Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମଣିପୁର ହିଂସାରେ ଫସିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କ୍ଷେତ୍ରରେ ବିଜେପି ନିରବ: ବିଜେଡି
ରାଜ୍ୟ ଖବର

ମଣିପୁର ହିଂସାରେ ଫସିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କ୍ଷେତ୍ରରେ ବିଜେପି ନିରବ: ବିଜେଡି

May 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJD
ମଣିପୁର ହିଂସାରେ ଫସିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କ୍ଷେତ୍ରରେ ବିଜେପି ନିରବ: ବିଜେଡି

ଭୁବନେଶ୍ୱର: ମଣିପୁରରେ ସୃଷ୍ଟି ହୋଇଥିବା ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତ୍ୱରିତ ଉଦ୍ଧାର କରି ଓଡିଶା ଫେରାଇ ଅଣାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ନିରବ। ଛାତ୍ରଛାତ୍ରୀଙ୍କ ଉଦ୍ଧାର ତ ଦୂରରକଥା ରାଜନୈତିକ ବାଧ୍ୟବାଧକତା ପାଇଁ ସେ ଏ ସଂକ୍ରାନ୍ତରେ ମୁହଁ ଖୋଲୁନଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୩,୦୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଯାନବାହନ, ଘର, ବିଦ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ନିଆଁ ଲଗାଯାଇଥିବାବେଳେ ଦଙ୍ଗାକାରୀଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ସେନା ମୁତୟନ ହୋଇଥିବାବେଳେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି।

ଓଡିଆ ଛାତ୍ରଛାତ୍ରୀମାନେ ମଣିପୁରରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି। ମଣିପୁରର ଏହି ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଓଡିଶାର ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ଭୟ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁରୋଧ କରିଥିଲେ ଯେ ସେମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୁରନ୍ତ ଏହି ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଗଲା।

ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା ଯିଏ କି ସ୍ୱତନ୍ତ୍ର ବିମାନ ପଠାଯାଇଥିଲା ଏବଂ ଯୁଦ୍ଧ କ୍ଷେତ୍ର ୟୁକ୍ରେନରୁ ଛାତ୍ରମାନଙ୍କୁ ଓଡିଶାକୁ ଫେରାଇ ଆଣିଥିଲା। କୋଭିଡ ସମୟରେ, ଓଡିଶା ପ୍ରଥମ ରାଜ୍ୟ ଭାବରେ ବିମାନ ପଠାଇଥିଲା ଏବଂ ଜାମ୍ମୁ କାଶ୍ମୀର ସମେତ ଦେଶର ଉତ୍ତର ପୂର୍ବର ଅନ୍ୟ ରାଜ୍ୟରୁ ଓଡିଆ ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିଥିଲା।

ଯେତେବେଳେ ବି ଓଡିଆ ବିଶେଷକରି ଛାତ୍ରଛାତ୍ରୀ ମାନେ ରାଜ୍ୟ ବାହାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ତ୍ୱରିତ ପଦକ୍ଷେପ ନିଅନ୍ତି ଯେ ସେମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପ୍ରତି ଯତ୍ନ ନିଆଯାଏ ଏବଂ ସେମାନଙ୍କୁ ନିରାପଦରେ ଓଡିଶାକୁ ଫେରାଇ ଅଣାଯାଏ।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ବିଜେଡି ବିଶ୍ୱାସ କରେ ନାହିଁ ଏବଂ ବିଜେପି ଭଳି ଅଭ୍ୟାସଗତ ଭାବେ ଅତି ନିମ୍ନ ସ୍ତରକୁ ଯାଏ ନାହିଁ । ତଥାପି, ଆମେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁ ଯେ ଏହି ଓଡିଆ ଛାତ୍ରଛାତ୍ରୀମାନେ ସାହାଯ୍ୟ ମାଗୁଥିବାବେଳେ ସେମାନେ କେଉଁଠି ଥିଲେ ?

