Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜଭବନରେ ବିକଶିତ ଭାରତ- ୨୦୪୭: “ଭଏସ୍ ଅଫ୍ ୟୁଥ୍‌’ କର୍ମଶାଳା
ରାଜ୍ୟ ଖବର

ରାଜଭବନରେ ବିକଶିତ ଭାରତ- ୨୦୪୭: “ଭଏସ୍ ଅଫ୍ ୟୁଥ୍‌’ କର୍ମଶାଳା

December 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
vikasita
ରାଜଭବନରେ ବିକଶିତ ଭାରତ- ୨୦୪୭: "ଭଏସ୍ ଅଫ୍ ୟୁଥ୍‌' କର୍ମଶାଳା

ଭୁବନେଶ୍ୱର: ଆଗାମୀ ୨୫ ବର୍ଷ ଭାରତର ବିକାଶ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟ। ଏହି ଅମୃତ କାଳରେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ପ୍ରତ୍ୟେକ ସଂକଳ୍ପିତ ହେବା ଦରକାର। ଭାରତର ପ୍ରଚୁର ଶକ୍ତି ଓ ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସଂପନ୍ନ ପ୍ରେରଣାଦାୟୀ ନେତୃତ୍ୱ ବଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

ସେବା, ସୁଶାସନ, ଗରିବ କଲ୍ୟାଣ; ସବ୍‌କା ସାଥ୍ ଓ ସବ୍‌କା ପ୍ରୟାସର ଭାବଧାରା ଦେଶକୁ ନୂଆ ଦିଶା ଦେଇଛି। ବିକଶିତ ଭାରତର ସ୍ୱପ୍ନ ୧୪୦କୋଟି ଭାରତୀୟଙ୍କର ଏବଂ ଏହାକୁ ସାକାର କରିବାକୁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଉଦ୍ୟମ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଆଜି ରାଜଭବନରେ ବିକଶିତ ଭାରତ-୨୦୪୭: “ଭଏସ୍ ଅଫ୍ ୟୁଥ୍‌’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନ ଓ ଆକାଂକ୍ଷାକୁ ଆଗେଇ ନେବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଭାରତ ହେଉଛି ଏକ ଯୁବ ଦେଶ। ପ୍ରତିଭାରେ ପରିପୂର୍ଣ୍ଣ ଦେଶ। ଯୁବ ଶକ୍ତିର ସଫଳ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତ ପାଇଁ ବିଶେଷ ଉପଯୋଗୀ। ଏହା ପରଂପରା ଓ ଆଧୁନିକ ପ୍ରଗତିକୁ ପ୍ରୋତ୍ସାହିତ କରିବ। ଭାରତୀୟ ଜ୍ଞାନ ପରଂପରା ଓ ଆଧୁନିକ ଜ୍ଞାନଧାରା ମଧ୍ୟରେ ସମନ୍ୱୟ ଓ ସଂହତି ସ୍ଥାପନ କରିବା ସହିତ ମାତୃଭାଷାରେ ଶିକ୍ଷାଦାନର ସୁଯୋଗ ସୃଷ୍ଟି କରିବ। ସଂପ୍ରତି ନାରୀ ସଶକ୍ତିକରଣ, କୃଷକ ସଶକ୍ତିକରଣ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଗତିର ନୂତନ ଉତ୍ତରଣ ହୋଇଛି। ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଭାରତ ବିଶ୍ୱର ଉପଯୁକ୍ତ ଠିକଣା ହୋଇଛି। ଏହି ସକାରାତ୍ମକ ଭାବ, ଭାବନା ଓ ସ୍ଥିତିର ବିନିଯୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

ଭାରତର ବିଶାଳ ଅର୍ଥ ବ୍ୟବସ୍ଥା ପୃଥିବୀରେ ପଂଚମ। ୨୦୨୮ ମସିହା ମଧ୍ୟରେ ଏହା ତୃତୀୟସ୍ଥାନକୁ ଯିବ। ଭାରତ ବିଶ୍ୱଗୁରୁ ଥିଲା ଓ ଆଗାମୀ ଦିନରେ ବିଶ୍ୱଗୁରୁ ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ଦୃଢ଼ ଭାବରେ କହିଛନ୍ତି।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କର୍ମଶାଳାକୁ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଅଭିନବ ଚିନ୍ତା ଓ ଚେତନାକୁ ପ୍ରୋତ୍ସାହିତ କରିବା ସହ ତାଙ୍କୁ ସଂକଳିତ କରି ପ୍ରେରଣ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍‌ଲାଇନ୍ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ କରାଇଥିଲେ । କର୍ମଶାଳାରେ ରାଜ୍ୟର ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପିକା, ବୈଷୟିକ ଓ ସ୍ୱାସ୍ଥ୍ୟ ଶିକ୍ଷା ସଂସ୍ଥାର ମୁଖ୍ୟମାନେ ଯୋଗ ଦେଇ ନିଜର ମତ ମନ୍ତବ୍ୟ, ପ୍ରସ୍ତାବ, ବିଚାର ଓ ପରାମର୍ଶ ଉପସ୍ଥାପନ କରିଥିଲେ।

ବିକଶିତ ଭାରତ ରଘୁବର ଦାସ ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.