Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲା: ନବୀନ ପଟ୍ଟନାୟକ
ରାଜ୍ୟ ଖବର

ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲା: ନବୀନ ପଟ୍ଟନାୟକ

November 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଛାତ୍ରମାନଙ୍କ ପାଇଁ ବିଜୁ ଜନତା ଦଳର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ Orientation Programme କୁ  ଆରମ୍ଭ କରି ମୁଁ ବହୁତ ଖୁସି। I am also happy to launch the two days digital volunteer workshop for all 30 districts. ଆନନ୍ଦର କଥା ଅକ୍ଟୋବରରୁ ଆରମ୍ଭ ହୋଇଥିବା ଆମର ସଭ୍ୟ ସଂଗହ ଅଭିଯାନ ବହୁତ ଭଲ ଚାଲିଛି। ସ୍ୱତସ୍ପୁର୍ତ୍ତ ଭାବରେ ବହୁ ଲୋକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି।

ଆହୁରି ଖୁସିର କଥା ଯେ, ଆମ Student Wing ଏଥିପାଇଁ ନେତୃତ୍ୱ ନେଉଛନ୍ତି। ଆମର Student ମାନେ, ଆମ ଯୁବକ ମାନେ, ହେଉଛନ୍ତି ମୋ ଦଳର ଭବିଷ୍ୟତ। ମୁଁ ସବୁବେଳେ କହି ଆସିଛି ଏବଂ ଆଜି ମଧ୍ୟ ଅନୁରୋଧ କରୁଛି ଯେ ଆପଣମାନେ Social Media ରେ ସକ୍ରିୟ ରୁହନ୍ତୁ। ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ।

ସଭ୍ୟ ସଂଗ୍ରହ ଅଭିଯାନ, ଗୋଟେ ରାଜନୈତିକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ।  ପ୍ରତି ସଭ୍ୟ ହେଉଛନ୍ତି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ।

ଆପଣ ଜାଣନ୍ତି ବିଜୁ ଜନତା ଦଳ  ସରକାର ସମୟରେ, ବହୁତ ଭଲ କାମ ହୋଇଛି। ଆମ ସରକାରଙ୍କ ଯୋଜନା, ଅନ୍ୟ ମାନଙ୍କ ପାଇଁ, ଆଦର୍ଶ ହୋଇଛି। ଭାରତ ସରକାର ବି, ଆମର ଅନେକ ଯୋଜନା, ଗ୍ରହଣ କରିଛନ୍ତି।

ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି, ଆମର ଲକ୍ଷ୍ୟ ନ ଥିଲା।

ବିଜେଡି ସରକାର ଅମଳରେ  ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଭଲ ଭଲ ଯୋଜନାକୁ ବନ୍ଦ କରି ଦିଆଯାଇଥିବାରୁ ପିଲାମାନଙ୍କ ଭିତରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି।

ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ। ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀ ମାନଙ୍କ ଚାଉଳ କୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି. ତେଣୁ  ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି। ବହୁତ ଦୁଃଖର କଥା ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି।

ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ। ବିଜେଡି ସରକାର ସମୟରେ ନଫାସାରୁ ବାଦ ପଡ଼ିଥିବା ସବୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା ଆଶା କରୁଛି ବର୍ତମାନର ସରକାର ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବେ। ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ. ପ୍ରତି ଜୀବନ ମୂଲ୍ୟବାନ।

ବିଜୁ ଜନତା ଦଳ ଓଡିଶାର Number one ଦଳ। ଗତ ନିର୍ବାଚନ ରେ ଆମେ ଅଧିକ ଭୋଟ ପାଇଛୁ। ଆମର vote percentage ମଧ୍ୟ ଅଧିକ। ବିଜୁ ଜନତା ଦଳ, ଓଡିଶାବାସୀଙ୍କ, ହୃଦୟରେ ଅଛି। ମୋର ଅନୁରୋଧ ଆପଣମାନେ ଓଡିଆ ସ୍ୱାଭିମାନର ସୁରକ୍ଷା ତଥା ଓଡିଆ ପରିଚୟକୁ ଉଜ୍ଜଳ କରିବା ପାଇଁ କାମ  ଜାରି ରଖନ୍ତୁ।

BJD digital volunteer workshop naveen pattanaik orientation programme Social media Student Wing
Share. Facebook Twitter LinkedIn Email WhatsApp Copy Link

Related Posts

ଜରଡା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ପତ୍ନୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ

July 25, 2025

ନବବିବାହିତ ପତିଙ୍କୁ କୁଅକୁ ଠେଲି ହତ୍ୟା ଉଦ୍ୟମ, ପତ୍ନୀ ଗିରଫ

July 25, 2025

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ୬ ଟି ସ୍ଥାନରେ ଚଢାଉ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା

July 25, 2025

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ଟେକ୍ସ -୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

July 25, 2025
Latest News

ଜରଡା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ପତ୍ନୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ

July 25, 2025

ନବବିବାହିତ ପତିଙ୍କୁ କୁଅକୁ ଠେଲି ହତ୍ୟା ଉଦ୍ୟମ, ପତ୍ନୀ ଗିରଫ

July 25, 2025

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ୬ ଟି ସ୍ଥାନରେ ଚଢାଉ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା

July 25, 2025

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୩୦ ଦିନର ଅତିରିକ୍ତ ଛୁଟି ଦେବାକୁ ଘୋଷଣା କଲେ କେନ୍ଦ୍ର ସରକାର

July 25, 2025

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ଟେକ୍ସ -୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.