Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସୁଜାତା କାର୍ତ୍ତିକେୟେନଙ୍କ ସତ ଅଡିଓ ନାମରେ ରାଜ୍ୟ ବିଜେପିର ମିଛ ବିବୃତି, ଟାର୍ଗେଟ ଫେଲ୍
ରାଜ୍ୟ ଖବର

ସୁଜାତା କାର୍ତ୍ତିକେୟେନଙ୍କ ସତ ଅଡିଓ ନାମରେ ରାଜ୍ୟ ବିଜେପିର ମିଛ ବିବୃତି, ଟାର୍ଗେଟ ଫେଲ୍

July 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJP
ସୁଜାତା କାର୍ତ୍ତିକେୟେନଙ୍କ ଅଡିଓ ନାମରେ ରାଜ୍ୟ ବିଜେପିର ମିଛ ବିବୃତି, ଟାର୍ଗେଟ ଫେଲ୍

ଭୁବନେଶ୍ବର: କିଛିଦିନ ଧରି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେଥିରେ ସେମାନେ ଫେଲ ମାରିବା ପରେ ଏବେ ତାଙ୍କ ଧର୍ମପତ୍ନୀ ସୁଜାତା ଆର କାର୍ତ୍ତିକେୟନଙ୍କୁ ଟାର୍ଗେଟ ଆରମ୍ଭ କରିଛନ୍ତି। ହେଲେ ହାସ୍ୟସ୍ପଦ କଥା ହେଲା ଯେ ସୁଜାତାଙ୍କୁ ଟାର୍ଗେଟ କରିବା ନାମରେ ମିଛ ପ୍ରମାଣ ଉପସ୍ଥାପିତ କରିଛି ବିଜେପି। ସୁଜାତା କହି ନ ଥିବା କଥାକୁ ଗଣମାଧ୍ୟମରେ କହି ଘଟଣାକୁ ବିଭ୍ରାନ୍ତ କରିଛି ରାଜ୍ୟ ବିଜେପି।

ଗତକାଲି ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ନେତା ସତ୍ୟବ୍ରତ ପଣ୍ଡା। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ସରକାରୀ କାମ ଛାଡି ବିଜେଡି କାମ କରୁଛନ୍ତି। ଏ ନେଇ ତାଙ୍କ ପାଖରେ ଏକ ଅଡିଓ କ୍ଲିପ ଲାଗିଛି ବୋଲି କହିଥିଲେ। ଆଉ ସେ ଅଡିଓ କ୍ଲିପରେ କଣ ରହିଛି ତାହାର ତଥ୍ୟ ପ୍ରଦାନ କରିଥିଲେ।

ସତ୍ୟବ୍ରତ ପଣ୍ଡା କହିଥିଲେ ଯେ, ଏହି ଅଡିଓ କ୍ଲିପରେ ସୁଜାତା ମିଶନ ଶକ୍ତି ଅଧିକାରୀଙ୍କୁ ବିଜେଡି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଯାହା ଆମ ହାତରେ ଲାଗିଛି। ସଚିବ କହୁଛନ୍ତି ଯେ ନିର୍ବାଚନ ପାଖେଲାଣି କାମ ଶିଘ୍ର କର। ସେହିପରି ମିଶନ ଶକ୍ତି ମା ମାନଙ୍କୁ ଏକ ଚିପ୍ ଲାଗିଥିବା କାର୍ଡ ଦିଆଯିବ ବୋଲି ସେ କହୁଛନ୍ତି। ଏହାଦ୍ବାରା ବିଜେଡି କଳା ଟଙ୍କା ବାଣ୍ଟିବ ବୋଲି ସତ୍ୟ ପଣ୍ଡା ସମ୍ମିଳନୀରେ ଅଭିଯୋଗ କରି ଅଡିଓ ପ୍ଲେ କରିଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ସେହି ଅଡିଓ ରେ ସୁଜାତା କାର୍ତ୍ତିକେୟନ ବିଜେଡି ପାଇଁ କାମ କରିବା ସଂପର୍କରେ କିଛି କହିଥିବାର ପ୍ରମାଣ ମିଳିପାରିଲା ନାହିଁ। ଅଡିଓରେ ରହିଛି ଯେ, ସେ ମିଶନ ଶକ୍ତିର ଏକ ସମୀକ୍ଷା ବୈଠକରେ ତାଙ୍କ ଅଧିକାରୀଙ୍କୁ ତାଗିଦ କରୁଛନ୍ତି। ନିର୍ବାଚନ ପାଖେଇ ଆସିଲାଣି, ଶିଘ୍ର କାମ ଶେଷ କର ବୋଲି କହୁଛନ୍ତି।

