Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି: ୩୪୩ ଆସନରେ ଏକାକୀ ଲଢ଼ିବ ଦଳ
ଜାତୀୟ ଖବର

୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି: ୩୪୩ ଆସନରେ ଏକାକୀ ଲଢ଼ିବ ଦଳ

November 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJP's major strategy for the 2027 UP elections: Party to contest 343 seats alone

ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣିଥରେ କ୍ଷମତା ଦଖଲ କରିବା ପାଇଁ ବିଜେପି ଏବେଠାରୁ ଅଣ୍ଟା ଭିଡ଼ିଛି। ରାଜ୍ୟର ମୋଟ୍ ୪୦୩ଟି ଆସନ ମଧ୍ୟରୁ ଦଳ ପ୍ରାୟ ୩୪୩ଟି ଆସନରେ ଏକାକୀ ପ୍ରାର୍ଥୀ ଦେବାକୁ ଯୋଜନା କରୁଥିବା ବେଳେ ବାକି ୬୦ଟି ଆସନ ସହଯୋଗୀ ଦଳଗୁଡ଼ିକ ପାଇଁ ଛାଡ଼ିବାକୁ ବିଚାର କରୁଛି। ଏହାସହ ଜାତିଗତ ଓ ଆଞ୍ଚଳିକ ସମୀକରଣକୁ ସାଧିବା ପାଇଁ ବିଜେପି ପକ୍ଷରୁ ‘୩ଏସ୍‌’ ଅର୍ଥାତ୍ ସଙ୍ଗଠନ, ସରକାର ଏବଂ ସହଯୋଗୀ ଦଳକୁ ନେଇ ଏକ ତ୍ରିସ୍ତରୀୟ ମହାରଣନୀତି ପ୍ରସ୍ତୁତ କରାଯାଇଛି।

ଜାତିଗତ ଓ ଆଞ୍ଚଳିକ ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ସହଯୋଗୀ ଦଳଗୁଡ଼ିକୁ ଅଧିକ ସୁଯୋଗ ଦେବା ଏହାର ଉଦ୍ଦେଶ୍ୟ। ଅନ୍ୟ ଏକ ସୂଚନାନୁସାରେ ଉତ୍ତରପ୍ରଦେଶରେ ନିର୍ବାଚନୀ ବିଜୟ ସମ୍ଭାବନା, ସ୍ଥାନୀୟ ରାଜନୈତିକ ସମୀକରଣ ଏବଂ ସାଙ୍ଗଠନିକ ମତାମତ (ଫିଡବ୍ୟାକ୍‌)କୁ ଦୃଷ୍ଟିରେ ରଖି ଦଳ ଏକ ତ୍ରିସ୍ତରୀୟ ‘୩ଏସ୍‌’ ରଣନୀତି ପ୍ରସ୍ତୁତ କରିଛି। ୟୁପିରେ ବିଜେପିର ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିପାରୁଥିବା ତିନୋଟି ମୁଖ୍ୟ ଆହ୍ୱାନର ମୁକାବିଲା କରିବା ଏହି ରଣନୀତିର ଲକ୍ଷ୍ୟ। ରିପୋର୍ଟ ଅନୁସାରେ ବିଜେପିର ଏହି ‘୩ଏସ୍‌’ ରଣନୀତିର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି: ସଙ୍ଗଠନ, ସରକାର ଏବଂ ସହଯୋଗୀ।

