ଓଡିଶା ନିଯୁକ୍ତି ପର୍ବରେ ଆଜି ୧୮୧ ଜଣଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Jul 13, 2023, 8:36 am IST
CMNaveen

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ୧୮୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଓଡିଶା ଲୋକସେବା ଭବନ କନଭେସନ ହଲରେ ଏହି ନିଯୁକ୍ତି ପ୍ରଦାନ କରାଯିବ। ଓଡିଶାର ନିଯୁକ୍ତି ହାର ବୃଦ୍ଧି କରିବା ପାଇଁ 5T ଅଧିନରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ନିଯୁକ୍ତି ପର୍ବ। ସେଥିରେ ଏହି ନୂଆ ନିଯୁକ୍ତି ପ୍ରଦାନ କରାଯାଇଥାଏ।

ଆଜି ୧୮୧ ଜଣଙ୍କ ମଧ୍ୟରୁ ୧୦୪ ଜଣ ହେଉଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶିକ୍ଷକ ପ୍ରଶିକ୍ଷକ। ସେହିପରି ୬୨ ଜଣ ହେଉଛନ୍ତି ବିଧି ବିଭାଗର ସହକାରୀ ନିର୍ଦ୍ଦେଶକ, ୧୫ ଜଣ ହେଉଛନ୍ତି ଯୋଜନା ଓ ସଂଯୋଜନ  ବିଭାଗର ସହକାରୀ ପରିସଂଖ୍ୟାନ ନିର୍ଦ୍ଦେଶକ।

Related posts