Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»‘ମୋ ଖତ’ ‘ଜିଆ ଖତ’ କୁ ଗୁରୁତ୍ବ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟ ଖବର

‘ମୋ ଖତ’ ‘ଜିଆ ଖତ’ କୁ ଗୁରୁତ୍ବ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

September 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
agriculture
'ମୋ ଖତ' 'ଜିଆ ଖତ' କୁ ଗୁରୁତ୍ବ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କୃଷି କ୍ଷେତ୍ରରେ ଜୈବିକ କୃଷି ଉପାଦାନର ବ୍ୟବହାରକୁ ବୃଦ୍ଧି କରି ରାସାୟନିକ ସାର ବ୍ୟବହାରକୁ ସନ୍ତୁଳିତ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନାରେ ‘ମୋ ଖତ’, ‘ଜିଆ ଖତ’, ଫାର୍ମ କମ୍ପୋଷ୍ଟ ଆଦିର ପ୍ରୟୋଗକୁ ସୁନିଶ୍ଚିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ଦିନ ମଧ୍ୟରେ ଜୈବିକ କୃଷି ଉପାଦାନର ବ୍ୟବହାର ସମ୍ବନ୍ଧୀୟ ଏକ ମାର୍ଗଦର୍ଶିକା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ବିଭାଗର ବିଭିନ୍ନ ଯୋଜନାରେ ଚାରାରୋପଣ କାର୍ଯ୍ୟକ୍ରମରେ ଜୈବିକ କୃଷି ଉପାଦାନର ବ୍ୟବହାର ସଂପର୍କରେ ସମୀକ୍ଷା କରି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଜୈବିକ ଖତ’, ‘ଜିଆ ଖତ’, ‘ମୋ ଖତ’ ଇତ୍ୟାଦିର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଭାବରେ ନମୁନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦକ୍ଷତା ବିକାଶ କରି ଅଧିକ ସଂଖ୍ୟାରେ ଜୈବିକ ଖତ ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ଖତକୁ ବିଭାଗର ବିଭିନ୍ନ ଯୋଜନାରେ କିଣିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଜିଆ ଖତ ପ୍ରସ୍ତୁତ କରିବା ପାଇଁ ତାଲିମ ମାଧ୍ୟମରେ ଆବଶ୍ୟକ କୌଶଳ ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ସ୍ଥାପିତ ଜିଆଖତ ପ୍ରକଳ୍ପ ଉଦ୍ୟୋଗୀମାନଙ୍କଠାରୁ ମଧ୍ୟ ପ୍ରସ୍ତୁତ ଖତର ଗୁଣାତ୍ମକ ମାନ ପରୀକ୍ଷା କରି ବିଭାଗ ପକ୍ଷରୁ କିଣାଯିବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ବେସରକାରୀ ‘ଖତ’ ଯୋଗାଣକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଖତର ଗୁଣାତ୍ମକ ମାନ ନିରୀକ୍ଷଣ ଓ ସେମାନଙ୍କ ପ୍ଲାଣ୍ଟର କ୍ଷମତା ପରିଦର୍ଶନ କରିବା ପାଇଁ ବିଭାଗର ଏକ ବୈଷୟିକ ଦଳ ପଠାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏଥି ସହିତ ‘ସୁରଭି’ ଆଉଟ୍‌ଲେଟ୍‌ ମାଧ୍ୟମରେ ‘ଖତ’ ସହ ଛୋଟ ଛୋଟ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମିଶନ ଶକ୍ତି ବିଭାଗର ରାଜ୍ୟ ମିଶନ୍‌ ଡାଇରେକଫର ତଥା ସିଇଓ ଡ. ଏନ୍‌. ତିରୁମାଲା ନାୟକଙ୍କ ସମେତ ନଗର ଓ ଗୃହ ନିର୍ମାଣ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସ୍ୱଚ୍ଛ ଭାରତ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଯୋଗଦେଇଥିବାବେଳେ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ପି.ଡି., ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗଦେଇଥିଲେ ।

‘ମୋ ଖତ’ agriculture କୃଷି ଓ କୃଷକ ସଶକ୍ତିକରଣ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026
Latest News

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.