Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ
ଜାତୀୟ ଖବର

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

କୋଲକାତା: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମମତା ଏଠାରେ ଏକ ଦୁର୍ଗାପୂଜା ପେଣ୍ଡାଲ ଉଦ୍‌ଘାଟନ କରି ଫେରୁଥିବା ବେଳେ ତାଙ୍କ ନିଜ ଘର ନିକଟରେ ହିଁ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଜଣେ ମହିଳା କାଳୀଘାଟସ୍ଥିତ ମମତାଙ୍କ ବାସଭବନ ନିକଟରେ ସୁରକ୍ଷା ବଳୟ ଭିତରକୁ ପଶି ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଉକ୍ତ ମହିଳାଜଣକ ନିଜକୁ ମମତାଙ୍କ ଭାଣିଜୀ/ଝିଆରୀ ବୋଲି ଦାବି କରିଥିଲେ। ତେବେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ ତୁରନ୍ତ କାବୁ କରି ପୋଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି। ଏହି ଘଟଣାରେ ପାର୍ଟି ପକ୍ଷରୁ ଥାନାରେ ଆନୁଷ୍ଠାନିକ ଅଭିଯୋଗ ଦାୟର କରାଯାଇଛି। ଟିଏମ୍‌ସିର ଜାତୀୟ ମୁଖପାତ୍ର ତଥା ସାଂସଦ ସାକେତ ଗୋଖଲେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଦାବି କରିଛନ୍ତି ଯେ ଅଭିଯୁକ୍ତ ମହିଳା ନିଶାସକ୍ତ ଅବସ୍ଥାରେ ଥିଲେ। ଏହା ସହିତ ସେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯେତେବେଳେ ଜେଡ୍ ପ୍ଲସ୍ ସୁରକ୍ଷା ପାଇଥିବା ଏବଂ ତିନି ଥରର ମୁଖ୍ୟମନ୍ତ୍ରୀ ରହିସାରିଥିବା ମମତା ବାନାର୍ଜୀ ନିଜ ଘର ସାମ୍ନାରେ ସୁରକ୍ଷିତ ନୁହନ୍ତି, ସେତେବେଳେ ରାଜ୍ୟର ସାଧାରଣ ସୁରକ୍ଷା ବ୍ୟବସ୍ଥାର ସ୍ଥିତି କ’ଣ ହୋଇପାରେ।

ଆକ୍ରମଣ ଉଦ୍ୟମ କୋଲକାତା ଟିଏମ୍‌ସି ମମତା ବାନାର୍ଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026

ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

October 14, 2026

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ଅକ୍ଟୋବର ୧୪ ତାରିଖ ରାଶିଫଳ: ଆପଣ ଜାଣନ୍ତୁ ଆଜିର ଭାଗ୍ୟ ଓ ଭବିଷ୍ୟତ

October 14, 2026
Latest News

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026

ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

October 14, 2026

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.