Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ-୨୦୨୩ରେ ସଂଗୀତ-ନୃତ୍ୟରେ ମୁଖରିତ ହେଲା ପରିବେଶ
ରାଜ୍ୟ ଖବର

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ-୨୦୨୩ରେ ସଂଗୀତ-ନୃତ୍ୟରେ ମୁଖରିତ ହେଲା ପରିବେଶ

November 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ-୨୦୨୩ରେ ସଂଗୀତ-ନୃତ୍ୟରେ ମୁଖରିତ ହେଲା ପରିବେଶ

ଭୁବନେଶ୍ୱର: ମାଣ୍ଡିଆ ତଥା ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନେଇ ଦେଶର ବିଭିନ୍ନ ରାଜ୍ୟର ଲୋକକଥା ଓ ଲୋକସଂସ୍କୃତି ଉପଦାନ ସମ୍ବଳିତ ଗୀତନାଚରେ ଝୁମିଥିଲେ ଦର୍ଶକ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଗୋଟିଏ ଅଣ-ବୈଷିୟିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକମାନେ ପରିବେଷଣ କରିଥିଲେ ସୁମଧୁର ସଂଗୀତ। ସବୁବେଳେ ଏପରି ଲୋକସଂଗୀତ ପୁଷ୍ଟିଶସ୍ୟ ଚାଷ ସହତ ସୁରକ୍ଷା ଦିଗରେ ସହାୟକ ହୋଇଆସିଛି।

ଆଜିର କାର୍ଯ୍ୟକ୍ରମରେ ମାଣ୍ଡିଆ ଦିବସ ଅବସରରେ ମେଘାଳୟ, କର୍ଣ୍ଣାଟକ, ଗୁଜୁରାଟ ଓ ଓଡ଼ିଶାର କୃଷକ ଦଳ ସମବେତ ହୋଇ ପୁଷ୍ଟିଶସ୍ୟ ସଂଗୀତ ପରିବେଷଣ କରିଥିଲେ। କଣ୍ଠରେ ଥିଲା ପୁଷ୍ଟିଶସ୍ୟର ଜୟଗାନ, ପରିଚ୍ଛଦ ଥିଲା ପାରମ୍ପରିକ। ବିଭାଗୀୟ ସହକାରୀ ନିର୍ଦ୍ଦେଶକ ପ୍ରିୟଙ୍କା ପି୍ରୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବାବେଳେ କାର୍ଯ୍ୟକ୍ରମର ସଂଚାଳକ ଅନୁଷ୍ଠାନ ‘ରିଭିଟାଲାଇଜିଂ ରେନ୍‌ଫେଡ୍‌ ଏରିଆ (ଆର୍‌ଆର୍‌ଏ)’ର ଜାତୀୟ ନିର୍ଦ୍ଦେଶକ ଡ. ସବ୍ୟସାଚୀ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଗୀତିକାର ଓ ସମାଜକର୍ମୀ ଭାବରେ ପରିଚିତ ଗୁଜରାଟର ବିନୟ ମହାଜନ ଓ ଚାରୁ ଭରୱାଡ଼ା ସଂଗୀତ ପରିବେଷଣ କରିଥିବାବେଳେ ଓଡ଼ିଶାରୁ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଅତିଥି ଭାବରେ ଉପସ୍ଥିତ ଥିଲେ। ବିଭାଗ ପକ୍ଷରୁ କୃଷକ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ କୃଷକ, ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସାଧାରଣ ଜନତା ଉପସ୍ଥିତ ରହି ଭରପୂର ମଜା ଉଠାଇଥିଲେ।

କର୍ଣ୍ଣାଟକର ଶିଳ୍ପୀମାନେ ପରିବେଷଣ କରିଥିଲେ ‘ଅର୍ଣ୍ଣଦାତା’। ଗୁଜୁରାଟ ଓ ମେଘାଳୟର ଦଳ ଫସଲ ଅମଳ ନେଇ ସେମାନଙ୍କ ପାରମ୍ପରିକ ଲୋକଗୀତ ପ୍ରସ୍ତୁତ କରିଥିଲେ। ଏସବୁ ସଂଗୀତ କୃଷକମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା। ଗଜପତି ଜିଲ୍ଲାର ଶିଳ୍ପୀମାନେ ବାଦ୍ୟଯନ୍ତ୍ର ସହିତ ସଂଗୀତ ପରିବେଷଣ କରିଥିଲେ। ଉପସ୍ଥିତ ଶିଳ୍ପୀ, ଅଂଶଗ୍ରହଣକାରୀ ଓ ଅତିଥିମାନେ ପୁଷ୍ଟିଶସ୍ୟକୁ ନେଇ ଶପଥପାଠ କରିଥିଲେ।

ସଂଗୀତ ଓ ନୃତ୍ୟରେ ମୁଖରିତ ହୋଇଥିଲା ପରିବେଶ। ସମ୍ମିଳନୀର ଅନ୍ୟତମ ଆକର୍ଷଣୀୟ ଏହି କାର୍ଯ୍ୟକ୍ରମରେ ପୁଷ୍ଟିଶସ୍ୟର ସନ୍ଦେଶ ପ୍ରତିଟି ଦର୍ଶକଙ୍କ ହୃଦୟରେ ପ୍ରତିଧ୍ୱନିତ ହୋଇଥିଲା

Millets OdishaMilletsMission ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026
Latest News

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.