Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ
ଜାତୀୟ ଖବର

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର
ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନାରେ ସହାୟତା ରାଶି ଯୋଗାଇ ଦେଇଛନ୍ତି। ୨୦୧୪-୧୫ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପର୍ଯ୍ୟଟନ ବିକାଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ବ୍ୟାପାର ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ସ୍ୱଦେଶ ଦର୍ଶନ ଯୋଜନାର ଦୁଇଟି ପର୍ଯ୍ୟାୟ, ଚାଲେଞ୍ଜ ଆଧାରିତ ପର୍ଯ୍ୟଟନସ୍ଥଳୀ ବିକାଶ (ସିବିଡିଡି) ଯୋଜନା, ପ୍ରସାଦ ଆଦି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଇଥା’ନ୍ତି।

୨୦୧୬-୧୭ ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଳ, ସାତପଡ଼ା, ତାମ୍ପରାକୁ ନେଇ ଉପକୂଳ ସର୍କିଟ୍‌ ବିକାଶ ଲାଗି କେନ୍ଦ୍ର ସରକାର ୭୦ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ସେହିପରି ରାଜ୍ୟଗୁଡ଼ିକ ମିଳୁଥିବା ସ୍ୱତନ୍ତ୍ର ପୁଞ୍ଜି ନିବେଶ ସହାୟତା ଯୋଜନାରେ ହୀରାକୁଦର ବିକାଶ ଲାଗି ୨୦୨୪-୨୫ ଆର୍ଥିକ ବର୍ଷରେ ୯୯.୯୦ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା। ଏହି ଯୋଜନାରେ ସାତକୋଶିଆର ବିକାଶ ଲାଗି ମଧ୍ୟ ୯୯.୯୯ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ପ୍ରକଳ୍ପ ପାଇଁ ୧୩୧ କୋଟିରୁ ଅଧିକ ଟଙ୍କା ଜାରି କରାଯିବା ସହିତ ବିକାଶ କାମ ଜାରି ରହିଛି।

ଏଥିପୂର୍ବରୁ ୨୦୧୪-୧୫ ଆର୍ଥିକ ବର୍ଷରେ ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ, ଦେମୁଳିଠାରେ ପ୍ରାଚୀ ନଦୀ ତଟ ବିକାଶ ନିମନ୍ତେ ପ୍ରସାଦ ଯୋଜନାରେ ୫୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିବା ଶ୍ରୀ ଶେଖାୱତ ସୂଚନା ଦେଇଛନ୍ତି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେନ୍ଦ୍ର ସରକାର ଗଜେନ୍ଦ୍ର ସିଂ ଶେଖାୱତ ପର୍ଯ୍ୟଟନର ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୨୦ ତାରିଖ ଗୁରୁବାର ରାଶିଫଳ, କେମିତି କଟିବ ଆଜିର ଦିନ

August 20, 2026

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026
Latest News

ଆଜି ଅଗଷ୍ଟ ୨୦ ତାରିଖ ଗୁରୁବାର ରାଶିଫଳ, କେମିତି କଟିବ ଆଜିର ଦିନ

August 20, 2026

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଜମି ବିବାଦରୁ କାକାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.