Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପାରାଦୀପରେ ହେବ ୩୩୫ କୋଟି ଟଙ୍କା ବ୍ୟୟରେ ବିଶୋଧନ ପ୍ରକଳ୍ପ, ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅନୁମୋଦନ 
ରାଜ୍ୟ ଖବର

ପାରାଦୀପରେ ହେବ ୩୩୫ କୋଟି ଟଙ୍କା ବ୍ୟୟରେ ବିଶୋଧନ ପ୍ରକଳ୍ପ, ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅନୁମୋଦନ 

March 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାରାଦୀପରେ ହେବ ୩୩୫ କୋଟି ଟଙ୍କା ବ୍ୟୟରେ ବିଶୋଧନ ପ୍ରକଳ୍ପ, ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅନୁମୋଦନ 

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ଗୋଷ୍ଠୀ (ସିଡ୍‌ବି)କ୍ଲଷ୍ଟର ବିକାଶ ପାଣ୍ଠି (ଏସସିଡିଏଫ୍) ଏବଂ  ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ୟୁଆଇଡିଏଫ)ର କାର୍ଯ୍ୟକାରିତା ସଂପର୍କିତ  ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ତଥା ଏମଏସ୍ଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ, ଇଡକୋର ପରିଚାଳନା ନିର୍ଦ୍ଦେଶକ, ପୌର ପ୍ରଶାସନ,  ଉଦ୍ୟାନ କୃଷି ନିର୍ଦ୍ଦେଶକ, ରାଜ୍ୟ ସରକାର, ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ଏବଂ ରାଷ୍ଟ୍ରୀୟ ଆବାସ ବ୍ୟାଙ୍କର  ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଏସସିଡିଏଫ୍  ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି,  ନୂତନ ପ୍ରକଳ୍ପ ପ୍ରସ୍ତାବ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ୟୁଆଇଡିଏଫ୍) ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି  ସମ୍ପର୍କିତ ଆଲୋଚନା ହୋଇଥିଲା ।  କାର୍ଯ୍ୟକାରୀ କାରୀ ବିଭାଗଗୁଡ଼ିକୁ ଧାର୍ଯ୍ୟ ସମୟ ସୀମା ଅନୁଯାୟୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ତ୍ୱରାନ୍ୱିତ କରିବା ଏବଂ ତଦନୁସାରେ ଅର୍ଥ ବିଭାଗକୁ କ୍ଷତିପୂରଣ ଦାବି ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା ।

ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଏସସିଡିଏଫ୍ ଅଧୀନରେ ଅର୍ଥ ଯୋଗାଣ ପାଇଁ ଏହି ଉଚ୍ଚସ୍ତରୀୟ କମିଟି ଶିଳ୍ପ ବିଭାଗକୁ ୩୩୫.୭୭ କୋଟି ଟଙ୍କା ବ୍ୟୟରେ ପାରାଦୀପରେ ୧୦ ଏମଏଲଡି ସିଇଟିପି  କମନ୍ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର) ପ୍ରକଳ୍ପ  ଏବଂ  ୩୦ ଏମଏଲଡି ଗଭୀର ସମୁଦ୍ରକୁ ବର୍ଜ୍ୟଜଳ ନିଷ୍କାସନ ପ୍ରକଳ୍ପ  ଭଳି ଦୁଇଟି ପ୍ରକଳ୍ପକୁ  ଅନୁମୋଦନ କରିଛି  ।

ଏସସିଡିଏଫ ଅଧୀନରେ ଗଞ୍ଜାମର ଗୋପାଳପୁରଠାରେ ୧୭୩.୦୨ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ଓଡ଼ିଶାର କମନ୍ ୟୁଟିଲିଟି କରିଡର ନିର୍ମାଣ କରାଯାଉଛି । ଏହା ରାଜ୍ୟର ପ୍ରଥମ ୟୁଟିଲିଟି କରିଡର ଯାହା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଆଗାମୀ ଶିଳ୍ପର ଚାହିଦା  ପୂରଣ କରିବ । କାର୍ଯ୍ୟକାରୀ ବିଭାଗଗୁଡ଼ିକୁ ୟୁଆଇଡିଏଫ ଅଧୀନରେ ଯୋଗ୍ୟ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ପୁଞ୍ଜିନିବେଶ ବଢ଼ାଇବାକୁ ସରକାରଙ୍କ ନୂଆ ପଦକ୍ଷେପ, ଜାଣନ୍ତୁ କଣ?

October 20, 2026

ଟଙ୍କା ମାଗିବାରୁ ଗଣ୍ଡଗୋଳ, ଛୁରି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

October 20, 2026

ବାଲେଶ୍ୱରରେ ଅଢ଼େଇ କୋଟିର ସାଇବର ଠକେଇ, ୩ ଗିରଫ

October 20, 2026

ସାରା ଦେଶରେ ଆଜି ଦଶହରା ପର୍ବ ଆନନ୍ଦର ସହ ହେଉଛି ପାଳନ, ସଂଧ୍ୟାରେ ରାବଣପୋଡି

October 20, 2026
Latest News

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026

ପାର୍ବଣରେ ରେଳବାଇର ବଡ଼ ଘୋଷଣା! ପାର୍ସଲ ବୁକିଂରେ ୨୫% ରିହାତି, କିଏ ପାଇବେ ଏହି ସୁବିଧା?

October 20, 2026

ଓଡ଼ିଶାରେ ପୁଞ୍ଜିନିବେଶ ବଢ଼ାଇବାକୁ ସରକାରଙ୍କ ନୂଆ ପଦକ୍ଷେପ, ଜାଣନ୍ତୁ କଣ?

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.