Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ
ଜାତୀୟ ଖବର

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଏକ୍ସପ୍ରେସ ଟ୍ରେନ
ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ପୁରୀ ରଥଯାତ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା, ବର୍ତ୍ତମାନର ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଜନ ଏବଂ ସେବାର ସମ୍ପ୍ରସାରଣ କରାଯାଉଛି। ବର୍ତ୍ତମାନ ପୁରୀକୁ ୧୧୬ଟି ନିୟମିତ ଟ୍ରେନ୍ ସେବା ଉପଲବ୍ଧ ରହିଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ଅବସରରେ ୧୫ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରୀଙ୍କ ସେବାରେ ନିୟୋଜିତ କରାଯାଇଛି।

ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ରବ କହିଛନ୍ତି, ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ କରୁଛି। ଏହି ସମୟରେ ନୂଆ ସେବା ଆରମ୍ଭ କରାଯିବା ସହ ବିଦ୍ୟମାନ ଟ୍ରେନ୍ ସେବାର ସମ୍ପ୍ରସାରଣ ମଧ୍ୟ କରାଯାଇଥାଏ। ସେବାଗୁଡ଼ିକର ବାରମ୍ବାରତା ମଧ୍ୟ ବୃଦ୍ଧି କରାଯାଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ, ବିଦ୍ୟମାନ ଟ୍ରେନ୍ ସେବାର କୋଚ୍  ବୃଦ୍ଧି ମଧ୍ୟ କରାଯାଇଥାଏ। ଏହିକ୍ରମରେ ପୁରୀରେ ରେଳସେବା ଲାଗି ଯେଉଁ ନିୟମିତ ଟ୍ରେନ ସୁବିଧା ଯୋଗାଇ ଦିଆଯାଉଛି ତାହାର ଏକ ବିବରଣୀ ମଧ୍ୟ ମନ୍ତ୍ରୀ ବୈଷ୍ଣବ ରାଜ୍ୟସଭାରେ ପ୍ରଦାନ କରିଛନ୍ତି। ଏହି ତାଲିକା ନିମ୍ନରେ ପ୍ରଦାନ କରାଗଲା:

କ୍ରମିକ ସଂଖ୍ୟା ଟ୍ରେନ୍ ନମ୍ବର ଏବଂ ନାମ
୧ ୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍
୨ ୨୦୮୩୬ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍
୩ ୨୨୮୯୫ ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍
୪ ୨୨୮୯୬ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
୫ ୧୨୨୭୭ ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍
୬ ୧୨୨୭୮ ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ୍
୭ ୨୨୨୦୧ ଶିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ୍
୮ ୨୨୨୦୨ ପୁରୀ-ଶିଆଲଦା ଦୁରନ୍ତୋ ଏକ୍ସପ୍ରେସ୍
୯ ୨୨୮୮୩ ପୁରୀ-ୟଶବନ୍ତପୁର ଗରୀବ ରଥ ଏକ୍ସପ୍ରେସ୍
୧୦ ୨୨୮୮୪ ୟଶବନ୍ତପୁର-ପୁରୀ ଗରୀବ ରଥ ଏକ୍ସପ୍ରେସ୍
୧୧ ୧୨୧୪୫ ଲୋକମାନ୍ୟ ତିଲକ (ଟର୍ମିନସ)-ପୁରୀ ଏକ୍ସପ୍ରେସ୍
୧୨ ୧୨୧୪୬ ପୁରୀ-ଲୋକମାନ୍ୟ ତିଲକ (ଟର୍ମିନସ) ଏକ୍ସପ୍ରେସ୍
୧୩ ୧୨୮୦୧ ପୁରୀ-ଆନନ୍ଦ ବିହାର (ଟର୍ମିନସ) ଏକ୍ସପ୍ରେସ୍
୧୪ ୧୨୮୦୨ ଆନନ୍ଦ ବିହାର (ଟର୍ମିନସ)-ପୁରୀ ଏକ୍ସପ୍ରେସ୍
୧୫ ୧୨୮୧୫ ପୁରୀ-ଆନନ୍ଦ ବିହାର (ଟର୍ମିନସ) ଏକ୍ସପ୍ରେସ୍
୧୬ ୧୨୮୧୬ ଆନନ୍ଦ ବିହାର (ଟର୍ମିନସ)-ପୁରୀ ଏକ୍ସପ୍ରେସ୍
୧୭ ୧୨୮୨୧ ହାୱଡ଼ା-ପୁରୀ ଏକ୍ସପ୍ରେସ୍
୧୮ ୧୨୮୨୨ ପୁରୀ-ହାୱଡ଼ା ଏକ୍ସପ୍ରେସ୍
୧୯ ୧୨୮୩୭ ହାୱଡ଼ା-ପୁରୀ ଏକ୍ସପ୍ରେସ୍
୨୦ ୧୨୮୩୮ ପୁରୀ-ହାୱଡ଼ା ଏକ୍ସପ୍ରେସ୍
୨୧ ୧୨୮୪୩ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍
୨୨ ୧୨୮୪୪ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍
୨୩ ୧୨୮୭୫ ପୁରୀ-ଆନନ୍ଦ ବିହାର (ଟର୍ମିନସ) ଏକ୍ସପ୍ରେସ୍
୨୪ ୧୨୮୭୬ ଆନନ୍ଦ ବିହାର (ଟର୍ମିନସ)-ପୁରୀ ଏକ୍ସପ୍ରେସ୍
୨୫ ୧୨୮୮୧ ଶାଲିମାର-ପୁରୀ ଗରୀବ ରଥ ଏକ୍ସପ୍ରେସ୍
୨୬ ୧୨୮୮୨ ପୁରୀ-ଶାଲିମାର ଗରୀବ ରଥ ଏକ୍ସପ୍ରେସ୍
୨୭ ୧୨୮୮୭ ଶାଲିମାର-ପୁରୀ ଏକ୍ସପ୍ରେସ୍
୨୮ ୧୨୮୮୮ ପୁରୀ-ଶାଲିମାର ଏକ୍ସପ୍ରେସ୍
୨୯ ୧୨୮୯୫ ଶାଲିମାର-ପୁରୀ ଏକ୍ସପ୍ରେସ୍
୩୦ ୧୨୮୯୬ ପୁରୀ-ଶାଲିମାର ଏକ୍ସପ୍ରେସ୍
୩୧ ୧୨୯୯୩ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍
୩୨ ୧୨୯୯୪ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍
୩୩ ୧୫୬୩୯ ପୁରୀ-କାମାକ୍ଷା ଏକ୍ସପ୍ରେସ୍
୩୪ ୧୫୬୪୦ କାମାକ୍ଷା-ପୁରୀ ଏକ୍ସପ୍ରେସ୍
୩୫ ୧୫୬୪୩ ପୁରୀ-କାମାକ୍ଷା ଏକ୍ସପ୍ରେସ୍
୩୬ ୧୫୬୪୪ କାମାକ୍ଷା-ପୁରୀ ଏକ୍ସପ୍ରେସ୍
