Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଡିଓଙ୍କ ଜାଲ ଦସ୍ତଖତରେ ଟଙ୍କା ଉଠାଇ ଗିରଫ ହେଲେ ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ
ରାଜ୍ୟ ଖବର

ବିଡିଓଙ୍କ ଜାଲ ଦସ୍ତଖତରେ ଟଙ୍କା ଉଠାଇ ଗିରଫ ହେଲେ ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ

May 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଡିଓଙ୍କ ଜାଲ ଦସ୍ତଖତରେ ଟଙ୍କା ଉଠାଇ ଗିରଫ ହେଲେ ଚିଲିକା ବ୍ଲକ ଅଧକ୍ଷାଙ୍କ ସ୍ୱାମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଟାଙ୍ଗି ବିଡିଓଙ୍କ ଜାଲ ଦସ୍ତଖତ କରି ଠିକାଦାର ଉଠାଇ ନେଲେ ୧୫ ଲକ୍ଷ ରୁ ଅଧିକ ଟଙ୍କା। ଏ ନେଇ ଟାଙ୍ଗି ଥାନାରେ ହେଲା ମାମଲା। ମାମଲା ରୁଜୁ ହେଲା ପରେ ଟାଙ୍ଗୀ ପୋଲିସ୍ ତଦନ୍ତ କରି ଠାକାଦାରଙ୍କୁ ଗିରଫ କରିଛି। ଆଉ ସେହି ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ କିଶୋର ବେହେରା।

ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ। ଟାଙ୍ଗୀ ବ୍ଲକର ବଡପାରୀ ଓ କୁହୁଡି ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗ୍ରୁହ ନିର୍ମାଣର ଟେଣ୍ଡର ନେଇଥିଲେ କିଶୋର ବେହେରା। ଚିଲିକା ବ୍ଲକ ଅଧ୍ୟକ୍ଷା ହେଉଛନ୍ତି ଜ୍ୟୋସ୍ନା ବେହେରା । ତାଙ୍କ ସ୍ୱାମୀଙ୍କର ନାମ କିଶୋର ବେହେରା। ସେ ଠିକାଦାର କାମ କରିଵା ସହ ବିଜେପି ଦଳର ଜଣେ ଟାଣୁଆ ସଂଗଠକ ଭାବେ ଜଣା ଶୁଣା।

କିଶୋର ବେହେରାଙ୍କର ଠିକାଦାର ଲାଇସେନସ ଥିଵାରୁ ସେ ଟାଙ୍ଗୀ ବ୍ଲକରେ କେତେକ ଠିକା କାମ ପାଇଥିଲେ। ଟାଙ୍ଗୀ ବ୍ଲକର ବଡପାରୀ ଓ କୁହୁଡି ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗ୍ରୁହ ନିର୍ମାଣର ଟେଣ୍ଡର ପାଇଥିଲେ। ଟେଣ୍ଡର ପାଇବା ପରେ ଠିକାଦାର କିଶୋର ବେହେରା ବ୍ଲକ ପ୍ରଶାସନ ସହ ଏଗ୍ରୀମେଣ୍ଟ କରିଥିଲେ। ଏହି ଏଗ୍ରୀମେଣ୍ଟ ଅନୁସାରେ ସିକ୍ୟୁରିଟି୍ ବାବଦକୁ ପ୍ରାୟ ୧୫ ଲକ୍ଷ ରୁ ଅଧିକ ଟଙ୍କା ନିଜ ନାମରେ ସୋରଣ ସ୍ଥିତ ଇଣ୍ଡିୟାନ ବ୍ୟାଙ୍କ ଶାଖାରେ  ଵିଡିଓ ଟାଙ୍ଗୀ ନାମରେ ବନ୍ଧା ରଖିଲେ।

ନିୟମ ଅନୁସାରେ କାମ ସରିବା ପରେ ବ୍ଲକ କର୍ତୁପକ୍ଷ ନିର୍ଦ୍ଧେଶ ଦେବା ପରେ ସେ ସେହି ୧୫ ଲକ୍ଷ ଟଙ୍କା ଉଠାଣ କରିଥାନ୍ତେ। ହେଲେ କାମ ଆରମ୍ଭ କରିବା ପୂର୍ବରୁ ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟଙ୍କର ଜାଲ ଦସ୍ତଖତ କରି ସେହି ୧୫ ଲକ୍ଷ ଟଙ୍କାର ୪ ଟି ଫିକ୍ଡ ଡିପୋଜିଟ୍ ଉଠେଇ ନେଇଥିଵା ଜଣା ପଡିଥିଲା। ଏହି ଘଟଣା ଜଣା ପଡିବା ପରେ ଟାଙ୍ଗୀ ଥାନାରେ ଲିଖିତ ଏତଲା କରିଛନ୍ତି ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟ।

ଏତଲା ପରେ ଟାଙ୍ଗୀ ପୋଲିସ୍ ମାମଲା ତଦନ୍ତ କରି ତାଙ୍କୁ ଗିରଫ କରିଛନ୍ତି। ଏତେ ବଡ ଧରଣର ଠକେଇ କିପରି ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ନେତା କିଶୋର ବେହେରା କାମ କରିଥିବା ଅନ୍ୟ ଏଗ୍ରିମେଣ୍ଟର ତଦନ୍ତ ଆବଶ୍ୟକ ହୋଇ ପଡିଛି। ତେବେ ଏହି ଘଟଣାରେ କେତେକ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବାର ସନ୍ଦେହ କରାଯାଇଛି।

ଚିଲିକା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026

ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ୩-୪ ମାସରେ ଲାଗୁ ହେବ ଧାଡ଼ି ଦର୍ଶନ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.