Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କେନ୍ଦ୍ରାପଡା ତୁଳସୀ କଲ୍‌ଚରାଲ୍ ଆସୋସିଏସନର ଦୁଇଦିନିଆ ନାଟ୍ୟ ମହୋତ୍ସବ
ରାଜ୍ୟ ଖବର

କେନ୍ଦ୍ରାପଡା ତୁଳସୀ କଲ୍‌ଚରାଲ୍ ଆସୋସିଏସନର ଦୁଇଦିନିଆ ନାଟ୍ୟ ମହୋତ୍ସବ

December 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରାପଡା ତୁଳସୀ କଲ୍‌ଚରାଲ୍ ଆସୋସିଏସନର ଦୁଇଦିନିଆ ନାଟ୍ୟ ମହୋତ୍ସବ

କେନ୍ଦ୍ରାପଡା: ଜିଲ୍ଲାର ସର୍ବପୁରାତନ ନାଟ୍ୟ ଅନୁଷ୍ଠାନ ଞ୍ଛତୁଲସୀ କଲ୍‌ଚରାଲ୍‌ ଆସୋସିଏସନ‛ ର ଦୁଇଦିନିଆ ଞ୍ଛତୁଲସୀ ନାଟ୍ୟ ମହୋତ୍ସବ-୨୦୨୩‛ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସଂନ୍ଧ୍ୟାରେ ଡ଼ ରାମଚନ୍ଦ୍ର ବେହେରାଙ୍କ ଦ୍ୱାରା ଲିଖିତ ‘କୁରୁକ୍ଷେତ୍ରର ଠିକଣା’ ନାଟକ ଅଭିନୀତ ହୋଇଥିଲା।

ଏହି ନାଟକରେ କେନ୍ଦ୍ରାପଡା ମାଟିର କଳାକାରବୃନ୍ଦ ଜ୍ଞାନରଂଜନ ନାୟକ, ସଂଯୁକ୍ତା ଦାଶ(ମାମୁନୀ), କୈଳାସ ମହାନ୍ତି, ନିରଞ୍ଜନ ଦାସ, ମହେନ୍ଦ୍ର ସୁଆର, ଶାନ୍ତନୁ ମଲ୍ଲିକ, ଗଙ୍ଗାଧର ପାତ୍ର, ପ୍ରମୋଦ କୁମାର ବଳ, ନିରଞ୍ଜନ ସାହୁ, ବିଷ୍ଣୁପ୍ରିୟା ସାମଲ, ବିକ୍ରମ କେଶରୀ ସାମଲ, ଅକ୍ଷୟ କୁମାର ସେନାପତି, ରବିନ୍ଦ୍ରନାଥ ରଥ, ନିଗମାନନ୍ଦ ଦାସ ଏବଂ ଶିଶୁ କଳାକାର କୁମାର ସ୍ୱୟଂ ସାର୍ଥକ, ସାଇ ଆରାଧ୍ୟା, ସାଇ ଆଦିତ୍ୟ ପ୍ରସାଦ, ଆୟୁଷ୍ମାନ ମହାପାତ୍ର, ଆର୍ଶିବାଦ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଏହି ନାଟକକୁ ମୁଖ୍ୟ ପରିଚାଳକ ଭାବେ ପ୍ରତୀକ ଅନୁରାଗ ଦାଶ ପ୍ରମୁଖ ସହଯୋଗ କରିଥିଲେ। ମଂଚ ସଜେଇରେ ରତ୍ନାକର ସାହୁ, ସନ୍ତୋଷ ଦାସ ଏବଂ ସଞ୍ଜୟ ସାହା ଥିବା ବେଳେ ସଙ୍ଗୀତ ନିର୍ଦ୍ଦେସନାରେ ଶକ୍ତି ପ୍ରସାଦ ମିଶ୍ର ଏବଂ ଆଲୋକ ସଜ୍ଜା ଏବଂ ପରିଚାଳନାରେ ସଞ୍ଜୟ ସାହା ପ୍ରମୁଖ ଦାୟିତ୍ୱ ସମ୍ପାଦନ କରିଥିଲେ।

ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ନାତ୍ୟକାର ଡ଼ ରାମଚନ୍ଦ୍ର ବେହେରାଙ୍କ ରଚିତ ଏହି ନାଟକର ସାରାଂଶ ଥିଲା :- ଆଲୋକ-ଅନ୍ଧାର, ଦିବ୍ୟ-ଆସୁରିକ, ନୈତିକ-ଅନୈତିକ ; ଏ ସଂଘର୍ଷ ଚିରନ୍ତନ ଓ ସର୍ବବ୍ୟାପି। ଆଶ୍ୱାସନାର କଥା ହେଉଛି, ସତ୍ୟ ଓ ଶାନ୍ତିର ସର୍ବଦା ବିଜୟ ଘଟିଥାଏ।