୩୭ ୧୭୪୭୯ ପୁରୀ-ତିରୁପତି ଏକ୍ସପ୍ରେସ୍
୩୮ ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ୍
୩୯ ୧୮୦୧୭ ଭଞ୍ଜପୁର-ପୁରୀ ଏକ୍ସପ୍ରେସ୍
୪୦ ୧୮୦୧୮ ପୁରୀ-ଭଞ୍ଜପୁର ଏକ୍ସପ୍ରେସ୍
୪୧ ୧୮୦୩୯ ଶାଲିମାର-ପୁରୀ ଏକ୍ସପ୍ରେସ୍
୪୨ ୧୮୦୪୦ ପୁରୀ-ଶାଲିମାର ଏକ୍ସପ୍ରେସ୍
୪୩ ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ୍
୪୪ ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ୍
୪୫ ୧୮୩୦୩ ସମ୍ବଲପୁର-ପୁରୀ ଏକ୍ସପ୍ରେସ୍
୪୬ ୧୮୩୦୪ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍
୪୭ ୧୮୪୦୧ ବଙ୍ଗରିପୋଷି-ପୁରୀ ଏକ୍ସପ୍ରେସ୍
୪୮ ୧୮୪୦୨ ପୁରୀ-ବଙ୍ଗରିପୋଷି ଏକ୍ସପ୍ରେସ୍
୪୯ ୧୮୪୦୫ ପୁରୀ-ପାଟନା ଜଙ୍କସନ୍ ଏକ୍ସପ୍ରେସ୍
୫୦ ୧୮୪୦୬ ପାଟନା ଜଙ୍କସନ୍-ପୁରୀ ଏକ୍ସପ୍ରେସ୍
୫୧ ୧୮୪୦୭ ପୁରୀ-କୋରାପୁଟ ଜଙ୍କସନ୍ ଏକ୍ସପ୍ରେସ୍
୫୨ ୧୮୪୦୮ କୋରାପୁଟ ଜଙ୍କସନ୍-ପୁରୀ ଏକ୍ସପ୍ରେସ୍
୫୩ ୧୮୪୦୯ ଶାଲିମାର-ପୁରୀ ଏକ୍ସପ୍ରେସ୍
୫୪ ୧୮୪୧୦ ପୁରୀ-ଶାଲିମାର ଏକ୍ସପ୍ରେସ୍
୫୫ ୧୮୪୧୩ ପାରାଦୀପ-ପୁରୀ ଏକ୍ସପ୍ରେସ୍
୫୬ ୧୮୪୧୪ ପୁରୀ-ପାରାଦୀପ ଏକ୍ସପ୍ରେସ୍
୫୭ ୧୮୪୧୫ ବାରବିଲ-ପୁରୀ ଏକ୍ସପ୍ରେସ୍
୫୮ ୧୮୪୧୬ ପୁରୀ-ବାରବିଲ ଏକ୍ସପ୍ରେସ୍
୫୯ ୧୮୪୧୭ ପୁରୀ-ଗୁଣୁପୁର ଏକ୍ସପ୍ରେସ୍
୬୦ ୧୮୪୧୮ ଗୁଣୁପୁର-ପୁରୀ ଏକ୍ସପ୍ରେସ୍
୬୧ ୧୮୪୧୯ ପୁରୀ-ଜୟନଗର ଏକ୍ସପ୍ରେସ୍
୬୨ ୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ୍
୬୩ ୧୮୪୨୧ ପୁରୀ-ସୋନପୁର ଏକ୍ସପ୍ରେସ୍
୬୪ ୧୮୪୨୨ ସୋନପୁର-ପୁରୀ ଏକ୍ସପ୍ରେସ୍
୬୫ ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ୍
୬୬ ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ୍
୬୭ ୧୮୪୨୭ ପୁରୀ-ଆନନ୍ଦ ବିହାର (ଟର୍ମିନସ) ଏକ୍ସପ୍ରେସ୍
୬୮ ୧୮୪୨୮ ଆନନ୍ଦ ବିହାର (ଟର୍ମିନସ)-ପୁରୀ ଏକ୍ସପ୍ରେସ୍
୬୯ ୧୮୪୪୯ ପୁରୀ-ପାଟନା ଜଙ୍କସନ୍ ଏକ୍ସପ୍ରେସ୍
୭୦ ୧୮୪୫୦ ପାଟନା ଜଙ୍କସନ୍-ପୁରୀ ଏକ୍ସପ୍ରେସ୍
୭୧ ୧୮୪୫୧ ହାଟିଆ-ପୁରୀ ଏକ୍ସପ୍ରେସ୍