ସେହିପରି ଏକ ଚିପ୍ ଲଗା କାର୍ଡ ଏସଏଚଜି ମହିଳାମାନଙ୍କୁ ଦିଆଯିବ ସେଥିରେ ସେମାନେ ସବୁ ସୁବିଧା ହାସଲ କରିପାରିବେ। ଏହିପରି କିଛି କଥା ସମୀକ୍ଷା ବୈଠକରେ ସୁଜାତା ଅଧିକାରୀଙ୍କୁ କହୁଛନ୍ତି। ଯାହା ସେ ଜଣେ ବିଭାଗର ମୁଖ୍ୟ ଭାବରେ ତାଙ୍କ ଅଧିକାରୀଙ୍କୁ କହୁଛନ୍ତି। ଏଥିରେ ଭୁଲ କେଉଁଠି ରହିଲା ତାହା କେହି ବୁଝିପାରିଲେ ନାହିଁ।

ନିର୍ବାଚନ ପାଖେଇଲାଣି କାମ ଶିଘ୍ର ଶେଷ କର ବୋଲି କହିବାରେ କେଉଁଠି ଭୁଲ ରହିଲା। କାରଣ ନିର୍ବାଚନ ଆସିଲେ ଆଦର୍ଶ ଆଚରଣବିଧି ଲାଗୁ ହେବ। ସମସ୍ତ ସରକାରୀ କାମ ଅଟକି ଯିବ। ତା ପୂର୍ବରୁ କାମ ଶେଷ କରିବାକୁ କହିବା କଣ ଭୁଲ ରହିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହି ବୈଠକର ସତ କ୍ଲିପକୁ ଆଣି ବିଜେପି ତରଫରୁ ମିଛ କଥା ଯୋଡି ସାମ୍ବାଦିକଙ୍କ ଆଗର ଉପସ୍ଥାପିତ କଲେ ସେମାନେ କେତେ ଲାଭ ପାଇବେ ତାହା ବୁଝି ହେଉ ନାହିଁ। ସୁଜାତାଙ୍କ ଏହି ଅଡିଓ ଶୁଣାଇ ଗଣମାଧ୍ୟମରେ ଜୋରଦାର ପ୍ରସାର କରାଇ ହୁଲୁସ୍ତୁଲ କରିବା ପାଇଁ ବିଜେପି ଯେଉଁ ଚିନ୍ତା କରିଥିଲା ତାହା ହୋଇପାରିଲା ନାହିଁ। ବରଂ ଏହା ଦଳ ପାଇଁ ବୁମେରାଂ ହୋଇପଡିଛି।

ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ବର୍ତ୍ତମାନ ଜର ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଦେଇଛି। ଭି କେ ପାଣ୍ଡିଆନଙ୍କ ବିରୋଧରେ ସବୁ ପ୍ରକାରର ବିରୋଧ କରିବା ପରେ ମଧ୍ୟ କେନ୍ଦ୍ର କିଛି କଲା ନାହିଁ। ବିରୋଧୀଙ୍କ ତୀବ୍ର ବିରୋଧ ପରେ ମଧ୍ୟ ପାଣ୍ଡିଆନ ତାଙ୍କ ଗସ୍ତ କାର୍ଯ୍ୟକୁ ଜାରୀ ରଖିଛନ୍ତି। ତାହାକୁ ରୋକିବା ବିଫଳ ହେବା ପରେ ଏବେ ତାଙ୍କ ଧର୍ମପତ୍ନୀଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଯାହା ସାଧାରଣରେ ଫେଲ ମାରିଛି।

ଭି.କେ ପାଣ୍ଡିଆନ ସୁଜାତା କାର୍ତ୍ତିକେୟନ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.