Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ନୂଆବର୍ଷ ଉପଲକ୍ଷେ ଆଇପିଏସଙ୍କୁ ରାଜ୍ୟ ସରକାରଙ୍କ ଉପହାର, ୧୯ ଅଧିକାରୀଙ୍କ ପଦୋନ୍ନତି
ରାଜ୍ୟ ଖବର

ନୂଆବର୍ଷ ଉପଲକ୍ଷେ ଆଇପିଏସଙ୍କୁ ରାଜ୍ୟ ସରକାରଙ୍କ ଉପହାର, ୧୯ ଅଧିକାରୀଙ୍କ ପଦୋନ୍ନତି

December 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆବର୍ଷ ଉପଲକ୍ଷେ ଆଇପିଏସଙ୍କୁ ରାଜ୍ୟ ସରକାରଙ୍କ ଉପହାର, ୧୯ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର: ନୂତନ ବର୍ଷ ୨୦୨୪ ପୂର୍ବରୁ ରାଜ୍ୟ ସରକାର ଆଜି ଓଡିଶା କ୍ୟାଡରର ୧୯ ଆଇପିଏସ୍ ଅଧିକାରୀଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ  ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ୧୯୯୯ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଯିଏ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ତାଙ୍କୁ ଜାନୁଆରୀ ୧, ୨୦୨୪ ଠାରୁ ଏଡିଜି ପୋଲିସ୍ ଗ୍ରେଡ୍ ପଦୋନ୍ନତି ପାଇବାକୁ ଅନୁମତି ଦିଆଯାଇଛି। ଶ୍ରୀ ଉପାଧ୍ୟାୟଙ୍କୁ ପ୍ରୋ-ଫର୍ମା ପଦୋନ୍ନତି ଦିଆଯାଇଛି।

୨୦୦୬ ବ୍ୟାଚ୍ ର ପାଞ୍ଚ ଜଣ ଆଇପିଏସ୍ ଅଧିକାରୀଙ୍କୁ ପୋଲିସର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ପଦବୀକୁ ଉନ୍ନୀତ କରାଯାଇଛି। ସେମାନେ ହେଲେ ଅନୁପ କୁମାର ସାହୁ ଡିଜି ଇଣ୍ଟେଲିଜେନ୍ସକୁ ଆଇଜିପି ରାଙ୍କରେ ପଦୋନ୍ନତି ଦିଆଯାଇ ଥିବା ବେଳେ ଅମୃତା ଦାଶ, ଅନିରୁଦ୍ଧ କୁମାର ସିଂ, ଅନୁପ କୃଷ୍ଣ ଏବଂ ସୁଧା ସିଂଙ୍କୁ ଡେପୁଟେସନରେ ଥିବାରୁ ତାଙ୍କୁ ପ୍ରୋ-ପ୍ରୋମୋ ପଦୋନ୍ନତି ଦିଆଯାଇଛି।

ସେହିଭଳି ୨୦୧୦ ଜଣ ବ୍ୟାଚ୍ ଆଇପିଏସ୍ ଅଧିକାରୀଙ୍କୁ ପୋଲିସର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (ଡିଆଇଜି) ଗ୍ରେଡ୍ ପଦୋନ୍ନତି ଦିଆଯାଇଛି। ସେମାନେ ହେଲେ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କାନୱାର ବିଶାଲ ସିଂ, ଆଶିଷ କୁମାର ସିଂ, ପାରୁଲ ଗୁପ୍ତା ଏବଂ କେ ଶିବ ସୁବ୍ରମଣି।

ବର୍ତ୍ତମାନ ଆଶିଷ କୁମାର, ପାରୁଲ ଗୁପ୍ତା ଏବଂ କେ ଶିବ ସୁବ୍ରମଣ୍ୟମ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ସେମାନଙ୍କୁ ପ୍ରୋ-ଫର୍ମା ପଦୋନ୍ନତି ଦିଆଯାଇଛି। ସେହିପରି ୨୦୧୫ ବ୍ୟାଚ୍ ର ଅନ୍ୟ ଚାରିଜଣ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ରାହୁଲ ଜୈନ, ସର୍ଭାନା ବିବେକ ଏମ, କୁସାଲକର ନିତିନ ଡାଗଡୁ ଏବଂ ପ୍ରତ୍ୟୁଷ ଦିୱାକରଙ୍କୁ ଲେବୁଲ -୧୨ ପେ ସ୍କେଲକୁ ପଦୋନ୍ନତି ଦିଆଯାଇଛି।

୨୦୧୧ ମସିହା ବ୍ୟାଚର ତିନିଜଣ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର, ବାନୋଥ ଜୁଗାଲ କିଶୋର କୁମାର, ବତ୍ତୁଲା ଗଙ୍ଗାଧରଙ୍କୁ ପେ ମ୍ୟାଟ୍ରିକ୍ସର ସ୍ତର ୧୩ କୁ ପଦୋନ୍ନତି ଦିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଆଇପିଏସ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ୍ ସଂଯୋଗୀକରଣ ଏବଂ ଗ୍ରାହକ ସେବା ପ୍ରତି ବିଏସଏନଏଲ ଓଡ଼ିଶା ରହିଛି ସଂକଳ୍ପବଦ୍ଧ

October 2, 2026

ଜମାଖୋରୀ ରୋକିବାକୁ ଚିନି ମହଜୁଦ ନିୟମରେ ସଂଶୋଧନ କଲେ ସରକାର

October 2, 2026

ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

October 2, 2026

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026
Latest News

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.