Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟ ଖବର

କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

October 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିର୍ତ୍ତୋଲ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ପବିତ୍ର କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ଏବଂ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ‘ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଓ ପାଣି ଜୟନ୍ତୀ – ୨୦୨୩’ ସମାରୋହରେ ଯୋଗଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତିର୍ତ୍ତୋଲର ମାଟିରେ ଏକ ପ୍ରକାର ମହକ ଅଛି। ଏହି ଅଞ୍ଚଳ ପୁରାତନ ସଭ୍ୟତା ସହ ଯୋଡି ହୋଇ ରହିଥିବା ଚୀନ ପରିବ୍ରାଜକ ହୁଏନସାଂଙ୍କ ଭଳି ଐତିହାସିକମାନେ ମତ ଦେଇଛନ୍ତି। ଅନେକ ପ୍ରାକୃତିକ ଝଡ଼ ଓ ବିପର୍ଯ୍ୟୟକୁ ସାମ୍ନା କରିବା ପରେ ମଧ୍ୟ ଲୋକମାନେ ନିର୍ଭୀକରେ ଜୀବନଯାପନ କରୁଛନ୍ତି। ମା’ ଶାରଳାଙ୍କ ପବିତ୍ର ପୀଠ ଏଠାରେ ଅବସ୍ଥାପିତ।

ଓଡ଼ିଆ ଜାତିର ଆଦିକବି ଶୁଦ୍ରମୂନି ସାରଳା ଦାସ, ଭକ୍ତକବି ଯଶୋବନ୍ତ ଦାସଙ୍କ ପରି ମହାପୁରୁଷଙ୍କ ଦ୍ୱାରା ଏହି ମାଟି ସମୃଦ୍ଧମୟ ହୋଇଛି। ଏହା ଶକ୍ତି ଓ ସାରସ୍ୱତ ସାଧନାର ମିଳନ ସ୍ଥଳୀ। ଆଜି ଭଳି ପବିତ୍ର ଦିନରେ ସେଭଳି ଗାଁକୁ ଆସିବା ମୋର ସୌଭାଗ୍ୟ।

ଆଜିର କାର୍ଯ୍ୟକ୍ରମରେ ପ୍ରଦର୍ଶିତ ମାଆ ଶାରଳାଙ୍କ ଘଟନୃତ୍ୟ ମୋତେ ବିସ୍ମିତ କରିଛି। ଏହି ସ୍ଥାନରୁ ମୁଁ ମୋ ଜୀବନର ଅବିସ୍ମରଣୀୟ ସ୍ମୃତି ନେଇ ଯାଉଛି। ‘କୁମାର ଉତ୍ସବ ସମିତି’ ଦୀର୍ଘ ୫୦ ବର୍ଷ ଧରି ଲୋକକଳା ମାଧ୍ୟମରେ ଆମ ଉତ୍କଳୀୟ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ସମିତିର ସବୁ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

dharmendra pradhan କୁମାର ପୂର୍ଣ୍ଣିମା ଗଜଲକ୍ଷ୍ମୀ ପୂଜା ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026
Latest News

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.