Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ୨୯୬ କୋଟି ଟଙ୍କା ମଞ୍ଜୁର
ରାଜ୍ୟ ଖବର

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ୨୯୬ କୋଟି ଟଙ୍କା ମଞ୍ଜୁର

November 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଲାଙ୍ଗୀର
ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ୨୯୬ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପ ଦୁଇଟି ହେଉଛି – ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଏହାଦ୍ବାରା ୪ଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ସିକୁଆଁ ପ୍ରକଳ୍ପ ଦ୍ବାରା ଦେଓଗାଁ ଓ ବଲାଙ୍ଗୀର ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବା ବେଳେ, କୁଟସିଙ୍ଘା ପ୍ରକଳ୍ପ ଦ୍ବାରା ଡୁଙ୍ଗୁରିପାଲି ଓ ଅଗଲପୁର ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ।

Instream Storage Structure ନଦୀଗର୍ଭ ଜଳାଶୟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନବୀନ ପଟ୍ଟନାୟକ ବଲାଙ୍ଗିର
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026

ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

August 5, 2026

ବେଦାନ୍ତ ଝାରସୁଗୁଡାକୁ ଝଟକା, ବେଆଇନି ଭାବେ ଭୂତଳ ଜଳ ବ୍ୟବହାର ନେଇ ନୋଟିସ କଲା CGWB

August 5, 2026
Latest News

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026

RBI MPC 2026: ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନାହିଁ, ହୋମ୍ ଲୋନ୍ ଓ କାର୍ ଲୋନ୍ EMI ରହିବ ପୂର୍ବଭଳି

August 5, 2026

ଜନ୍ତର ମନ୍ତରରେ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ?: ଏକ ISI ମଡ୍ୟୁଲର ନଅ ସଦସ୍ୟ ଗିରଫ

August 5, 2026

ବୈପାରିଗୁଡ଼ାରେ ବିଲୁଆ ଆତଙ୍କ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.