Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନକଲି ପିଏମ୍‌ଓ ଅଫିସର ଗିରଫ
ଜାତୀୟ ଖବର

ନକଲି ପିଏମ୍‌ଓ ଅଫିସର ଗିରଫ

September 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ‘ଜିଓ ୱାର୍ଲ୍ଡ ସେଣ୍ଟର’ଠାରେ ଆୟୋଜିତ କାର୍ଯ୍ୟକ୍ରମସ୍ଥଳରେ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଫିସର ଭାବେ ପରିଚୟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ଯୁବକ ଓ ତାଙ୍କ ସଶସ୍ତ୍ର ଦେହରକ୍ଷୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରୋହନ ପାରେଖ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ରୋହନ ପାରେଖ ନିଜ ମୋବାଇଲ୍‌ରେ ଏକ ସନ୍ଦିଗ୍ଧ ପିଏମ୍‌ଓ ପରିଚୟ ପତ୍ର ଦେଖାଇ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ତେବେ ତାଙ୍କ ସହ ଥିବା ଦେହରକ୍ଷୀଙ୍କ ପାଖରେ ବନ୍ଧୁକ ଥିବାରୁ ପ୍ରବେଶ ପଥରେ ନିୟୋଜିତ ସୁରକ୍ଷା କର୍ମଚାରୀମାନେ ସେମାନଙ୍କୁ ଅଟକାଇଥିଲେ। ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ପଚରାଉଚୁରା ଓ ପରିଚୟ ପତ୍ର ଯାଞ୍ଚ କରିବା ପରେ ତାହା ନକଲି ବୋଲି ସ୍ପଷ୍ଟ ହୋଇଥିଲା।

ତେବେ କୋର୍ଟ ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଆଇନଜୀବୀ ଦାବି କରିଛନ୍ତି ଯେ, ଗିରଫ ହୋଇଥିବା ରୋହନ ପାରେଖ ନିଜେ ଏକ ବଡ଼ ଠକାମିର ଶିକାର ହୋଇଛନ୍ତି। ଜାଲ୍ ନିଯୁକ୍ତି ପତ୍ର ପାଇବା ପରେ ସେ ନିଜକୁ ସତ ପିଏମ୍‌ଓ ଅଫିସର ଭାବି କାର୍ଯ୍ୟ କରୁଥିଲେ ଏବଂ ସେହି ଆଧାରରେ ଦେହରକ୍ଷୀ ନିୟୋଜିତ କରିଥିଲେ। ପୁଲିସ ଏବେ ଏହି ମାମଲାର ଅଧିକ ତଦନ୍ତ ଚଳାଇଛି।

Cyber Fraud Fake PMO Officer Mumbai Crime
Share. Facebook Twitter LinkedIn Email WhatsApp Copy Link

Related Posts

ବିମାନ ସେବା କ୍ଷେତ୍ରରେ ଏକ ରେକର୍ଡ, ଗୋଟିଏ ମାସରେ ୧.୫ କୋଟି ଘରୋଇ ଯାତ୍ରୀଙ୍କ ବିମାନ ଯାତ୍ରା

October 20, 2026

ମକ୍କା ମସଜିଦ୍ ଘଟଣା: ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ

October 20, 2026

Low Pressure News: ଆସିଲା ବଡ ଖବର, ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

October 20, 2026

Jio IPO News: ଜିଓ ଆଇପିଓ ର ରେକର୍ଡ, ଆଙ୍କର୍ ନିବେଶକଙ୍କ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଡିମାଣ୍ଡ

October 20, 2026
Latest News

ଜାଣନ୍ତୁ ଅକ୍ଟୋବର ୨୧ ତାରିଖ ବୁଧବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 21, 2026

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

ବିମାନ ସେବା କ୍ଷେତ୍ରରେ ଏକ ରେକର୍ଡ, ଗୋଟିଏ ମାସରେ ୧.୫ କୋଟି ଘରୋଇ ଯାତ୍ରୀଙ୍କ ବିମାନ ଯାତ୍ରା

October 20, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.