Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ
ଜାତୀୟ ଖବର

ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ

October 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାୟୁସେନା ମୁଖ୍ୟ ଏପି ସିଂହଙ୍କ 'ତେଜସ୍'ରେ ସରିଲା ଶେଷ ଉଡ଼ାଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂହ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ୍’ ଲଢ଼ୁଆ ବିମାନରେ ନିଜର ଶେଷ ଫାଇଟର ସୋର୍ଟି (ସମର ଉଡ଼ାଣ) ସମ୍ପନ୍ନ କରିଛନ୍ତି। ଯୋଧପୁରଠାରେ ଆୟୋଜିତ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସ ‘ତରଙ୍ଗ ଶକ୍ତି-୨୦୨୬’ ଅବସରରେ ସେ ଏହି ଉଡ଼ାଣ ଭରିଥିଲେ। ଆସନ୍ତା ଅକ୍ଟୋବର ୩୧ ତାରିଖରେ ସେ ନିଜ ପଦବୀରୁ ଅବସର ନେବାକୁ ଯାଉଥିବା ବେଳେ ଏହି ଉଡ଼ାଣକୁ ବାୟୁସେନା ପକ୍ଷରୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସ୍ମରଣୀୟ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ସାମରିକ ଅଭ୍ୟାସରେ ବାୟୁସେନା ମୁଖ୍ୟ ବନ୍ଧୁରାଷ୍ଟ୍ରଗୁଡ଼ିକର ବିମାନ ଏବଂ ‘ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍’ ସହ ମିଶି ଆକାଶରେ କୌଶଳ ପ୍ରଦର୍ଶନ କରିଥିଲେ। ଯୋଧପୁର ଏୟାରଫୋର୍ସ ଷ୍ଟେସନରେ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ‘ପାୱାର ଇନ୍ ପାର୍ଟନରସିପ୍’ ଥ୍ରୀମ୍‌ରେ ‘ତରଙ୍ଗ ଶକ୍ତି-୨୦୨୬’ ଅନୁଷ୍ଠିତ ହୋଇଥିଲା।

ଏୟାର ଚିଫ୍ ମାର୍ଶଲ ଏପି ସିଂହଙ୍କର ‘ତେଜସ୍’ ବିମାନ ସହ ବହୁ ପୁରୁଣା ସମ୍ପର୍କ ରହିଛି। ସେ ଜଣେ ପରୀକ୍ଷଣ ପାଇଲଟ୍ ଭାବେ ବାଙ୍ଗାଲୋରସ୍ଥିତ ‘ନ୍ୟାସନାଲ ଫ୍ଲାଇଟ୍ ଟେଷ୍ଟ ସେଣ୍ଟର’ରେ ‘ତେଜସ୍’ର ଉଡ଼ାଣ ପରୀକ୍ଷଣ ଦାୟିତ୍ବରେ ଥିଲେ। ୧୯୮୪ ଡିସେମ୍ବର ୨୧ରେ ବାୟୁସେନାରେ ଯୋଗଦେଇଥିବା ଏପି ସିଂହଙ୍କର ୫,୦୦୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣର ଅଭିଜ୍ଞତା ରହିଛି। ସେ ମିଗ୍-୨୧ ଉଡ଼ାଇଥିବା ଶେଷ ବାୟୁସେନା ମୁଖ୍ୟ ଅଟନ୍ତି।

ଏପି ସିଂହ ତେଜସ୍ ଫାଇଟର ଜେ ଭାରତୀୟ ବାୟୁସେନା
Share. Facebook Twitter LinkedIn Email WhatsApp Copy Link

Related Posts

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026

ପ୍ରଧାନମନ୍ତ୍ରୀ ମୋଦି ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

October 13, 2026

ଭାରତ-ଆମେରିକା ସମ୍ପର୍କରେ ନୂଆ ମୋଡ଼! ପ୍ରତିରକ୍ଷାଠାରୁ ଔଷଧ ପର୍ଯ୍ୟନ୍ତ ବଢ଼ିବ ସହଯୋଗ, ଟ୍ରମ୍ପ-ମୋଦୀ ଆଲୋଚନା ପରେ ବଡ଼ ସଙ୍କେତ

October 13, 2026
Latest News

ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026

Truecallerରୁ ହଟାନ୍ତୁ ନିଜ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ, ଏହି ସହଜ ଟ୍ରିକ୍‌ ଜାଣି ରଖନ୍ତୁ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.