Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି
ଜାତୀୟ ଖବର

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

ଗାନ୍ଧୀନଗର: ଦେଶର ସବୁଜ ଶକ୍ତି କ୍ରାନ୍ତିରେ ଯୋଡ଼ି ହୋଇଛି ଆଉ ଏକ ସୁବର୍ଣ୍ଣ ଫର୍ଦ୍ଦ। ଗୁଜରାଟର କାଣ୍ଡ୍‌ଲାସ୍ଥିତ ଦୀନଦୟାଲ୍ ପୋର୍ଟ ଅଥରିଟି (ଡିପିଏ) ଠାରେ ଭାରତର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ସ୍ୱଚ୍ଛ ଇନ୍ଧନ ଓ ପରିବେଶ-ଅନୁକୂଳ ଜାହାଜ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ମିଳିତ ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପଟି ଦୀନଦୟାଲ୍ ପୋର୍ଟ ଅଥରିଟି ଏବଂ ନାମରୂପ ସ୍ଥିତ ଆସାମ ପେଟ୍ରୋ-କେମିକାଲ୍ସ ଲିମିଟେଡ୍ ର ଏକ ମିଳିତ ଉଦ୍ୟୋଗ। ଏଥିରେ ମୋଟ ୨,୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ, ଯେଉଁଥିରେ ଡିପିଏ ଏବଂ ଏପିସିଏଲ୍ ମଧ୍ୟରେ ଯଥାକ୍ରମେ ୭୬:୨୪ ଅନୁପାତରେ ଇକ୍ୱିଟି ଭାଗୀଦାରୀ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହା ଦୈନିକ ୧୫୦ ଟନ୍ କ୍ଷମତା ସହିତ କାର୍ଯ୍ୟ କରିବ। ଏହି କାରଖାନାରେ ଇ-ମିଥାନଲ୍ ଉତ୍ପାଦନ ପାଇଁ ନବୀକରଣଯୋଗ୍ୟ ଶକ୍ତି, ଜଳ ଏବଂ ବାୟୋଜେନିକ୍ କାର୍ବନ୍ ଡାଇଅକ୍ସାଇଡ୍ ବ୍ୟବହାର କରାଯିବ। ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ନୌପରିବହନ ମାର୍ଗ ଏସିଆ-ୟୁରୋପ ଅନ୍ତର୍ଜାତୀୟ ବାଣିଜ୍ୟ କରିଡର ଦେଇ ଚଳାଚଳ କରୁଥିବା ଜାହାଜଗୁଡ଼ିକୁ ଏହି ସବୁଜ ଇନ୍ଧନ ସିଧାସଳଖ ଯୋଗାଇ ଦିଆଯିବ।
କାର୍ଯ୍ୟକ୍ରମରେ ଉପସ୍ଥିତ ଭୂପେନ୍ଦ୍ର ପଟେଲ, ସର୍ବାନନ୍ଦ ସୋନୋୱାଲ୍ ଏବଂ ହିମନ୍ତ ବିଶ୍ୱଶର୍ମା ନିଜ ନିଜ ଭାଷଣରେ ଏହି ପ୍ରକଳ୍ପର ଉପାଦେୟତା ସମ୍ପର୍କରେ ସୂଚନା ଦେବା ସହ ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୭୦ ସୁଦ୍ଧା “ନେଟ୍ ଜିରୋ’ କାର୍ବନ ନିର୍ଗମନ ଲକ୍ଷ୍ୟ, ରାଷ୍ଟ୍ରୀୟ ଶକ୍ତି ଆତ୍ମନିର୍ଭରଶୀଳତା ଏବଂ “ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ସଂକଳ୍ପ ସହିତ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ବୋଲି ବ୍ୟକ୍ତ କରିଥିଲେ।
ଏହି ପ୍ରକଳ୍ପ ପାଇଁ ଡିପିଏ ପକ୍ଷରୁ ୫୬୭.୩୨ କୋଟି ଟଙ୍କା, ୭୫ ଏକର ଜମି, ଲବଣମୁକ୍ତ ଜଳ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍‌-ଭିତ୍ତିକ ନବୀକରଣଯୋଗ୍ୟ ଶକ୍ତି ଯୋଗାଇଦିଆଯାଉଛି। ଭାରତର ଅନ୍ୟତମ ବୃହତ୍ତମ ଇ-ମିଥାନଲ୍ କେନ୍ଦ୍ର ଭାବେ ଗଢ଼ି ଉଠିବାକୁ ଥିବା ଏହି ପ୍ଲାଣ୍ଟ ୩,୫୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ଏବଂ ସବୁଜ ଶକ୍ତି ଶୃଙ୍ଖଳକୁ ସୁଦୃଢ଼ କରିବ ବୋଲି ଅନୁମାନ କରାଯାଉଛି।

‘ଇ-ମିଥାନଲ୍’ ଗୁଜୁରାଟ ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ତା ପରିବର୍ତ୍ତନ କଥାକୁ ନେଇ ତୀବ୍ର ରାଜନୀତି : ମହୁଆ-ସିବଲଙ୍କ ଆକ୍ରମଣ, ବିଜେପିର ପଲଟା ଜବାବ

October 17, 2026

ପଞ୍ଜାବ ଓପିନିୟନ ପୋଲ୍: ଆପ୍-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, ଜାଣନ୍ତୁ ବିଜେପି ର ସ୍ଥିତି

October 17, 2026

ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

October 17, 2026

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026
Latest News

ସତ୍ତା ପରିବର୍ତ୍ତନ କଥାକୁ ନେଇ ତୀବ୍ର ରାଜନୀତି : ମହୁଆ-ସିବଲଙ୍କ ଆକ୍ରମଣ, ବିଜେପିର ପଲଟା ଜବାବ

October 17, 2026

ପଞ୍ଜାବ ଓପିନିୟନ ପୋଲ୍: ଆପ୍-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, ଜାଣନ୍ତୁ ବିଜେପି ର ସ୍ଥିତି

October 17, 2026

ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

October 17, 2026

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.