Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜେଏନ୍‌ୟୁ ଘଟଣା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ, ଛାତ୍ରସଂଘ ସଭାପତି ଆଇଶୀ ଓ ଅନ୍ୟ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ
ଜାତୀୟ ଖବର

ଜେଏନ୍‌ୟୁ ଘଟଣା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ, ଛାତ୍ରସଂଘ ସଭାପତି ଆଇଶୀ ଓ ଅନ୍ୟ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

January 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, 7/1: ଜେଏନ୍‌ୟୁରେ ଘଟିଥିବା ହିଂସାକାଣ୍ଡ ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଛି। ଏହି ସଂଗଠନର କର୍ମକର୍ତ୍ତାମାନେ ଜାନୁଆରୀ ୫ରେ ମୁଖାପିନ୍ଧି ଜେଏନୟୁ କ୍ୟାମ୍ପସରେ ହମଲା କରିଥିଲେ ବୋଲି ଏହାର ନେତା ପିଙ୍କି ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ଜେଏନୟୁରେ ଦେଶଦ୍ରୋହୀଙ୍କ ଆଡ୍ଡା ଜମି ଥିବାରୁ ସଂଗଠନର କର୍ମକର୍ତ୍ତାମାନେ ଏଭଳି ଆକ୍ରମଣ କରିଛନ୍ତି। ହିନ୍ଦୁ ରକ୍ଷାଦଳ ତରଫରୁ ନେତା ପିଙ୍କି ଚୌଧୁରୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଜେଏନ୍‌ୟୁରେ ଦିନକୁ ଦିନ ଦେଶଦ୍ରୋହ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆମେ ସହ୍ୟ କରିପାରିଲୁନାହିଁ । ଏହି ଆକ୍ରମଣ କରି ଆମେ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛୁ। ଏହି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି।  ତେବେ ଏହି ଘଟଣା ପାଇଁ ଉଭୟ ବାମପନ୍ଥୀ ଛାତ୍ର ସଂଗଠନ ଓ ଏବିଭିପି ଦୁହେଁ ଦୁହିଁଙ୍କ ଉପରେ ଆରୋପ ଲଗାଇଛନ୍ତି। ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି । ଦିଲ୍ଲୀ ପୋଲିସ୍‌ ହିନ୍ଦୁ ରକ୍ଷା ଦଳକୁ ସମନ ଜାରି କରିଛି ।  ଅପରପକ୍ଷରେ ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ଅଭିଯୋଗରେ ଆଜି ଛାତ୍ରସଙ୍ଘ ଅଧ୍ୟକ୍ଷ ଆଇଶୀ ଘୋଷଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରିଛି। ଜାନୁଆରୀ ୫ରେ ଜବାହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟରେ ଭଙ୍ଗାରୁଜା ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଘୋଷଙ୍କ ସମେତ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଛାତ୍ରସଙ୍ଘ ଅଧ୍ୟକ୍ଷ ଆୟଶୀ ଘୋଷ ଏବଂ ଅନ୍ୟ ଛାତ୍ରଙ୍କ ବିରୋଧରେ ଜେଏନୟୁ କର୍ତ୍ତୃପକ୍ଷ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି। (ଏଜେନ୍ସି)

jnuviolence
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.