Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଦ୍ୟାଳୟ ନିକଟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା
ଜାତୀୟ ଖବର

ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ: ବିଦ୍ୟାଳୟ ନିକଟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା

September 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ବିଦ୍ୟାଳୟ ନିକଟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ: ଦେଶର ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସ୍ଥୂଳତା ଏବଂ ମୋଟାପା ସମସ୍ୟାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ କଠୋର ନିୟମ ଆଣିବାକୁ ଯାଉଛନ୍ତି। ପ୍ରସ୍ତାବିତ ନୂତନ ନିୟମାବଳୀ ଅନୁଯାୟୀ, ଦେଶର ସମସ୍ତ ସ୍କୁଲଗୁଡ଼ିକର ୫୦ ମିଟର ପରିସର ମଧ୍ୟରେ ଅତ୍ୟଧିକ ଫ୍ୟାଟ୍, ଲୁଣ ଏବଂ ଚିନି ବା ମିଠା ଥିବା ଖାଦ୍ୟ ଓ ପାନୀୟର ବିକ୍ରି ଏବଂ ବିଜ୍ଞାପନକୁ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ କରାଯିବ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଦ୍ୱାରା ଏହି ନିୟମ ପ୍ରସ୍ତାବିତ ହୋଇଛି। ଏହି ନିୟମ ଲାଗୁ ହେବା ଫଳରେ ସ୍କୁଲ ଆଖପାଖରେ ଥିବା ଦୋକାନ ଏବଂ ଖାଦ୍ୟ ସ୍ଥଳଗୁଡ଼ିକରେ କୋଲ୍ଡ ଡ୍ରିଙ୍କସ, ଚିପ୍ସ, ସମୋସା, ପିଜା ଓ ବର୍ଗର ଭଳି ଜଙ୍କ ଫୁଡ୍‌ର ବିକ୍ରି ବନ୍ଦ ହୋଇଯିବ। ଏହି ନିୟମ ସମ୍ପର୍କରେ ପ୍ରାଧିକରଣ ବିଶେଷ ମାନଦଣ୍ଡ ଜାରି କରିବା ସହ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି।

ବିଶ୍ୱ ଓବେସିଟି ଫେଡେରେସନ୍‌ର ବିବରଣୀ ଅନୁଯାୟୀ, ଭାରତରେ ୫ ରୁ ୧୯ ବର୍ଷ ବୟସର ସ୍ଥୂଳତାର ଶିକାର ହୋଇଥିବା ପିଲାଙ୍କ ସଂଖ୍ୟା ୨୦୧୫ ମସିହାରେ ୨.୮ କୋଟି ଥିବାବେଳେ ୨୦୨୫ ସୁଦ୍ଧା ଏହା ୪.୧ କୋଟିରେ ପହଞ୍ଚିଛି। ଯଦି ଏହି ସ୍ଥିତି ଜାରି ରହେ, ତେବେ ୨୦୪୦ ସୁଦ୍ଧା ଏହି ସଂଖ୍ୟା ୪.୨ କୋଟି ଛୁଇଁବାର ଆଶଙ୍କା ରହିଛି। ଶିଶୁମାନଙ୍କ ମଧ୍ୟରେ ବଢ଼ୁଥିବା ଏହି ଅସ୍ୱାସ୍ଥ୍ୟକର ଅଭ୍ୟାସକୁ ବଦଳାଇବା ପାଇଁ ସରକାର ପ୍ରାରମ୍ଭିକ ସ୍ତରରୁ ଏହି କଟକଣା ଲାଗୁ କରିବାକୁ ଚାହୁଁଛନ୍ତି।

ଅନ୍ୟପଟେ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ବଡ଼ ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହା ସହିତ ଏହିସବୁ ସାମଗ୍ରୀର ପ୍ୟାକେଟ୍ ଉପରେ ଲାଲ୍ ରଙ୍ଗର ଚେତାବନୀ ଲେବୁଲ୍ ଲଗାଇବା ପାଇଁ ମଧ୍ୟ ନିୟମ ଆସୁଛି। ତେବେ ସ୍କୁଲ ଆଖପାଖରେ ଥିବା କ୍ଷୁଦ୍ର ଦୋକାନୀମାନେ ନିଜର ଜୀବିକାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ବିଶାଖାପଟ୍ଟନମ୍, ବେଙ୍ଗାଲୁରୁ, ଭୁବନେଶ୍ୱର ଭଳି ସହରର କେତେକ ଦୋକାନୀଙ୍କ ମତରେ, ଏହି ନିୟମ ଲାଗୁ ହେଲେ ସେମାନଙ୍କର ଦୈନନ୍ଦିନ ବିକ୍ରି ପ୍ରାୟ ଏକ ତୃତୀୟାଂଶ (୩୦% ରୁ ଅଧିକ) ହ୍ରାସ ପାଇବ।

ସୂଚନା ଅନୁସାରେ ମହାରାଷ୍ଟ୍ର ସରକାର ଏହି ନିୟମକୁ ଆହୁରି କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯୋଜନା କରୁଛନ୍ତି, ଯେଉଁଥିରେ ସ୍କୁଲର ୫୦ ମିଟର ପରିସରରେ ଥିବା ଦୋକାନଗୁଡ଼ିକରେ ଏହି ସବୁ ସାମଗ୍ରୀ ରଖିବା ଉପରେ ହିଁ କଟକଣା ଲଗାଯାଉଛି। ମହାରାଷ୍ଟ୍ରରେ ନିୟମ ଉଲ୍ଲଂଘନ ଅଭିଯୋଗରେ ୪୫ଟି ଦୋକାନର ବ୍ୟବସାୟ ବନ୍ଦ କରାଯାଇଛି। ତେବେ ବ୍ୟବସାୟୀ ସଂଘ ଏହି ପ୍ରସ୍ତାବକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜନଗହଳିପୂର୍ଣ୍ଣ ବଜାରଅଞ୍ଚଳରେ ଥିବା ସ୍କୁଲଗୁଡ଼ିକ ନିକଟରେ ଏପରି କଟକଣା ପାଳନ କରିବା କଷ୍ଟକର ହେବ ଏବଂ ଏହା ଦ୍ୱାରା ସ୍ଥାନୀୟ ବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହେବ ବୋଲି କହିଛନ୍ତି।

ଅସ୍ୱାସ୍ଥ୍ୟକର ଖାଦ୍ୟ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026
Latest News

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.