୭୨ ୧୮୪୫୨ ପୁରୀ-ହାଟିଆ ଏକ୍ସପ୍ରେସ୍
୭୩ ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ ଏକ୍ସପ୍ରେସ୍
୭୪ ୧୮୪୭୮ ଯୋଗ ନଗରୀ ଋଷିକେଶ-ପୁରୀ ଏକ୍ସପ୍ରେସ୍
୭୫ ୨୦୪୭୧ ଶ୍ରୀ ଗଙ୍ଗାନଗର-ପୁରୀ ଏକ୍ସପ୍ରେସ୍
୭୬ ୨୦୪୭୨ ପୁରୀ-ଶ୍ରୀ ଗଙ୍ଗାନଗର ଏକ୍ସପ୍ରେସ୍
୭୭ ୨୦୮୧୩ ପୁରୀ-ଯୋଧପୁର ଏକ୍ସପ୍ରେସ୍
୭୮ ୨୦୮୧୪ ଯୋଧପୁର-ପୁରୀ ଏକ୍ସପ୍ରେସ୍
୭୯ ୨୦୮୧୯ ପୁରୀ-ଓଖା ଏକ୍ସପ୍ରେସ୍
୮୦ ୨୦୮୨୦ ଓଖା-ପୁରୀ ଏକ୍ସପ୍ରେସ୍
୮୧ ୨୦୮୨୩ ପୁରୀ-ଅଜମେର ଜଙ୍କସନ୍ ଏକ୍ସପ୍ରେସ୍
୮୨ ୨୦୮୨୪ ଅଜମେର ଜଙ୍କସନ୍-ପୁରୀ ଏକ୍ସପ୍ରେସ୍
୮୩ ୨୦୮୫୭ ପୁରୀ-ସାଇନଗର ଶିରଡ଼ି ଏକ୍ସପ୍ରେସ୍
୮୪ ୨୦୮୫୮ ସାଇନଗର ଶିରଡ଼ି-ପୁରୀ ଏକ୍ସପ୍ରେସ୍
୮୫ ୨୦୮୬୧ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍
୮୬ ୨୦୮୬୨ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍
୮୭ ୨୦୯୧୭ ଇନ୍ଦୋର-ପୁରୀ ଏକ୍ସପ୍ରେସ୍
୮୮ ୨୦୯୧୮ ପୁରୀ-ଇନ୍ଦୋର ଏକ୍ସପ୍ରେସ୍
୮୯ ୨୨୮୨୭ ପୁରୀ-ସୁରଟ ଏକ୍ସପ୍ରେସ୍
୯୦ ୨୨୮୨୮ ସୁରଟ-ପୁରୀ ଏକ୍ସପ୍ରେସ୍
୯୧ ୨୨୮୩୫ ଶାଲିମାର-ପୁରୀ ଏକ୍ସପ୍ରେସ୍
୯୨ ୨୨୮୩୬ ପୁରୀ-ଶାଲିମାର ଏକ୍ସପ୍ରେସ୍
୯୩ ୨୨୮୫୯ ପୁରୀ-ଏମ୍‌ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍
୯୪ ୨୨୮୬୦ ଏମ୍‌ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍-ପୁରୀ ଏକ୍ସପ୍ରେସ୍
୯୫ ୨୨୮୬୫ ଲୋକମାନ୍ୟ ତିଲକ (ଟର୍ମିନସ)-ପୁରୀ ଏକ୍ସପ୍ରେସ୍
୯୬ ୨୨୮୬୬ ପୁରୀ-ଲୋକମାନ୍ୟ ତିଲକ (ଟର୍ମିନସ) ଏକ୍ସପ୍ରେସ୍
୯୭ ୨୨୮୮୯ ଦିଘା-ପୁରୀ ଏକ୍ସପ୍ରେସ୍
୯୮ ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ୍
୯୯ ୨୨୯୦୯ ଭଲସାଡ଼-ପୁରୀ ଏକ୍ସପ୍ରେସ୍
୧୦୦ ୨୨୯୧୦ ପୁରୀ-ଭଲସାଡ଼ ଏକ୍ସପ୍ରେସ୍
୧୦୧ ୨୨୯୭୩ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍
୧୦୨ ୨୨୯୭୪ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍
୧୦୩ ୬୮୪୦୩ ଖୋର୍ଦ୍ଧା ରୋଡ୍-ପୁରୀ ମେମୁ (MEMU)
