Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜମ୍ମୁ-କାଶ୍ମୀରରେ ସୁରକ୍ଷା ବଳ ଜାରି କଲେ ୪ ଆତଙ୍କୀଙ୍କ ପୋଷ୍ଟର: ସୂଚନା ଦେଲେ ମିଳିବ ବଡ ପୁରସ୍କାର
ଜାତୀୟ ଖବର

ଜମ୍ମୁ-କାଶ୍ମୀରରେ ସୁରକ୍ଷା ବଳ ଜାରି କଲେ ୪ ଆତଙ୍କୀଙ୍କ ପୋଷ୍ଟର: ସୂଚନା ଦେଲେ ମିଳିବ ବଡ ପୁରସ୍କାର

November 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜମ୍ମୁ-କାଶ୍ମୀରରେ ସୁରକ୍ଷା ବଳ ଜାରି କଲେ ୪ ଆତଙ୍କୀଙ୍କ ପୋଷ୍ଟର: ସୂଚନା ଦେଲେ ମିଳିବ ବଡ ପୁରସ୍କାର
ଜମ୍ମୁ-କାଶ୍ମୀରରେ ସୁରକ୍ଷା ବଳ ଜାରି କଲେ ୪ ଆତଙ୍କୀଙ୍କ ପୋଷ୍ଟର: ସୂଚନା ଦେଲେ ମିଳିବ ବଡ ପୁରସ୍କାର

ଶ୍ରୀନଗର: କାଶ୍ମୀର ଘାଟିରେ କେବଳ ଜଣେ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ଥିବା ଘୋଷଣାର କିଛି ଦିନ ପରେ, ଜମ୍ମୁ-କାଶ୍ମୀର ସୁରକ୍ଷା ଏଜେନ୍ସି ୪ ସକ୍ରିୟ ଏବଂ ବିପଜ୍ଜନକ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛି। ଏମାନେ ବର୍ତ୍ତମାନ କାଶ୍ମୀର ଘାଟିରେ ସକ୍ରିୟ ଅଛନ୍ତି।

ଶ୍ରୀନଗର ସହର, ସୁରକ୍ଷା ପ୍ରତିଷ୍ଠାନ ନିକଟରେ ଏବଂ ବାହାର ଅଞ୍ଚଳରେ ଲଗା ଯାଇଥିବା ଏହି ପୋଷ୍ଟର ମାଧ୍ୟମରେ ସାଧାରଣ ଜନତାଙ୍କୁ ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେବାକୁ ଅପିଲ୍ କରାଯାଇଛି। ସେଥିରେ ଲତିଫ୍ ଡାର୍ ଙ୍କ ନାମ ମଧ୍ୟ ଅଛି, ଯାହାଙ୍କୁ ଶୁକ୍ରବାର (୬ ନଭେମ୍ବର) କାଶ୍ମୀରର IGP ସୁଜିତ କୁମାର ଘାଟିରେ ଏକମାତ୍ର ସକ୍ରିୟ ଆତଙ୍କବାଦୀ ବୋଲି କହିଥିଲେ।

ସୂଚନା ଅନୁସାରେ, ସଠିକ୍ ଗୁଇନ୍ଦା ସୂଚନା ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏଥିରୁ ଜଣା ପଡ଼ୁଛି ଏମାନେ ଏହି ଅଞ୍ଚଳରେ ଅଛନ୍ତି ଏବଂ କୌଣସି ବଡ଼ ବିଧ୍ୱଂସକ ଘଟଣା ଘଟାଇବାକୁ ଚେଷ୍ଟା କରୁଛନ୍ତି।

ପୋଷ୍ଟରରେ ୪ ସନ୍ଦିଗ୍ଧଙ୍କ ବିବରଣୀ:

ଜାରି ହୋଇଥିବା ପୋଷ୍ଟରରେ ଏହି ୪ ସକ୍ରିୟ ସନ୍ଦିଗ୍ଧଙ୍କ ପରିଚୟ ଏବଂ ମୂଳ ସ୍ଥାନର ବିବରଣୀ ଦିଆଯାଇଛି। ଏମାନେ ହେଲେ – ସୋପୋର୍ ଅଞ୍ଚଳର ବ୍ରାଥ୍ କଳାଁର ବିଲାଲ୍ ଅହମଦ୍ ମୀର୍, ବାରାମୂଲା ଜିଲ୍ଲାର ପଟ୍ଟନର ଆବିଦ୍ କୟୁମ୍ ଲୋନ୍, ଦକ୍ଷିଣ କାଶ୍ମୀରର କୁଲଗାମ୍ ଜିଲ୍ଲାର ମହମ୍ମଦ ଲତିଫ୍ ଭଟ୍ଟ ଏବଂ ବାରାମୂଲା ଜିଲ୍ଲାର ସୋପୋର୍ ଅଞ୍ଚଳର ମହମ୍ମଦ ଉମର୍ ମୀର୍।

