Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଖୋର୍ଦ୍ଧା ଜିଲ୍ଲାରେ ସଚେତନତା ପାଇଁ ଶୁଭାରମ୍ଭ ହେଲା ସଞ୍ଚୟ ରଥ
ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ସଚେତନତା ପାଇଁ ଶୁଭାରମ୍ଭ ହେଲା ସଞ୍ଚୟ ରଥ

October 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲାରେ ସଚେତନତା ପାଇଁ ଶୁଭାରମ୍ଭ ହେଲା ସଞ୍ଚୟ ରଥ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ତରଫରୁ ମିତବ୍ୟୟିତା ଓ ସଞ୍ଚୟର ଭବିଷ୍ୟତ ଉପକାରିତା ସଚେତନତା ବାର୍ତ୍ତା ସମ୍ବଳିତ ଏକ ସୁସଜ୍ଜିତ ରଥକୁ ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶିକା ଡ. ପ୍ରଜ୍ଞାସ୍ମିତା ସାହୁ ଓ ଅନ୍ୟ ଅତିଥିମାନେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମିତବ୍ୟୟୀ ହୋଇ ଯଥାସାଧ୍ୟ ସଞ୍ଚୟ କଲେ ଜନସାଧାରଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଭବିଷ୍ୟତରେ ଏହି ଅର୍ଥ ଉପକାରରେ ଆସିବ ବୋଲି ନିର୍ଦ୍ଦେଶିକା ଡ. ସାହୁ ପ୍ରକାଶ କରିଥିଲେ।

ବ୍ୟକ୍ତି ଓ ପରିବାରର ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ସ୍ୱଳ୍ପ ସଞ୍ଚୟର ଭୂମିକାକୁ ପ୍ରଶଂସା କରିବା ସହ ଏହି ବାର୍ତ୍ତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଆଜି ଦିବସ ପାଳନର ଉଦ୍ଦେଶ୍ୟ ବୋଲି ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ କୁମାର ଆଚାର୍ଯ୍ୟ ଉଲ୍ଲେଖ କରିଥିଲେ। ଜନସାଧାରଣଙ୍କର ଆର୍ଥିକ ପ୍ରଗତି ଓ ସନ୍ଦିଗ୍ଧ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଆଲୋକପାତ କରିଥିଲେ।

ଲୋଭାସକ୍ତ ନହୋଇ ଠକ ସଂସ୍ଥାମାନଙ୍କଠାରୁ ଦୂରତ୍ୱ ଅବଲମ୍ବନ କରିବା ପାଇଁ ଅର୍ଥ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ହରିଚରଣ ମିଶ୍ର ଅର୍ଥ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ହରିଚରଣ ମିଶ୍ର ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସରକାରୀ ସଞ୍ଚୟ ଓ ସେବା ନିର୍ଦ୍ଦେଶିକା ଶ୍ରୀମତୀ ମମତା ନାୟକ ଏବଂ ଉପଖଣ୍ଡ ସଞ୍ଚୟ ଓ ସେବା ଅଧିକାରୀ ରୂପାଲିନ୍‌ ସାହୁ ପରିଚାଳନା କରିଥିଲେ।

ଏହି ଅବସରରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲେଖା ସମ୍ବଳିତ ପ୍ରଚାରପତ୍ର ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସଞ୍ଚୟ ରଥ ଭୁବନେଶ୍ୱର ଉପକଣ୍ଠସ୍ଥ ଗ୍ରାମ ସହିତ ବାଲିଅନ୍ତା, ଜଟଣୀ ଓ ଖୋର୍ଦ୍ଧା ବ୍ଲକ୍‌ର ବିଭିନ୍ନ ଗ୍ରାମ ପରିଭ୍ରମଣ କରି ଜନସାଧାରଣଙ୍କ ମଧ୍ୟରେ ମିତବ୍ୟୟିତାର ବାର୍ତ୍ତା ପହଞ୍ଚାଇବ।

ଖୋର୍ଦ୍ଧା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026

ହର୍ମୁଜ୍ ଖୋଲିଲା ଇରାନ: ଧନ୍ୟବାଦ ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

April 17, 2026
Latest News

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.