ବିଜେପି ବୁଥ୍ ଏବଂ ମଣ୍ଡଳ ସ୍ତରରେ ଅର୍ଥାତ୍ ତୃଣମୂଳ ସ୍ତରରେ ସାଙ୍ଗଠନିକ ଢାଞ୍ଚାକୁ ପୁନର୍ଗଠନ ଓ ସୁଦୃଢ଼ କରିବା ଉପରେ ସର୍ବାଧିକ ଫୋକସ୍ କରୁଛି। ଗ୍ରାଉଣ୍ଡ ଲେଭେଲ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେମାନଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଉପରେ ବିଜେପି ବିଶ୍ୱାସ କରୁଛି। ଏହିକ୍ରମେ ପୂର୍ବ ନିର୍ବାଚନଗୁଡ଼ିକରୁ ମିଳିଥିବା ସାଙ୍ଗଠନିକ ଫିଡବ୍ୟାକ୍ ଆଧାରରେ ଯେଉଁ ଅଞ୍ଚଳରେ ଦଳ ଦୁର୍ବଳ ଥିଲା, ସେଠାରେ ନୂତନ ନେତୃତ୍ୱ ଓ ଦାୟିତ୍ୱ ବଣ୍ଟନ କରାଯିବ। ରାଜ୍ୟର ସମସ୍ତ ସାମାଜିକ ବର୍ଗ (ଜାତିଗତ ସମୀକରଣ)କୁ ସଙ୍ଗଠନରେ ସଠିକ୍ ପ୍ରତିନିଧିତ୍ୱ ଦେଇ ସାଙ୍ଗଠନିକ ସନ୍ତୁଳନ ରକ୍ଷା କରିବା। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା (ଯଥା- ମାଗଣା ରାସନ୍‌, ଆବାସ, କିଷାନ ସମ୍ମାନ ନିଧି, ସ୍ୱାସ୍ଥ୍ୟ ବୀମା) ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ତାହା ନିଶ୍ଚିତ କରିବା। ଯୋଗୀ ସରକାରଙ୍କ ମୁଖ୍ୟ ପ୍ରସଙ୍ଗ ‘ସୁଦୃଢ଼ ଆଇନ ଶୃଙ୍ଖଳା’ ଏବଂ ‘ପ୍ରଶାସନିକ ସ୍ୱଚ୍ଛତା’କୁ ପ୍ରଚାରର ମୁଖ୍ୟ ଅସ୍ତ୍ର କରିବା ସହ ଭିତ୍ତିଭୂମି ବିକାଶକୁ ଆଗକୁ ନେବା। ପ୍ରଶାସନିକ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା।

ଏସବୁ ମଧ୍ୟରେ ଉତ୍ତରପ୍ରଦେଶରେ ଏନ୍‌ଡିଏର ଅଂଶୀଦାର ତଥା ସହଯୋଗୀ ଦଳଗୁଡ଼ିକ (ଯଥା- ଆପ୍‌ନା ଦଳ (ଏସ୍‌), ନିଷାଦ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ମଧ୍ୟରେ ବିଜେପିର କେନ୍ଦ୍ରୀୟ କମାଣ୍ଡ୍ ସର୍ବାଧିକ ଫୋକସ୍ କରୁଛି। ଯାହାଦ୍ୱାରା ବିଜେପି ଏବଂ ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ପାରସ୍ପରିକ ଭୋଟ୍ ସ୍ଥାନାନ୍ତରକୁ ସୁନିଶ୍ଚିତ କରିବା, ଯାହା ଦ୍ୱାରା ଓବିସି ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭୋଟ୍ ବ୍ୟାଙ୍କ ଏକଜୁଟ୍ ରହିପାରିବ। ସହଯୋଗୀ ଦଳଗୁଡ଼ିକ ସହିତ ସମୟ ପୂର୍ବରୁ ଆସନ ବଣ୍ଟନ ଓ ସମ୍ମାନଜନକ ଭାଗିଦାରୀ ଉପରେ ସହମତି ପ୍ରକାଶ କରିବା, ଯେପରି ନିର୍ବାଚନ ସମୟରେ କୌଣସି ମତଭେଦ ସୃଷ୍ଟି ନହୁଏ। ସଙ୍ଗଠନର ଶକ୍ତି, ସରକାରଙ୍କ କାର୍ଯ୍ୟକ୍ରମ ଏବଂ ସହଯୋଗୀ ଦଳଗୁଡ଼ିକର ସମର୍ଥନକୁ ଏକତ୍ର କରି ବିଜେପି ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନରେ ପୁନର୍ବାର ବିଜୟ ହାସଲ କରିବା ପାଇଁ ଏହି ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରୁଛି।

୨୦୨୭ ୟୁପି ନିର୍ବାଚନ ବିଜେପି ରଣନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026
Latest News

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026

ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.