ସୂଚନା ଦେଲେ ମିଳିବ ପୁରସ୍କାର, ପରିଚୟ ରହିବ ଗୁପ୍ତ:

ସୁରକ୍ଷା ବଳ ସାଧାରଣ ଜନତାଙ୍କୁ ଅପିଲ୍ କରିଛି ଯେ, ଯଦି କାହା ପାଖରେ ଏମାନଙ୍କ ଠିକଣା, ଲୁଚିବା ଜାଗା କିମ୍ବା ଯିବା-ଆସିବା ରାସ୍ତା ବିଷୟରେ କୌଣସି ବିଶ୍ୱସନୀୟ ସୂଚନା ଅଛି ତ ଆଗକୁ ଆସି କହନ୍ତୁ। ଅଧିକାରୀ ଘୋଷଣା କରିଛନ୍ତି ଯେ, ଯିଏ ଏଭଳି ସୂଚନା ଦେବ ଯାହା ଏହି ଆତଙ୍କବାଦୀଙ୍କୁ ଧରିବା କିମ୍ବା ନିଷ୍କ୍ରିୟ କରିବାରେ ସାହାଯ୍ୟ କରିବ, ତାଙ୍କୁ ବଡ଼ ନଗଦ ପୁରସ୍କାର ଦିଆଯିବ। ସେଥି ସହ ସୁରକ୍ଷା ଏଜେନ୍ସି ଭରସା ଦେଇଛି ସୂଚନା ଦେଉଥିବା ନାଗରିକଙ୍କ ପରିଚୟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ।

4 Terrorists Kashmir Poster Bilal Ahmad Mir Jammu Kashmir Terrorists Poster Kashmir IGP Sujit Kumar Latif Dar National News Odia News Srinagar Security Forces Appeal Terrorist Reward
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଡିଏ ରେ ମିଶିବେ ଶରଦ ପାୱାର୍?: ଏନ୍‌ସିପି ମିଶ୍ରଣ ଚର୍ଚ୍ଚା ମଧ୍ୟରେ ସଞ୍ଜୟ ରାଉତଙ୍କ ବଡ଼ ଦାବି

November 9, 2026

Best Fruit For Health: କଦଳୀ ନା ସେଓ- ଦୈନିକ କେଉଁ ଫଳଟି ଖାଇଲେ ସ୍ବାସ୍ଥ ପ୍ରତି ହୋଇଥାଏ ଉପକାରୀ

November 9, 2026

ଆଜି ନଭେମ୍ବର ୯ ତାରିଖରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଜ୍ଜଳ

November 9, 2026

ଏସିଆ କପ୍ ରେ ପାକିସ୍ତାନଠୁ ହାରିଲା ଭାରତ: ହମଜା ଜହୁର୍ ଛଡ଼ାଇ ନେଲେ ବିଜୟ

November 8, 2026
Latest News

ଏନ୍‌ଡିଏ ରେ ମିଶିବେ ଶରଦ ପାୱାର୍?: ଏନ୍‌ସିପି ମିଶ୍ରଣ ଚର୍ଚ୍ଚା ମଧ୍ୟରେ ସଞ୍ଜୟ ରାଉତଙ୍କ ବଡ଼ ଦାବି

November 9, 2026

Best Fruit For Health: କଦଳୀ ନା ସେଓ- ଦୈନିକ କେଉଁ ଫଳଟି ଖାଇଲେ ସ୍ବାସ୍ଥ ପ୍ରତି ହୋଇଥାଏ ଉପକାରୀ

November 9, 2026

ଜମ୍ମୁ-କାଶ୍ମୀରରେ ସୁରକ୍ଷା ବଳ ଜାରି କଲେ ୪ ଆତଙ୍କୀଙ୍କ ପୋଷ୍ଟର: ସୂଚନା ଦେଲେ ମିଳିବ ବଡ ପୁରସ୍କାର

November 9, 2026

ଆଜି ନଭେମ୍ବର ୯ ତାରିଖରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଜ୍ଜଳ

November 9, 2026

ଏସିଆ କପ୍ ରେ ପାକିସ୍ତାନଠୁ ହାରିଲା ଭାରତ: ହମଜା ଜହୁର୍ ଛଡ଼ାଇ ନେଲେ ବିଜୟ

November 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.