Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ହିନ୍ଦୋଳର ପୂର୍ବତନ ବିଧାୟକଙ୍କ ସମେତ ବହୁ ନେତା ଓ ଖେଳାଳୀ ବିଜେପିରେ ସାମିଲ
ରାଜ୍ୟ ଖବର

ହିନ୍ଦୋଳର ପୂର୍ବତନ ବିଧାୟକଙ୍କ ସମେତ ବହୁ ନେତା ଓ ଖେଳାଳୀ ବିଜେପିରେ ସାମିଲ

December 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହିନ୍ଦୋଳର ପୂର୍ବତନ ବିଧାୟକ
ହିନ୍ଦୋଳର ପୂର୍ବତନ ବିଧାୟକଙ୍କ ସମେତ ବହୁ ନେତା ଓ ଖେଳାଳୀ ବିଜେପିରେ ସାମିଲ

ଭୁବନେଶ୍ୱର:  ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳର ପୂର୍ବତନ ବିଧାୟକ ରବି ନାଏକ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜେଡି ନେତା ସତ୍ୟବାଦୀ ନାୟକ, ମାଧବାନନ୍ଦ ବେହେରା, ମୁରଲୀଧର ବେହେରା, ଗଣେଶ୍ୱର ସାହୁ, ବାବା ବେହେରା, ସତ୍ୟାନନ୍ଦ ବେହେରା, ବିଜୟ ବେହେରା, ଭାଗବତ ଜେନାମଣି ପ୍ରମୁଖ ଅନେକ ନେତୃବୃନ୍ଦ ବିଜେପିରେ ଯୋଗଦାନ କରିଛନ୍ତି ।

ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ତଥା ସୁସଂଗଠକ ଶ୍ରୀ ହିମାଂଶୁ ଶେଖର ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ନରେଶ ଚନ୍ଦ୍ର ମହାନ୍ତି ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ସାରଥୀ ଜେନା, ପୂର୍ବତନ ରସୁଲପୁର ବ୍ଲକ ଅଧ୍ୟକ୍ଷ ପ୍ରକାଶ କୁମାର ସାମଲ, ପୂର୍ବତନ ସରପଂଚ ରବିନ୍ଦ୍ର ଦାସ, ସଂଗ୍ରାମ କେଶରୀ ଜେନା ସାମିଲ ହୋଇଛନ୍ତି।

ସେହିପରି ବିଷ୍ଣ ବାରିକ, କୁଳମଣି ପଣ୍ଡା, ପୂର୍ବତନ ସମିତି ସଭ୍ୟ ମାଗୁଣି ବେହେରା, ଧରିତ୍ରୀ ସାମଲ, ବୈରାଗୀ ମଲ୍ଲିକଙ୍କ ସମେତ ଅନୁକର ପ୍ରଧାନ, ମନୋରଂଜନ ବେହେରା, ଶରତ ଚନ୍ଦ୍ର ଧଳ, ନିରଂଜନ ମଲ୍ଲିକ, ପ୍ରମୋଦ ସାହୁ, ବିକ୍ରମ ସାହୁ, ନିଗମ ଲେଙ୍କା, ନକୁଳ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଚରଣ ଦେହୁରୀ, ସୁବାଷ ମଲ୍ଲିକ, କ୍ଷୀରୋଦ ସାହୁ, ଦଳଗୋବିନ୍ଦ ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀ ବିଶ୍ୱରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ । ତାଙ୍କ ସହ ସନ୍ତୋଷ କୁମାର ନାୟକ, ଅଶୋକ କୁମାର ବିଶ୍ୱାଳ, ଚିଂଟୁ ଖୁଂଟିଆ, ପ୍ରଭାକର ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଓଡିଶା ହାଇକୋର୍ଟର ଓକିଲ ଶ୍ରୀମତୀ ଚିନୁ ରାଣୀ ପଣ୍ଡା ଓ ଶ୍ରୀମତୀ ଜିନୁ ରାଣୀ; ମାର୍ଶଲ ଆର୍ଟ, ତାଇକୋଣ୍ଡ, କରାଟେ ଏବଂ କିକ୍ ବକ୍ସିଂ ଆନ୍ତର୍ଜାତୀୟ ଓ ଜାତୀୟସ୍ତରର ସୁନାମଧନ୍ୟ ଖେଳାଳୀ ଡ. ଅର୍ଚ୍ଚନା କାନୁନଗୋ, ସମାଜସେବୀ ତଥା ବିଶିଷ୍ଟ ଗୀତିକାର ଏବଂ ଲେଖକ ଶ୍ରୀମତୀ ନିହାରୀକା ପଟ୍ଟନାୟକ; ବରଗଡର ସୁନାମଧନ୍ୟ ଚିକିତ୍ସକ ଡ. ରାମକୃଷ୍ଣ ପୁରୋହିତ ଏବଂ ଜଟଣୀବାସିନ୍ଦା ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଶ୍ରୀ ଅଯୋଧ୍ୟା ଶତପଥୀ ମଧ୍ୟ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଭାରତୀୟ ଜନତା ପାର୍ଟିର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବାର ସମସ୍ତ ନୂତନ ସଦସ୍ୟ କହିଛନ୍ତି ।

ନୂତନ ସଦସ୍ୟମାନେ ୮୯୮୦୮୦୮୦୮୦ ନମ୍ବରରେ ଡାଏଲ କରି ବିଜେପିର ସଦସ୍ୟ ହୋଇଥିଲେ । ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ କେ.ଭି.ସିଂହଦେଓ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଂଜଳୀ ବେହେରା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ବିଭୂତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି ମିଶ୍ରଣ ପର୍ବ ରବି ନାୟକ ହିନ୍ଦୋଳ
Share. Facebook Twitter LinkedIn Email WhatsApp Copy Link

Related Posts

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ଘରୋଇ ବସ ଭଡା ବଢିଲା

May 15, 2026

ସ୍କର୍ପିଓ ଧକ୍କାରେ ଦୁଇ ମୃତ

May 15, 2026
Latest News

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.