Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚେନ୍ନାଇରେ ରାହୁଲ ଗାନ୍ଧୀ-ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାକ୍ଷାତ: ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର
ଜାତୀୟ ଖବର

ଚେନ୍ନାଇରେ ରାହୁଲ ଗାନ୍ଧୀ-ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାକ୍ଷାତ: ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର

October 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚେନ୍ନାଇରେ ରାହୁଲ ଗାନ୍ଧୀ-ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାକ୍ଷାତ

ଚେନ୍ନାଇ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତ ଅବସରରେ ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ) ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଭେଟିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଚେନ୍ନାଇର ନୀଲାଙ୍କରାଇସ୍ଥିତ ବିଜୟଙ୍କ ବାସଭବନରେ ଉଭୟ ନେତାଙ୍କ ସାକ୍ଷାତ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହାପରେ ରାହୁଲ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାମିଲନାଡୁରେ ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଏହି ସାକ୍ଷାତକାରକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ତାମିଲନାଡୁରେ କଂଗ୍ରେସ ପୂର୍ବରୁ ଡିଏମ୍‌କେ ସହ ଦୀର୍ଘ ସମୟ ଧରି ମେଣ୍ଟରେ ରହିଥିଲା। କିନ୍ତୁ ନୂଆ ରାଜନୈତିକ ପରିସ୍ଥିତିରେ ଟିଭିକେ ସରକାରକୁ କଂଗ୍ରେସର ସମର୍ଥନ ଓ ଉଭୟ ଦଳର ନିକଟତା ରାଜ୍ୟରେ ନୂଆ ସମୀକରଣ ସୃଷ୍ଟି କରିଛି। ତେଣୁ ଏହି ସାକ୍ଷାତ କେବଳ ସୌଜନ୍ୟମୂଳକ ଭେଟ ନୁହେଁ, ଭବିଷ୍ୟତରେ ମେଣ୍ଟର ସମନ୍ୱୟ ଏବଂ ରାଜନୈତିକ ରଣନୀତି ନେଇ ଆଲୋଚନାର ସମ୍ଭାବନା ମଧ୍ୟ ଏହାକୁ ଗୁରୁତ୍ୱ ଦେଇଛି। ଅନ୍ୟପକ୍ଷେ ରାହୁଲଙ୍କ ଆଜିର ଏହି ଆଲୋଚନାଚକ୍ରରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସମସ୍ୟା, ଚାକିରିର ଅଭାବ, ପ୍ରବେଶିକା ପରୀକ୍ଷା ଏବଂ ମହିଳା ଓ ଛାତ୍ରୀଙ୍କ ଶିକ୍ଷା ସୁଯୋଗ ଭଳି ପ୍ରସଙ୍ଗ ଉଠିଥିବା ସୂଚନା ମିଳିଛି। ବିଶେଷକରି ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ନିଟ୍ ପରୀକ୍ଷା ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି ଉପରେ ଛାତ୍ରଛାତ୍ରୀଙ୍କ ମତ ଶୁଣିବା ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉଦ୍ଦେଶ୍ୟ ବୋଲି ଦଳୀୟ ନେତାମାନେ କହିଥିଲେ।

ଟିଭିକେ ତାମିଲନାଡୁ ରାଜନୀତି ରାହୁଲ ଗାନ୍ଧୀ ସି ଜୋସେଫ ବିଜୟ
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026
Latest News

ଚେନ୍ନାଇରେ ରାହୁଲ ଗାନ୍ଧୀ-ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାକ୍ଷାତ: ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର

October 11, 2026

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.