Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା
ଜାତୀୟ ଖବର

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ମୂଲ୍ୟ ବୃଦ୍ଧି ପାଇବା ପରେ ବେସରକାରୀ ତୈଳ କମ୍ପାନୀ ‘ନାୟରା ଏନର୍ଜି’ ଖାଉଟିଙ୍କୁ ବଡ଼ ଝଟ୍‌କା ଦେଇଛି। କମ୍ପାନୀ ପକ୍ଷରୁ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲରେ ୩ ଟଙ୍କା ବୃଦ୍ଧି କରାଯାଇଛି।  ବର୍ଦ୍ଧିତ ମୂଲ୍ୟ ଲାଗୁ ହେବା ପରେ ଭୋପାଳରେ ନାୟରା ଆଉଟ୍‌ଲେଟ୍‌ରେ ପେଟ୍ରୋଲ ଲିଟର ପିଛା ୧୧୯.୫୪ ଟଙ୍କା ଏବଂ ଡିଜେଲ ୧୦୨.୬୪ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦର ବଢ଼ିବା ଯୋଗୁଁ ଖୁଚୁରା ବିକ୍ରି ମୂଲ୍ୟ ଏବଂ ବଢ଼ୁଥିବା ପରିଚାଳନା ଖର୍ଚ୍ଚ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଆରମ୍ଭରେ ଇରାନ ସଂଘର୍ଷ ଯୋଗୁଁ ବିଶ୍ୱସ୍ତରୀୟ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବାରୁ ମାର୍ଚ୍ଚ ୨୬ରେ କମ୍ପାନୀ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ମହଙ୍ଗା କରିଥିଲା। ପରବର୍ତ୍ତୀ ସମୟରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ପରେ ଜୁଲାଇ ୧ ରେ ପୁଣି ସମାନ ପରିମାଣର ଦର ହ୍ରାସ କରାଯାଇଥିଲା।ତେବେ ଅନ୍ୟପଟେ, ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (IOCL), ଭାରତ ପେଟ୍ରୋଲିୟମ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL) ସହିତ ବେସରକାରୀ କମ୍ପାନୀ ‘ଜିଓ-ବିପି’ ବର୍ତ୍ତମାନ ସୁଦ୍ଧା ନିଜ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।

ଡିଜେଲ ନାୟରା. ପେଟ୍ରୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

November 13, 2026

କାଜିରଙ୍ଗା ନିକଟରେ ଟ୍ରକ୍-ମିନିବସ୍ ଧକ୍କା: ୨୩ ମୃତ ଆଶଙ୍କା, ଅନେକ ଗୁରୁତର

November 13, 2026

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ: ଧରାଶାୟୀ ହେଲା ଭାରତ

November 13, 2026

ଡିକେ ଶିବକୁମାରଙ୍କ ସହ ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

November 13, 2026
Latest News

ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ବଡ଼ ନିଷ୍ପତ୍ତି: କାର୍ଯ୍ୟକାରୀ ହେବ ୧୫ ସୁପାରିଶ

November 13, 2026

ସୁନାର ତାସ୍ ପାଇଁ ନିର୍ମମ ହତ୍ୟା, ଲକ୍ଷ୍ମୀସାଗର ମାମଲାରେ ବଡ଼ ଖୁଲାସା

November 13, 2026

ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା

November 13, 2026

ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

November 13, 2026

ବଙ୍ଗୋପସାଗରରେ ପୁଣି ବାତ୍ୟା, ୧୫ ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା

November 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.