ଦେଖାଯାଇଛି ଯେ ମଣିପୁର ପ୍ରସଙ୍ଗରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୁପ୍ ରହିଛନ୍ତି। କାରଣ ଏହା ଏକ ବିଜେପି ଶାସିତ ରାଜ୍ୟ ଏବଂ ସେଠାକୁ ଯାଇ ଓଡିଆ ଛାତଛାତ୍ରୀମାନଙ୍କୁ ସାହାଯ୍ୟ କରିବା ତାଙ୍କ ପାଇଁ ରାଜନୈତିକ ଦୃଷ୍ଟିରୁ ସହଜ ନୁହେଁ। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୀତି ଅଧିକ ଗୁରୁତ୍ୱପୂର୍ଣ୍ଣ।

ସେ ଏବଂ ଓଡିଶା ବିଜେପିରେ ଥିବା ତାଙ୍କର କିଛି ସହକର୍ମୀ ଆଇନହୀନ ବୋଲି କହି ଓଡିଆଙ୍କୁ ଅପମାନିତ କରିବା ଏବଂ ବଦନାମ କରିବାର ସୁଯୋଗକୁ ହାତଛଡା କରନ୍ତି ନାହିଁ । ଏବେ ମଣିପୁରର ପରିସ୍ଥିତି ଦେଖିବା ପରେ ସେ ଅତି କମରେ ଆଇନହୀନ ବୋଲି କହିଥିବାରୁ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ।

ଏଥିରୁ ଆହୁରି ମଧ୍ୟ ସ୍ପଷ୍ଟ ଯେ ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୈତିକ ସୁବିଧାବାଦ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମେ ଓଡିଶା ବିଜେପିର ଅନ୍ୟ ନେତାମାନଙ୍କୁ ଅନୁରୋଧ କରୁଛୁ ଯେ ଧର୍ମେନ୍ଦ୍ର ପ୍ରଧାନ ଏବଂ କିଛି ଓଡିଶା ବିଜେପି ନେତା ଯେଭଳି ଓଡିଶାର ଲୋକଙ୍କୁ ବଦନାମ କରିବାରେ ସମର୍ଥନ କରୁଛନ୍ତି, ଏଥିପାଇଁ ସେମାନେ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସୁଶ୍ରୀ ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ।

ନବୀନ ପଟ୍ଟନାୟକ ବିଜେଡି ବିଜେପି ମଣିପୁର ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ ସେ କିଏ ?

October 7, 2025

୨୦୨୭ ବିଶ୍ୱକପରେ କୋହଲି ଏବଂ ରୋହିତ ଖେଳିବେ ନାହିଁ କି?: ଡିଭିଲିୟର୍ସଙ୍କ ବୟାନରେ ସମସ୍ତେ ଆଶ୍ଚର୍ଯ୍ୟ

October 7, 2025

ଆମେରିକାର ଶୁଳ୍କ ମଧ୍ୟ ଭାରତର ଅଭିବୃଦ୍ଧିକୁ ରୋକିବାରେ ବିଫଳ: ଆର୍ଥିକ କ୍ଷେତ୍ରରେ ଭଲ ଖବର

October 7, 2025

Diwali Festival: ଏଥର ଦୀପାବଳିରେ କରନ୍ତୁ ଏହି କାମ, ଘରୁ ଦୂର ହେବ ସମସ୍ତ ଅଶୁଭ ଶକ୍ତି

October 7, 2025
Latest News

ଆମେରିକୀୟ ପ୍ରତିନିଧି ଦଳ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 7, 2025

ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ

October 7, 2025

ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ ସେ କିଏ ?

October 7, 2025

ମୈଥିଳୀ ଠାକୁରଙ୍କ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ପରେ ଲାଲୁ ଯାଦବଙ୍କୁ ଆକ୍ରମଣ କଲେ ବାପା

October 7, 2025

୨୦୨୭ ବିଶ୍ୱକପରେ କୋହଲି ଏବଂ ରୋହିତ ଖେଳିବେ ନାହିଁ କି?: ଡିଭିଲିୟର୍ସଙ୍କ ବୟାନରେ ସମସ୍ତେ ଆଶ୍ଚର୍ଯ୍ୟ

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.