Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି
ଜାତୀୟ ଖବର

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି
୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

ନୂଆଦିଲ୍ଲୀ: ଭାରତ ସରକାର ଇ-ଭିସାଧାରୀ ବିଦେଶୀ ନାଗରିକଙ୍କ ଭାରତରେ ପ୍ରବେଶକୁ ସହଜ କରିବା ପାଇଁ ଆଉ ୧୧ଟି ଅନ୍ତର୍ଜାତୀୟ ବନ୍ଦର ଖୋଲିବାକୁ ଅଧିସୂଚନା ଜାରି କରିଛନ୍ତି। ନୂତନ ଭାବେ ଯୋଡ଼ାଯାଇଥିବା ୧୧ଟି ଅନ୍ତର୍ଜାତୀୟ ବନ୍ଦର ମଧ୍ୟରେ ୦୯ଟି ସ୍ଥଳ ବନ୍ଦର ଏବଂ ୦୨ଟି ବିମାନବନ୍ଦର ଅନ୍ତର୍ଭୁକ୍ତ। ୨ଟି ବିମାନବନ୍ଦର ହେଲା ଭୋପାଳ ଓ ତିରୁପତି। ୯ଟି ସ୍ଥଳବନ୍ଦରଗୁଡ଼ିକ ମଧ୍ୟରେ ଅଗରତାଲା, ଗେଡେ, ଦାରଙ୍ଗ, ହରିଦାସପୁର, ଜାଇଗାଁଓ, ଘୋଜଦଙ୍ଗା, ଦାଉକୀ, ମୋରେ ଓ ଅଟାରି।

୧୧ଟି ନୂଆ ଅନ୍ତର୍ଜାତୀୟ ବନ୍ଦର ଖୋଲିବା ଦ୍ବାରା ଇଲେକ୍ଟ୍ରୋନିକ୍ ଭିସାର ଆକର୍ଷଣ ଓ ଉପଯୋଗିତାକୁ ଆହୁରି ବୃଦ୍ଧି କରିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତ ପ୍ରାୟ ୯୫% ଇ-ଭିସା ଆବେଦନକୁ ୭୨ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପ୍ରଦାନ କରିଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ, ଭାରତ ସରକାର ଗତ କିଛି ବର୍ଷ ମଧ୍ୟରେ ବୈଧ ବିଦେଶୀ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ସହ ଆଭ୍ୟନ୍ତରୀଣ ସୁରକ୍ଷା ବୃଦ୍ଧି ପାଇଁ ବୈଷୟିକ ଭିତ୍ତିଭୂମିକୁ ମଜବୁତ କରିବା ସହିତ ଭିସା ବ୍ୟବସ୍ଥାକୁ ଉଦାର, ସୁଗମ ଏବଂ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଏସବୁ ନୂଆ ଅନ୍ତର୍ଜାତୀୟ ବନ୍ଦର ସହିତ, ଇ-ଭିସାଧାରୀ ବିଦେଶୀମାନଙ୍କ ପ୍ରବେଶକୁ ଅନୁମତି ଦେଉଥିବା ଅନ୍ତର୍ଜାତୀୟ ବନ୍ଦରଗୁଡ଼ିକର ମୋଟ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି, ଯେଉଁଥିରେ ୩୭ଟି ବିମାନବନ୍ଦର, ୩୮ଟି ସାମୁଦ୍ରିକ ବନ୍ଦର ଏବଂ ୧୩ଟି ସ୍ଥଳ ବନ୍ଦର ସାମିଲ ରହିଛି। ୩୭ ବିମାନବନ୍ଦର ମଧ୍ୟରେ ଓଡ଼ିଶାର ଭୁବନେଶ୍ବର ଥିବାବେଳେ ଓ ୩୮ ସାମୁଦ୍ରିକ ବନ୍ଦର ମଧ୍ୟରେ ଓଡ଼ିଶାର ପାରାଦୀପ ଓ ଧାମରା ରହିଛି।

ଭାରତୀୟ ଭିସା ବ୍ୟବସ୍ଥା, ବିଶେଷ କରି ପର୍ଯ୍ୟଟକ ଭିସା ବ୍ୟବସ୍ଥାକୁ ଉଦାର ଏବଂ ସରଳ କରିବା ପାଇଁ ନିଆଯାଇଥିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଇ-ଭିସା ସୁବିଧାର ଶୁଭାରମ୍ଭ। ଇଲେକ୍ଟ୍ରୋନିକ୍ ଟ୍ରାଭେଲ୍ ଅଥୋରାଇଜେସନ୍ (ଇଟିଏ) ସହିତ ଇ-ଭିସା ସୁବିଧା ୨୦୧୪ ମସିହାରେ ୪୩ଟି ଦେଶର ନାଗରିକଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଏହି ସୁବିଧା ବର୍ତ୍ତମାନ ୧୭୨ଟି ଦେଶର ନାଗରିକଙ୍କ ପାଇଁ ଉପଲବ୍ଧ। ଇ-ଭିସା ବର୍ତ୍ତମାନ ନିମ୍ନଲିଖିତ ୧୭ଟି ଉପ-ବର୍ଗରେ ପ୍ରଦାନ କରାଯାଉଛି। ଭାରତ ପକ୍ଷରୁ ଏବେ ପ୍ରଦାନ କରାଯାଉଥିବା ମୋଟ ଭିସା ମଧ୍ୟରୁ ୭୮ ପ୍ରତିଶତ ଇ-ଭିସା।

ଅଧିସୂଚନା ଜାରି ଇ-ଭିସାଧାରୀ ନୂଆ ଅନ୍ତର୍ଜାତୀୟ ବନ୍ଦର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026
Latest News

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.