ଆଶା ଓ ସମ୍ଭାବନାର ସୂର୍ଯ୍ୟୋଦୟ ଘଟିଥାଏ। ଆମ ମହାନ ପୁରାଣ,ଲୋକକଥା ଏବଂ ସୃଜନଶୀଳ ସାହିତ୍ୟରେ ଏଇ ପ୍ରସଙ୍ଗ ଶେଷହୀନ ଭାବରେ ଉପସ୍ଥାପିତ। ସୁଧୀବୃନ୍ଦ, ଜଗୁ ଓ ହେମ ସ୍ୱାର୍ଥହୀନ ଉଦାରତା ଓ ଆବେଗ ଜରିଆରେ ନିଜର ଦାରିଦ୍ର‌୍ୟ ଅତିକ୍ରମ କରନ୍ତି ଏବଂ କେତେ ଗୁଡିଏ ଅନାଥ ପିଲାଙ୍କର ଲାଳନ ପାଳନ କରନ୍ତି ନିର୍ମଳ ଶ୍ରଦ୍ଧା ଓ ସ୍ନେହ ବିନିମୟରେ ।

ଟେଲିଭିଜନରେ ଏହି ମହାନ ପ୍ରସଙ୍ଗ ପ୍ରସାରିତ ହେବା ପରେ, ଜଗୁ ଓ ହେମକୁ ଅଭିଭୂତ କରି, ସଂଖ୍ୟାହୀନ ଅଦୃଶ୍ୟ ହାତ ଲମ୍ବି ଆସେ ସାହାଯ୍ୟ “ ସହଯୋଗ ଭାବରେ । ସଂପୂର୍ଣ୍ଣ ଭାବେ ନିରାସକ୍ତ ସ୍ୱାମୀ-ସ୍ତ୍ରୀଙ୍କର ଜୀବନ ଚର୍ଯ୍ୟାରେ କଂପନ ସୃଷ୍ଟି ହୁଏ। ସେମାନଙ୍କ ଚାରିପାଖରେ ରାଜନୈତିକ କର୍ମୀ, ପୁଲିସ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ଚାା ଏବଂ ଗାଁ ଲୋକଙ୍କର ବିଭତ୍ସ ନୃତ୍ୟ ଆରମ୍ଭ ହୁଏ, ସେମାନଙ୍କ ପାଖକୁ ଆସୁଥିବା ବିପୁଳ ଅର୍ଥକୁ କରାୟଚା କରିବାକୁ।

ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ସୁଷମା ଦେଶପାଣ୍ଡେଙ୍କ ରଚିତ ଏବଂ ରତ୍ନମାଳା ସ୍ୱାଇଁଙ୍କ ଦ୍ୱାରା ଅନୁବାଦ୍ୟ ନାଟକ ‘ତା ମା’ ର କାହାଣୀ’ ରେ ଜଣାଶୁଣା ଅଭିନେତ୍ରୀ କୀର୍ତି ମହାନ୍ତି ଏକକ ଅଭିନୟ କରିଥିଲେ। ଏହି ନାଟକରେ ପ୍ରତାପ ରାଉତ ସଂଗୀତ ନିର୍ଦ୍ଦେଶକ ଥିଲେ । ଉଭୟ ନାଟକକୁ ଓଡିଶାର ଜଣାଶୁଣା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭିନ୍ନ ରାଉତରାୟ ନିର୍ଦ୍ଦେଶନା ଦେଇଥିଲେ।

ନାଟକ ଉଦ୍‌ଘାଟନ ଉତ୍ସବରେ ଡ଼. ରାମଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୌରାଧକ୍ଷା ସରିତା ସାହୁ, ମୁଖ୍ୟବକ୍ତା ଭାବେ ଡ଼ ଅପର୍ଣ୍ଣା ମହାନ୍ତି ଯୋଗଦେଇଥିଲେ। ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟ କଳାକାର ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ସରୋଜ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ତୁଳସୀ କଲ୍‌ଚରାଲ ଆସୋସିଏସନର ବାର୍ଷିକ ମୁଖପତ୍ର ଞ୍ଛନାଟ୍ୟବେଦ‛ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଅନ୍ତିମ ଦିବସରେ ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ ଓ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଦୁଇଦିନିଆ ନାଟ୍ୟ ମହୋତ୍ସବରେ ଅକ୍ଷୟ କୁମାର ସେନାପତି, ଶାନ୍ତନୁ ମଲ୍ଲିକ, ମହେନ୍ଦ୍ର ସୁଆର, ସଂଯୁକ୍ତା ଦାଶ, ପ୍ରତୀକ ଅନୁରାଗ ଦାଶ, ପ୍ରମୋଦ ବଳ ପ୍ରମୁଖ ମୂଖ୍ୟ ପରିଚାଳନା କରିଥିଲେ।

କେନ୍ଦ୍ରାପଡା ନାଟକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.