Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଲେଶ୍ୱରରେ ମୋଟ୍‌ ୨୦୦ କିମି ରେଳ ଟ୍ରାକର ନବୀକରଣ ହୋଇଛି: ରେଳ ମନ୍ତ୍ରୀ
ଜାତୀୟ ଖବର

ବାଲେଶ୍ୱରରେ ମୋଟ୍‌ ୨୦୦ କିମି ରେଳ ଟ୍ରାକର ନବୀକରଣ ହୋଇଛି: ରେଳ ମନ୍ତ୍ରୀ

August 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଳ ମନ୍ତ୍ରୀ
ବାଲେଶ୍ୱରରେ ମୋଟ୍‌ ୨୦୦ କିମି ରେଳ ଟ୍ରାକର ନବୀକରଣ ହୋଇଛି: ରେଳ ମନ୍ତ୍ରୀ

ଭୁବନେଶ୍ୱର: ୨୦୧୪ରୁ ୨୦୨୬ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ମୋଟ୍‌ ୨୦୦ କିଲୋମିଟର ରେଳ ଟ୍ରାକର ନବୀକରଣ କରାଯାଇଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରେଳ ଟ୍ରାକର ଉନ୍ନତିକରଣ ଏବଂ ନବୀକରଣ ଏକ ନିରନ୍ତର ତଥା ପ୍ରଚଳିତ ପ୍ରକ୍ରିୟା। ଅବଧି, ଟ୍ରେନ୍‌ ଚଳାଚଳ ସଂଖ୍ୟା ଏବଂ ରେଳ ଧାରଣାର ସ୍ଥିତିକୁ ଦେଖି ଏହାର ରକ୍ଷଣାବେକ୍ଷଣ କରାଯାଇଥାଏ। ୨୦୧୪ରୁ ୨୦୨୬ ମଧ୍ୟରେ ସାରା ଦେଶରେ ୫୫ ହଜାର ୨୦୦ କିଲୋମିଟର ରେଳ ଟ୍ରାକ୍‌ ନବୀକରଣ କାମ ହୋଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ଅନ୍ୟାନ୍ୟ ଧାର୍ଯ୍ୟ ମାନଦଣ୍ଡକୁ ପାଳନ କରାଯାଇ ରେଳ ଧାରଣାର ରକ୍ଷଣାବେକ୍ଷଣ କରାଯାଇଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ରେଳ ଟ୍ରାକ ନିୟମିତ ରକ୍ଷଣାବେକ୍ଷଣ ଏବଂ ନବୀକରଣ ଫଳରେ ୨୦୧୪ ତୁଳନାରେ ୨୦୨୬ରେ ଟ୍ରେନର ହାରାହାରୀ ବେଗ ବୃଦ୍ଧି ପାଇଛି। ୨୦୨୨ରେ ଖଡ଼ଗପୁର-ଭଦ୍ରକ ରେଳ ମାର୍ଗରେ ଘଣ୍ଟା ପ୍ରତି ହାରାହାରୀ ବେଗ ୧୩୦ କିଲୋମିଟରରେ ପହଞ୍ଚିଥିଲା। ବାଲେଶ୍ୱର ସେକ୍ସନ ଏହି ରେଳ ମାର୍ଗ ଅଧୀନରେ ଆସୁଛି। ରେଳ ଟ୍ରାକର ନବୀକରଣ ଏବଂ ଉନ୍ନତିକରଣରେ ୨୦୧୩-୧୪ରେ ୪୯୭୯ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୨୫-୨୬ରେ ଏହା ପ୍ରାୟ ୫.୩ ଗୁଣ ବୃଦ୍ଧି ପାଇ ୨୬ ହଜାର ୨୩୧ କୋଟି ଟଙ୍କାରେ ପହଞ୍ଚିଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ରେଳ ଟ୍ରାକର ନବୀକରଣ ରେଳ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

WTC ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତେ ମ୍ୟାଚ୍ ଜିତିବାକୁ ପଡିବ?: ଜାଣନ୍ତୁ ସଂପୂର୍ଣ୍ଣ ଗଣିତ

August 12, 2026

ଡିଏଭି ପୋଖରୀପୁଟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

August 12, 2026

ଇମ୍ରାନ ଖାନଙ୍କ ମୃତ୍ୟୁ ପଛରେ ସତ୍ୟ କ’ଣ?: ନୀରବତା ଭାଙ୍ଗି ବଡ଼ ବୟାନ ଜାରି କଲା ପାକିସ୍ତାନୀ ସେନା

August 12, 2026

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026
Latest News

ବାଲେଶ୍ୱରରେ ମୋଟ୍‌ ୨୦୦ କିମି ରେଳ ଟ୍ରାକର ନବୀକରଣ ହୋଇଛି: ରେଳ ମନ୍ତ୍ରୀ

August 12, 2026

WTC ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତେ ମ୍ୟାଚ୍ ଜିତିବାକୁ ପଡିବ?: ଜାଣନ୍ତୁ ସଂପୂର୍ଣ୍ଣ ଗଣିତ

August 12, 2026

ଡିଏଭି ପୋଖରୀପୁଟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

August 12, 2026

ଇମ୍ରାନ ଖାନଙ୍କ ମୃତ୍ୟୁ ପଛରେ ସତ୍ୟ କ’ଣ?: ନୀରବତା ଭାଙ୍ଗି ବଡ଼ ବୟାନ ଜାରି କଲା ପାକିସ୍ତାନୀ ସେନା

August 12, 2026

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.