’ ଘୋଷଣା କରିଥିଲେ। ଏହା ପରେ ବେଆଇନ ପ୍ରବାସ ଏବଂ ଅନ୍ୟାନ୍ୟ ଅସ୍ୱାଭାବିକ କାରଣ ଯୋଗୁଁ ହେଉଥିବା ଜନସଂଖ୍ୟା ପରିବର୍ତ୍ତନର ଅଧ୍ୟୟନ ପାଇଁ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ପ୍ରକାଶ ପ୍ରଭାକର ନଭଲେକର କମିଟିର ଅଧ୍ୟକ୍ଷ ଥିବାବେଳେ ଦୁର୍ଗା ଶଙ୍କର ମିଶ୍ର, ବାଲାଜୀ ଶ୍ରୀବାସ୍ତବ, ଡ. ଶାମିକା ରବି ଏବଂ ଜନଗଣନା କମିଶନର ଏହାର ସଦସ୍ୟ ଅଛନ୍ତି। କମିଟି ଜନସଂଖ୍ୟା ପରିବର୍ତ୍ତନର କାରଣ ବିଶ୍ଳେଷଣ କରି ନୀତିଗତ, ବୈଧାନିକ ଓ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ସରକାରଙ୍କୁ ସୁପାରିଶ କରିବ।

ଉଚ୍ଚ କ୍ଷମତା ସମ୍ପନ୍ନ ଜନସଂଖ୍ୟା ହାର ପରିବର୍ତ୍ତନ ସଂକ୍ରାନ୍ତୀୟ ମିଶନ ଜନସଂଖ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ଭିବି-ଜି ରାମ୍ ଜି ଅଧିନିୟମ ଅଧୀନରେ ନୂଆ ମଜୁରୀ ହାର ଘୋଷଣା; ସର୍ବନିମ୍ନ ଦୈନିକ ମଜୁରୀ ୩୦୦ ଟଙ୍କା

July 1, 2026

ହାଇବ୍ରିଡ୍ ଆନ୍ୟୁଇଟି ମୋଡ୍‌ରେ ୬,୯୬୯.୬୭ କୋଟି ଟଙ୍କାର ୬-ଲେନ୍ ଟନେଲ୍ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ

July 1, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026
Latest News

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026

ଆଜି ଜୁଲାଇ ୨ ତାରିଖ ଗୁରୁବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

July 2, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.