Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ
ଜାତୀୟ ଖବର

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bodies of 5 people recovered from a house in Noida

ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ା ସ୍ଥିତ ନଙ୍ଗଲା ଶ୍ରୀପଦମ ଗାଁରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ଏକ ଘରୁ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ୩ଟି ନାବାଳକ ପିଲାଙ୍କୁ ମୋଟ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ବହୁ ସମୟ ଧରି ପରିବାରର କେହି ନ ଉଠିବାରୁ ପଡ଼ୋଶୀମାନଙ୍କର ସନ୍ଦେହ ହୋଇଥିଲା। ଘରର କବାଟ ଭିତର ପଟୁ ବନ୍ଦ ଥିବାବେଳେ ଝରକା ଦେଇ ଦେଖିବାରୁ ପାଞ୍ଚ ଜଣଯାକ ଶେଯରେ ପଡ଼ିଥିବା ଦେଖାଯାଇଥିଲା ଏବଂ ଜଣଙ୍କ ପାଟିରୁ ଫେଣ ବାହାରୁଥିଲା।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ପିତା ମହେଶ ପୁଅକୁ କୋଳେଇ ଖଟ ଉପରେ ମୃତ ଅବସ୍ଥାରେ ପଡ଼ିଥିବା ବେଳେ ଅନ୍ୟ ଏକ ଶେଯରେ ମାଆ ଲଳିତା ସାନ ପୁଅ ଓ ଝିଅକୁ ଧରି ପଡ଼ି ରହିଥିଲେ। ମୃତକମାନେ ହେଲେ ମହେଶ (୩୭), ତାଙ୍କ ପତ୍ନୀ ଲଳିତା (୩୫), ବଡ଼ ପୁଅ ଲଡ୍ଡୁ (୧୧), ସାକ୍ଷତ (୩) ଏବଂ ଝିଅ ମିଷ୍ଟି (୭)। ଘଟଣାସ୍ଥଳଟି ଜେୱାର ବିମାନବନ୍ଦରଠାରୁ ୬ କିଲୋମିଟର ଏବଂ ଜିଲ୍ଲା ମୁଖ୍ୟାଳୟଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ।

ଡିସିପି ଶ୍ରବଣ କୁମାର ସିଂହ ଜଣାଇଛନ୍ତି ଯେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟରୁ ହିଁ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ, ପଡ଼ୋଶୀ ଏବଂ ମୃତା ଲଳିତାଙ୍କ ଭଉଣୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସମ୍ପତ୍ତିକୁ ନେଇ ମହେଶଙ୍କର ତାଙ୍କ ମାଆଙ୍କ ସହିତ ପ୍ରାୟତଃ ଝଗଡ଼ା ହେଉଥିଲା ଏବଂ ମାଆ ସବୁକିଛି ଝିଅ ଓ ଜ୍ୱାଇଁଙ୍କ ନାମରେ କରିଦେବେ ବୋଲି କହୁଥିଲେ। ପଡ଼ୋଶୀ ଓ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦାବି କରିବା ସହ ଖାଦ୍ୟରେ ବିଷ ମିଶାଯାଇଥିବା ସନ୍ଦେହ କରୁଛନ୍ତି।

ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ, ରାତିରେ ସମସ୍ତେ ନୁଡଲ୍ସ ଖାଇ ଶୋଇଥିଲେ। କିନ୍ତୁ ମୃତକଙ୍କ ମାଆ ଚନ୍ଦୋ ପୁଲିସ୍‌କୁ କହିଛନ୍ତି ଯେ ତାଙ୍କ ଦେହ ଭଲ ଲାଗୁନଥିବାରୁ ସେ ରାତିରେ ନୁଡଲ୍ସ ଖାଇ ନଥିଲେ। ସମ୍ପତ୍ତି ବିବାଦ, ଫୁଡ୍ ପଏଜନିଂ ଏବଂ ହତ୍ୟା-ଏହିସବୁ ବିଭିନ୍ନ ଦିଗକୁ ଆଖି ଆଗରେ ରଖି ପୁଲିସ୍ ସମସ୍ତ ଘଟଣାର ତଦନ୍ତ ଚାଲୁ ରଖିଛି।

ନୋଏଡା ମୃତଦେହ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026
Latest News

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.