୧୦୪ ୬୮୪୦୪ ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ (MEMU)
୧୦୫ ୬୮୪୦୯ ଖୋର୍ଦ୍ଧା ରୋଡ୍-ପୁରୀ ମେମୁ (MEMU)
୧୦୬ ୬୮୪୧୦ ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ (MEMU)
୧୦୭ ୬୮୪୧୩ ତାଳଚେର-ପୁରୀ ମେମୁ (MEMU)
୧୦୮ ୬୮୪୧୪ ପୁରୀ-ତାଳଚେର ମେମୁ (MEMU)
୧୦୯ ୬୮୪୧୫ କଟକ-ପୁରୀ ମେମୁ (MEMU)
୧୧୦ ୬୮୪୧୬ ପୁରୀ-କଟକ ମେମୁ (MEMU)
୧୧୧ ୬୮୪୨୧ ଅନୁଗୋଳ-ପୁରୀ ମେମୁ (MEMU)
୧୧୨ ୬୮୪୨୨ ପୁରୀ-ଅନୁଗୋଳ ମେମୁ (MEMU)
୧୧୩ ୬୮୪୪୧ ଜଳେଶ୍ୱର-ପୁରୀ ମେମୁ (MEMU)
୧୧୪ ୬୮୪୪୨ ପୁରୀ-ଜଳେଶ୍ୱର ମେମୁ (MEMU)
୧୧୫ ୬୮୪୪୯ ପୁରୀ-ଦଶପଲ୍ଲା ମେମୁ (MEMU)
୧୧୬ ୬୮୪୫୦ ଦଶପଲ୍ଲା-ପୁରୀ ମେମୁ (MEMU)

ଏହା ସହିତ, ପାର୍ବଣ ଋତୁ, ପର୍ବପର୍ବାଣି, ଧାର୍ମିକ ସମାବେଶ ଇତ୍ୟାଦି ସମୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି, ଟ୍ରାଫିକ୍‌ର ଧାରା, ବ୍ୟାବସାୟିକ ଯୌକ୍ତିକତା, ପରିଚାଳନାଗତ ସମ୍ଭାବନା ଏବଂ ସମ୍ବଳର ଉପଲବ୍ଧତାକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରେ ଏବଂ ବିଦ୍ୟମାନ ସେବାଗୁଡ଼ିକର କୋଚ୍ ବୃଦ୍ଧି କରିଥାଏ ବୋଲି ସେ ଗୃହରେ ସୂଚନା ଦେଇଛନ୍ତି।

ରଥଯାତ୍ରା ଉତ୍ସବ ସମୟରେ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ, ୨୦୨୨ ରୁ ୨୦୨୫ ବର୍ଷ ମଧ୍ୟରେ ଟ୍ରେନ ଚଳାଚଳ ସମ୍ପର୍କରେ ବିବରଣୀ ପ୍ରଦାନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ୫ ବର୍ଷ ଭିତରେ ହୋଇଥିବା ରଥଯାତ୍ରା ଭିଡ଼ ପରିଚାଳନା ଲାଗି  ପ୍ରାୟ ୧୦୭୫ ଟି ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ୍‍ କରିଥିଲା। ଏଥିରରୁ ୨୦୨୨ ମସିହାରେ ୧୯୨ଟି  ସ୍ୱତନ୍ତ୍ର ଟ୍ରେନ ଟ୍ରିପ କରିଥିବା ବେଳେ ୨୦୨୩ରେ ୧୯୪, ୨୦୨୪ରେ ୩୨୩ ଏବଂ ୨୦୨୫ରେ ୩୬୫ ସ୍ୱତନ୍ତ୍ର ଟ୍ରେନ ଟ୍ରିପ୍‍ କରିଥିଲା।

ଅଶ୍ୱିନୀ ବୈଷ୍ଣବ ପୁରୀ ରଥଯାତ୍ରା ଭିଡ଼ ପରିଚାଳନା
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.